ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର କମ୍‌ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ପିପୁଲସ୍‌ ଲିବରେଶନ ଆର୍ମି(ପିଏଲ୍‌ଏ) ପକ୍ଷରୁ କୁହାଯାଉଥିଲା। ତେବେ ଚାଇନାର ମିଛ ଏବେ ପଦାରେ ପଡ଼ିଛି। ଆମେରିକା ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌ ଓ୍ବିକ୍‌ ଏହାର ପର୍ଦ୍ଦାଫାଶ୍‌ କରିଛି। ଗଲଓ୍ବାନ ଘାଟିରେ ୬୦ ଜଣ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନ୍ୟୁଜ୍‌ ଓ୍ବିକ୍‌ କହିଛି। ଏସମ୍ପର୍କିତ ଏକ ରିପୋର୍ଟ ମଧ୍ୟ ଏଥିରେ ପ୍ରକାଶ ପାଇଛି। ଭାରତୀୟ ଯବାନ ପିଏଲ୍‌ଏ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷ ପରେ ଚାଇନା ଆତଙ୍କିତ ହୋଇ ପରବତ୍ତୀ ସମୟରେ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଇତିମଧ୍ୟରେ ୩ ମାସ ବିତିବାକୁ ଯାଉଥିଲେ ମଧ୍ୟ ପୂର୍ବ ଲଦାଖ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଏଥିରେ ଚାଇନା ସୈନ୍ୟ ବାହିନୀର ଦୋଷ ଥିବା କୁହାଯାଉଛି।

Share