Categories: ବାଣିଜ୍ୟ

ଡ. ସଞ୍ଜୀବଙ୍କୁ ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ

ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ପ୍ରତିଷ୍ଠାନ ତଥା ଏସ୍‌ବିଏସ୍‌ ବାୟୋଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡ. ସଞ୍ଜୀବ ଜୁନେଜାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ବିଗ୍‌ ଏଫ୍‌ଏମ୍‌ ପକ୍ଷରୁ ଶିମ୍‌ଲାରେ ଆୟୋଜିତ ‘ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ-୨୦୨୩’ ସମ୍ମାନ ସମାରୋହ ଉତ୍ସବରେ ଡ. ସଞ୍ଜୀବ ଜୁନେଜାଙ୍କୁ ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ-୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ହିମାଚଳର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଡ.ସଞ୍ଜୀବ ଜୁନେଜାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେଶର ବହୁ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସହ ବିଗ୍‌ ଏଫ୍‌ଏମ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏସ୍‌ବିଏସ୍‌ ବାୟୋଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡ. ସଞ୍ଜୀବ ଜୁନେଜା କହିଥିଲେ, ଏଭଳି ଏକ ସମ୍ମାନ ସମାରୋହ ଉତ୍ସବରେ ବିଗ୍‌ ଏଫ୍‌ଏମ୍‌ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବାରୁ ସେ ବିଗ୍‌ ଏଫ୍‌ଏମ୍‌ର ସମସ୍ତ କର୍ମକର୍ତ୍ତା ଓ ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି।

Share