ଆୟୁଷ ଡାକ୍ତରଙ୍କୁ ଡିପିଏମ୍‌ଙ୍କ ଦୁର୍ବ୍ୟବହାର

ଫୁଲବାଣୀ ଅଫିସ, ୨୨।୩: ନବ ନିଯୁକ୍ତ ଆୟୁଷ ଷାକ୍ତରମାନଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ଜିଲା ପ୍ରୋଗ୍ରାମ ମ୍ୟାନେଜର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆୟୁଷ ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲାପାଳ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ, ରାଜ୍ୟ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ, ଆୟୁଷ ନିର୍ଦ୍ଦେଶକ ଏବଂ ଅନ୍ୟ ବିଭାଗୀୟ ସଚିବଙ୍କ ପାଖରେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଛନ୍ତି।
ପ୍ରକାଶ ଯେ, ଗତ ୬ ତାରିଖରେ ଆୟୁଷ ଡାକ୍ତରମାନେ ନିଯୁକ୍ତି ପାଇଛନ୍ତି। ସେମାନେ ଜିଲାର ବିଭିନ୍ନ ମେଡିକାଲରେ ଅବସ୍ଥାପିତ ହେବେ। ଏଥିପାଇଁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡକାଯାଇଥିଲା। ଡିପିଏମ ମନୋରଞ୍ଜନ ସାହୁ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଆୟୁଷ ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଡିପିଏମ ତାଙ୍କୁ କହିଛନ୍ତି, ‘ମୁଁ ତୁମମାନଙ୍କୁ ଡାକ୍ତର ବୋଲି ଗ୍ରହଣ କରେ ନାହିଁ। ମୋଠାରୁ ତୁମମାନଙ୍କ ଶିକ୍ଷାଗତ ଯୋଗ୍ୟତା କମ। ମୁଁ ଡାକ୍ତରମାନଙ୍କୁ ଆକଟ କରିବା ପାଇଁ ଏ ସବୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛି। ମୋ ପାଖରେ ଯଥେଷ୍ଟ କ୍ଷମତା ଅଛି ତୁମମାନଙ୍କୁ ଚାକିରିରୁ ବହିଷ୍କାର କରିଦେବି। ତୁମମାନେ ଜୀବନ କାଳରେ କୋଉଠି ଚାକିରି ପାଇ ପାରିବ ନାହିଁ।’ ଆୟୁଷ ଡାକ୍ତରମାନେ ଆହୁରି କହିଛନ୍ତି ଯେ, ଆମେ ମେଡିକାଲ ଅଫିସର ପଦରେ ନିଯୁକ୍ତି ପାଇଥିଲେ ମଧ୍ୟ ଆମକୁ ଡାକି ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ବସାଇ ଖବର କାଗଜରୁ ସ୍ବାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ ସ୍ତମ୍ଭଗୁଡିକ କାଟି ତାଙ୍କ ପାଖରେ ପୈଠ କରିବାକୁ କହୁଛନ୍ତି। ଆମେ ଗତ ୬ ତାରିଖରୁ ନିଯୁକ୍ତି ପାଇଥିଲେ ହେଁ ଆମକୁ ନିଜ କାର୍ଯ୍ୟସ୍ଥଳୀକୁ ପଠା ଯାଉନାହିଁ। ଡିପିଏମ କହୁଛନ୍ତି ତୁମେମାନେ ଏଠି ମୋ କାର୍ଯ୍ୟାଳୟରେ ମୋ ପାଇଁ ପାଣି, ଚଷମା ଆଣିବ। ମୋ କକ୍ଷ ଦୁଆର ଖୋଲିବ ଏବଂ ବନ୍ଦ କରିବ। ମୁଁ ଯୁଆଡେ କହିବି ମୋ ଗାଡି ପଛ ସିଟରେ ବସିକି ଯିବ। ଖାଲି ଏତିକି ନୁହେଁ ମୁଁ ତୁମକୁ ଡାକ୍ତର କହିବି ନାହିଁ, ତୁମ ନାଁ ଧରି ଡାକିବି. ଯଦି ତୁମେମାନେ ଏ ବିଷୟରେ କାହା ପାଖରେ ଅଭିଯୋଗ କରିବ, ତାହାଲେ ତୁମ ପରଫରମାନ୍ସ ରିପୋର୍ଟକୁ ନିମ୍ନ ମୂଲ୍ୟାଙ୍କନ କରିଦେବି। ଏ ନେଇ ଆୟୁଷ ଡାକ୍ତର ମଧୁସ୍ମିତା ପି. ବେହେରା, ଡା. ଡିବି ଦେବସ୍ମିତା ଜେନା, ଡା. ତୃପ୍ତିମୟୀ ନାୟକ, ଡା. ମତାଙ୍ଗିନୀ ମହାନ୍ତ, ଡା. ସ୍ବାଗତିକା ପଣ୍ଡା, ଡା. ତୁଷାର କାନ୍ତ ସ୍ବାଇଁ, ଡା. ପ୍ରଦୀପ କୁମାର ରାଉତରାୟ, ଡା ଧର୍ମେନ୍ଦ୍ର ଦଳାଇ, ଡା. ପ୍ରିୟବ୍ରତ ସେଠିଙ୍କ ସମେତ ଅନ୍ୟ ଡାକ୍ତର ମାନେ ଅଭିଯୋଗ କରିଛନ୍ତି। ତେବେ ଡିପିଏମ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ, ମୁଁ ସେଭଳି କିଛି କହି ନାହିଁ, ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ବୁଝାଯାଉଥିଲା। କିନ୍ତୁ ସେମାନେ ଅଲଗା ଭାବିଲେ। ମୁଁ ବ୍ୟକ୍ତିଗତ ଭାବେ କାହାକୁ କିଛି କହି ନାହିଁ ବୋଲି କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ, ମୁଁ ଭୁବନେଶ୍ୱରରେ ଅଛି, ଘଟଣା ବିଷୟରେ ଅବଗତ ଅଛି, ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ
ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri