ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ

ମେକ୍ସିକୋ,୮।୬:ମେକ୍ସିକୋର କୁର୍ନାଭାକାରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉଦ୍‌ଘାଟନ ସମୟରେ ଏହା ଭାଙ୍ଗିଯିବାରୁ ମେୟର ସମେତ ୧୨ରୁ ଅଧିକ ଲୋକ ନାଳରେ ପଡି ଆହତ ହୋଇଛନ୍ତି। କୁର୍ନାଭାକା ସହରରେ ଥିବା ଏକ ନଦୀ ଉପରେ ଛୋଟ ପୋଲ(ଫୁଟ୍‌ବ୍ରିଜ୍‌) ନିର୍ମାଣ କରାଯାଇଥିଲା। ଏହାକୁ ଉଦ୍‌ଘାଟନ କରିବାକୁ ମେୟର ସମେତ ଅନେକ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୋଲ ଉପରେ ଚଢିବା କ୍ଷଣି ହଠାତ୍‌ ତାହା ଭାଙ୍ଗି ଯାଇଥିଲା। ଫଳରେ ପୋଲ ଉପରେ ଥିବା ଲୋକମାନେ ୧୦ ଫୁଟ୍‌ ତଳକୁ ଖସିପଡିଥିଲେ। ଏମାନଙ୍କ ମଧ୍ୟରେ ମେୟର, ତାଙ୍କ ସ୍ତ୍ରୀ, କିଛି ଅଧିକାରୀ, ଖବରଦାତା ସାମିଲ ଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ସାମର୍ଥ୍ୟରୁ ଅଧିକ ଲୋକ ପୋଲ ଉପରେ ଚଢିଯିବାରୁ ତାହା ଭୁଶୁଡି ପଡିଥିବା କୁହାଯାଉଛି।

Share