Posted inଅପରାଧ

ଯୌତୁକରେ ଏସ୍‌ୟୁଭି କାର୍‌ ନ ମିଳିବାରୁ ସ୍ତ୍ରୀକୁ ଘରୁ ତଡ଼ିଦେଲେ ଲୋକ ପାଇଲଟ୍‌ ସ୍ବାମୀ

ଭୋଜପୁର, ୫।୮: ଯୌତୁକରେ ମିଳିଲାନି ବିଳାସମୟ ଏସ୍‌ୟୁଭି କାର। ଶେଷରେ ଘରୁ ନବବିବାହିତ ସ୍ତ୍ରୀକୁ ତଡ଼ିଦେଲେ ଇଣ୍ଡିଆନ୍‌ ରେଲ୍‌ଓ୍ବେରେ ଲୋକ ପାଇଲଟ୍‌ ଥିବା ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ବିହାରର ଭୋଜପୁରୀ ଜିଲାର ଆରା ସହରରୁ ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି ଯେ, ବଶିଷ୍ଠ ନଗର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ବେଦନାଥ ଶର୍ମାଙ୍କ ଝିଅ ଶୋଭାର ବିବାହ ଗତବର୍ଷ ଜୁନରେ ପିରୋଥାନା ଦୋମନ ଦିହାରର ବିକାଶ ଗୌରବଙ୍କ ସହ ହୋଇଥିଲା। ବିକାଶ ଇଣ୍ଡିଆନ ରେଲ୍‌ଓ୍ବେରେ ଲୋକ ପାଇଲଟ୍‌ ଭାବେ ଗୁଜରାତର ସାବରମତୀରେ ପୋଷ୍ଟିଂ ପାଇଥିଲେ। ଝିଅର ବିବାହରେ ବେଦନାଥ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ବାହାଘର ଦିନ ବରଘର ପକ୍ଷରୁ ଯୌତୁକ ବାବଦକୁ ଏସ୍‌ୟୁଭି କାର୍‌ ଦାବି କରିଥିଲେ। ଏହାକୁ ନେଇ କନ୍ୟାଘର ପକ୍ଷ ହରଡ଼ଘଣାରେ ପଡ଼ି ଯାଇଥିଲେ। ତେବେ କୌଣସିମତେ ବରଘର ଲୋକଙ୍କୁ ବୁଝାଇ କନ୍ୟାକୁ ବିଦାୟ ଦେଇଥିଲେ ବେଦନାଥ ଓ ତାଙ୍କ ପରିଜନ। କିନ୍ତୁ ଶଶୁର ଘର ପହଞ୍ଚତ୍ବା ପରେ କାର୍‌କୁ ନେଇ ଶୋଭାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ବିକାଶଙ୍କ ସମେତ ତାଙ୍କ ମା’, ମାମୁଁ, ଭାଇ ମିଶି ତାଙ୍କୁ କାର୍‌ ପାଇଁ ଚାପ ପ୍ରୟୋଗ କରିବା ସହିତ ଧମକ, ଗାଳି ଗୁଲଜ କରିଥିଲେ। ଏପରିକି ମାଡ଼ ମାରିବା ପର୍ଯ୍ୟନ୍ତ କଥା ଯାଇଥିଲା। ଗତ ଲକ୍‌ ଡାଉନ ପ୍ରାରମ୍ଭରେ ବିକାଶ ବେଲ୍ଟରେ ଶୋଭାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଶେଷରେ କାର୍‌ ପାଇଁ ଶୋଭାଙ୍କୁ ଘରୁ ତଡ଼ି ଦେଇଥିଲେ ସ୍ବାମୀ। ଶୋଭାଙ୍କ ପରିବାର ପକ୍ଷରୁ ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଶୋଭା ଶେଷରେ ଥାନାରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। କିନ୍ତୁ ଏଫ୍‌ଆଇଆର୍‌ ରୁଜୁ ହେବାର ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri