Posted inଜାତୀୟ

ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା

ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି। ଫଳରେ ଏଥିରେ ମର୍ମାହତ ହୋଇ ଅନେକ କନ୍ୟା ପିତା ଆତ୍ମହତ୍ୟା କରୁଥିବା ନଜିର ରହିଛି। ଠିକ୍‌ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ରଓ୍ବୋରୀର ଜଣେ କନ୍ୟାପିତାଙ୍କଠାରୁ ବରପକ୍ଷ ୩୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବାରୁ ପିତା ବିବାହ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରଓ୍ବୋରୀର ପରିବହନ ବ୍ୟବସାୟୀ କୈଳାସ ତନଓ୍ବାର ଗୁରୁଗ୍ରାମ ନିବାସୀ ସୁନୀଲ କୁମାରଙ୍କ ପୁଅ ରବିଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର କରିଥିଲେ। ଝିଅ ବିବାହରେ ଖୁସି ଥିବା କୈଳାସ ସମସ୍ତ ପ୍ରସ୍ତୁତି ସାରିଥିଲେ। ମାତ୍ର ବିବାହର ଗୋଟିଏ ଦିନ ପୂର୍ବରୁ କୈଳାସଙ୍କୁ ବରପକ୍ଷ ୩୦ ଲକ୍ଷ ଟଙ୍କା ଯୌତୁକ ଦେବାକୁ କହିଥିଲେ। ଆଉ କହିଥିଲେ ଯଦି ଟଙ୍କା ଦେଇ ପାରିବେ ନାହିଁ, ତେବେ ଏ ବିବାହ ହୋଇପାରିବ ନାହିଁ। ଏଥିରେ କୈଳାସ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ହୋଇଥିଲେ। ସେ ବରପକ୍ଷଙ୍କୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ସେମାନେ ୩୦ ଲକ୍ଷ ଦାବି କରିଥିଲେ। ଯାହା କୈଳାସ ଦେବାକୁ ସକ୍ଷମ ନୁହନ୍ତି ବୋଲି କହିଥିଲେ। ଏପରିକି ବରପକ୍ଷକୁ ମନାଇବା ପାଇଁ କୈଳାସ ତାଙ୍କ ଗାଁରେ ପହଞ୍ଚି ତାଙ୍କ ଅସହାୟତା ଜଣାଇଥିଲେ। କିନ୍ତୁ ସେମାନେ ରାଜି ହୋଇ ନ ଥିଲେ। ଏଥିରେ ମର୍ମାହତ ହୋଇ କୈଳାସ ଆତ୍ମହତ୍ୟା କରିଥିଲେ।

ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ଏଥିପାଇଁ ମୁଁ ୪ ଜଣଙ୍କୁ ଦାୟୀ କରୁଛି। ଆହୁରି ଲେଖିଛନ୍ତି, ମୁଁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି। ତାଙ୍କ ଆର୍ଥିକ ସ୍ଥିତି ଅନୁଯାୟୀ ସେ ୧୩ରୁ ୧୫ ଲକ୍ଷ ଟଙ୍କା ଦେବାକୁ ଇଚ୍ଛୁକ ଥିଲେ। କିନ୍ତୁ ପୁଅଙ୍କ ପିତା, ପୂର୍ବତନ ସରପଞ୍ଚ ମମଚାନ୍ଦ, ବିନୟ ପାଲ ଏବଂ ଝିଅର ସମ୍ପର୍କୀୟ ମଞ୍ଜୁ ଦେବୀ ତାଙ୍କୁ ଅଧିକ ଟଙ୍କା ଦେବା ପାଇଁ କହି ହଇରାଣ କରୁଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ତାଙ୍କୁ ୩୦ ଲକ୍ଷ ଟଙ୍କା ଦେଇ ପାରିବି ନାହିଁ ଏବଂ ସମାଜରେ ସମ୍ମାନ ରକ୍ଷା କରିବାକୁ ତାଙ୍କ ନିକଟକୁ ଯାଇଥିଲି କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ ଏବଂ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ମୁଁ ସମାଜରେ ବଞ୍ଚି ପାରିବି ନାହିଁ ଏବଂ ଏହି ଲୋକମାନେ ମୋର ମୃତ୍ୟୁ ପାଇଁ ଦାୟୀ ଅଟନ୍ତି ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri