ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ସୁରକ୍ଷା ସମିକ୍ଷା ବିଷୟରେ ଅବଗତ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ, ଡାଉନିଂ ଷ୍ଟ୍ରିଟ ଦେଲା ସୂଚନା

ଲଣ୍ଡନ,୩୧ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଡାଉନିଂ ଷ୍ଟ୍ରିଟ’ ଗୁରୁବାର କହିଛି ପ୍ରଧାନମନ୍ତ୍ରୀ ଋଷି ସୁନକ ଲଣ୍ଡନ ସ୍ଥିତ ଭାରତୀୟ ମିଶନରେ ହିଂସା ଘଟଣା ପରେ ଭାରତୀୟ ସୁରକ୍ଷା ଚିନ୍ତାକୁ ନେଇ ଅବଗତ ଅଛନ୍ତି ଓ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରାଯାଉଛି ।

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେଭରଲି ଗତ ସପ୍ତାହରେ ଏକ ବୟାନରେ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିବାକୁ ଘୋଷଣା କରିଥିଲେ । ଯେତେବେଳେ ‘ଇଣ୍ଡିଆ ହାଉସ’ରେ ଖଲିସ୍ତାନ ସମର୍ଥକ ପତାକା ଉଡାଇ ପ୍ରଦର୍ଶନକାରୀଙ୍କ ଦ୍ୱାରା ତ୍ରିରଙ୍ଗାକୁ ହଟାଇ ଝରକା ଗୁଡିକୁ ଭଙ୍ଗାଯାଇଥିଲା, ସେତେବେଳେ ଏହି ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିବାକୁ ଘୋଷଣା କରାଯାଇଥିଲା । ଏହାପରେ ବ୍ରିଟେନ ବୈଦେଶିକ କାର୍ଯ୍ୟାଳୟ ସେବେଠାରୁ ମେଟ୍ରୋପୋଲିଟନ ପୋଲିସ ସହ କୂଟନିତିକ ମିଶନରେ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରୁଛି ।

Share