Categories: ଜାତୀୟ

ନାରାୟଣସ୍ବାମୀ ସରକାରଙ୍କ ପତନ

ପୁଡୁଚେରୀ,୨୨।୨: ସଙ୍କଟରେ ପଡ଼ିଥିବା ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ସରକାରଙ୍କର ପତନ ଘଟିଛି। ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ନାରାୟଣସ୍ବାମୀଙ୍କ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରି ପାରି ନାହାନ୍ତି। ସରକାରଙ୍କ ପାଖରେ ୯ କଂଗ୍ରେସ ବିଧାୟକଙ୍କ ସମେତ ୨ ଡିଏମ୍‌କେ ଏବଂ ଜଣେ ନିର୍ଦ୍ଦଳୀୟ ବିଧାୟକ ଥିଲେ। ଶାସକ ଦଳ ପାଖରେ ବାଚସ୍ପତିଙ୍କୁ ମିଶାଇ ୧୨ ଜଣ ବିଧାୟକଙ୍କର ସମର୍ଥନ ରହିଥିବାବେଳେ ବିଧାନସଭାର ସାମ୍ପ୍ରତିକ ସ୍ଥିତି ଅନୁସାରେ କୁହୁକ ସଂଖ୍ୟା ୧୪ ଥିଲା। ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାରୁ ନାରାୟଣସ୍ବାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି। ଶକ୍ତି ପରୀକ୍ଷାରେ ଫେଲ୍‌ ହେବା ପରେ ନାରାୟଣସ୍ବାମୀ ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

Share