ଉଦ୍‌ଘାଟନର ୭ମାସରେ ଦବିଲାଣି ପୋଲ

ଝରିଗାଁ, ୧୦।୮(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଉପାନ୍ତ ଯୋଜନାକୁ ନେଇ ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଥିଲା। କାର୍ଯ୍ୟଟିକୁ ତଦାରଖ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଅଧିକାରୀମାନଙ୍କ ବେପରୁଆ ମନୋଭାବ ଏବଂ ଉନ୍ନୟନ କାମ କରୁଥିବା ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ସଂପୃକ୍ତ ଅଞ୍ଚଳର ଲୋକମାନେ ଭୟଭିତ ରହିଥିବା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କୁଟ୍ରିଛାପର ପଞ୍ଚାୟତ ଦିପୁଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି। ଉଦ୍‌ଘାଟନର ମାତ୍ର ୭ମାସ ପରେ ଏକ ବ୍ରିଜ୍‌ର ଦୁଇପାର୍ଶ୍ୱ ଦବି ଯାଇଛି। ଏହି ବ୍ରିଜ୍‌ ଉପରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଗ୍ରାମବାସୀ।
ଗାଁକୁ ଭଲ ରାସ୍ତା ନ ଥିବାବେଳେ ପ୍ରାୟ ୩ ବର୍ଷ ପୂର୍ବେ ଦିପୁଭଟ୍ଟା ଗ୍ରାମର ଜଣେ ଗର୍ଭବତୀଙ୍କୁ ପ୍ରସବ କାଳୀନ ଯନ୍ତ୍ରଣା ହେବାରୁ ମେଡିକାଲ ନେବାକୁ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହି ପ୍ରାୟ ୩କି.ମି ଦୂରରେ ରହିଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହାପରେ ତତ୍କାଳୀନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କ ଚେଷ୍ଟାରେ ଦିପୁଭଟ୍ଟା ଗ୍ରାମକୁ ଉପାନ୍ତ ଯୋଜନାରେ ସାମିଲ୍‌ କରାଇବାରେ ସହାୟକ ହୋଇଥିଲେ। ଉପାନ୍ତ ଯୋଜନା ଅଧୀନ ଚିକିଲିଠାରୁ ଦିପୁଭଟ୍ଟା ରାସ୍ତାରେ ବଞ୍ଜାରୀ ନଦୀରେ ସେତୁ ନିର୍ମାଣ ନେଇ ୨୦୨୦ ଫେବୃୟାରୀ ୧୬ରେ ତତ୍କାଳୀନ ହସ୍ତତନ୍ତ ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଏମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଭିତ୍ତିପ୍ରସ୍ତର ପକାଇଥିଲେ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ତଦାରଖ ସହାୟତାରେ ୧ କୋଟି ୯୨ଲକ୍ଷ ୨୬ ହଜାର ୧ଶହ ୬୭ ଟଙ୍କା ଅଟକଳ ମୂଲ୍ୟରେ ସେତୁକାର୍ଯ୍ୟ ହୋଇଥିଲା। ସେତୁଟିର ଦୈର୍ଘ୍ୟ ୫୪.୪୮ ମିଟର ଏବଂ ପ୍ରସ୍ଥ ୭.୫୦ ମିଟର ରହିଅଛି। କାର୍ଯ୍ୟ ଶେଷ ହେବାପରେ ଚଳିତ ବର୍ଷ ଜାନୁୟାରୀ ୪ ତାରିଖରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଏହାର ଉଦ୍‌ଘାଟନ କରିଥିଲେ। ବିଭାଗରେ ବହୁ ଦକ୍ଷ ଏବଂ କୁଶଳି ଯନ୍ତ୍ରୀଙ୍କ ସହ ନୂତନ ଟେକ୍‌ନେଲୋଜିରେ ଉନ୍ନୟନମୂଳକ କାର୍ଯ୍ୟ କରିବାର ମାର୍ଗ ରହିଥିଲେ ସୁଦ୍ଧା ଉଦ୍‌ଘାଟନର ୭ ମାସ ପରେ ସେତୁଟିର ଦୁଇ ପାର୍ଶ୍ୱରେ ମାଟି ଧସି ଯାଇ ଖାଲ ହେବାରେ ଲାଗିଲାଣି। ଏଥିପାଇଁ ବିଭାଗର ଅପାରଗତା କହିବା କିଛି ଭୁଲ ହେବ ନାହିଁ। ଏ ନେଇଁ ଦିପୁଭଟ୍ଟା ଗ୍ରାମବାସୀଙ୍କ ସହ ଆଲୋଚନା କରିବାରୁ ଗାଁକୁ ରାସ୍ତାଘାଟ ନଥିଲା । ସରକାର ରାସ୍ତା କଲା ଆମେ ବହୁତ ଖୁସି ହେଲୁ ।ଏବେ ଆମେ ସେହି ରାସ୍ତାରେ ଯିବା ଆସିବା ବେଳେ ବହୁତ ଭୟ କରୁଛୁ ବୋଲି ଗ୍ରାମର ନକୁଳ ସାନ୍ତା, କେଡି ସାନ୍ତା, ସବନା ସାନ୍ତା, ରାମ ସାନ୍ତା, ଅମି ସାନ୍ତା, କୃଷ୍ଣ ସାନ୍ତା, ସାବିତ୍ରୀ ସାନ୍ତା, ଗୋବରା ସାନ୍ତା, ମରା ସାନ୍ତା ପ୍ରମୁଖ ବହୁତ କ୍ଷୋଭର ସହ କହିଛନ୍ତି। ଗ୍ରାମରେ ରହିଛି ଦୁଇଟି ପଡା ୪୫ ପରିବାର ବସବାସ କରି ଜଙ୍ଗଲ ଜମିରେ ମକା, ଧାନ ଚାଷ କରି ଚଳିଆସୁଛନ୍ତି। ଗାଁରେ ଆବଶ୍ୟକ ଅନୁଯାଇ ନଳକୂପ ନାହିଁ। ଯାହା ଫଳରେ ସମୟ ସମୟରେ ପାନୀୟ ଜଳର ସଙ୍କଟ ଦେଖାଦେଉଛି। ବ୍ଲକ ସଦର ମହକୁମାଠାରୁ ମାତ୍ର ୮ କି.ମି ଦୂରରେ ରହିଥିବା ଏହି ଗାଁକୁ ବିଜୁଳି ଆଲୋକ ଅପହଞ୍ଚ। ଗାଁରେ ରହିଥିବା ସମସ୍ୟାର ସମାଧାନ ନେଇ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri