ଡୋଭାଲଙ୍କ ଟିମ୍‌

ନିକଟରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍‌ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ କିଛି ନିରନ୍ତରତା ବଜାୟ ରଖିଛି। ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପାଶ୍ଚାତ୍ୟ) ପବନ କପୁରଙ୍କୁ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ନିଯୁକ୍ତ କରାଯାଇଛି। ନିଯୁକ୍ତି କ୍ରମରେ ରାଜିନ୍ଦର ଖାନ୍ନାଙ୍କୁ ଡେପୁଟି ଏନ୍‌ଏସ୍‌ଏରୁ ନୂତନ ଭାବେ ଗଠିତ ଅତିରିକ୍ତ ଏନ୍‌ଏସ୍‌ଏ ପଦବୀକୁ ପଦୋନ୍ନତି ଦିଆଯାଇଛି। ଖାନ୍ନା ହେଉଛନ୍ତି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ର ପୂର୍ବତନ ମୁଖ୍ୟ। ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀ ଟି.ଭି. ରବିଚନ୍ଦ୍ରନଙ୍କୁ ଡେପୁଟି ଏନ୍‌ଏସ୍‌ଏ ଭାବରେ ଖାନ୍ନାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ରବିଚନ୍ଦ୍ରନଙ୍କ ପ୍ରାରମ୍ଭିକ କାର୍ଯ୍ୟକାଳ ଅବସର (ଅଗଷ୍ଟ ୩୧, ୨୦୨୪) ନ ହେବା ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଛି। ଏହି ପରିବର୍ତ୍ତନର ଅର୍ଥ ହେଉଛି ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ଅଧୀନରେ ଜଣେ ଅତିରିକ୍ତ ଏନ୍‌ଏସ୍‌ଏ ଏବଂ ତିନୋଟି ଡେପୁଟି ଏନ୍‌ଏସ୍‌ଏ ରହିବେ । କ୍ୟାବିନେଟ୍‌ ନିଯୁକ୍ତି କମିଟି ଏହିସବୁ ନିଯୁକ୍ତିକୁ ବ୍ୟବସ୍ଥିତ କରିବା ତଥା ଏନ୍‌ଏସ୍‌ସିଏସ୍‌ ମଧ୍ୟରେ ନୂତନ ଦୃଷ୍ଟିକୋଣ ଏବଂ ଅଭିଜ୍ଞ ନେତୃତ୍ୱର ମିଶ୍ରଣକୁ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ସହ ଏନ୍‌ଏସ୍‌ଏ କାର୍ଯ୍ୟାଳୟ ମଧ୍ୟରେ ସେପ୍ଟେମ୍ବରରେ ପ୍ରମୁଖ ସଚିବ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପରିବର୍ତ୍ତନର ଗୁଞ୍ଜରଣ ସୃଷ୍ଟି ହୋଇଛିି। ତେବେ ଏହି ପଦକ୍ଷେପଗୁଡ଼ିକ ଭାରତର ଜାତୀୟ ସୁରକ୍ଷା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନର ସଙ୍କେତ ବୋଲି ମନେକରାଯାଏ।
ଡ୍ରାମା ଚାଲିବ
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ ରାଜ୍ୟର ମୁଖ୍ୟ ଶାସନ ସଚିବ ବି.ପି.ଗୋପାଳିକା ଏବଂ କୋଲକାତା ପୋଲିସ କମିଶନର ଭିନୀତ କୁମାର ଗୋୟଲ ଓ ଡେପୁଟି ପୋଲିସ କମିଶନର(କେନ୍ଦ୍ରୀୟ) ଇନ୍ଦିରା ମୁଖାର୍ଜୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଗତ ମାସରେ ପଠାଯାଇଥିବା ଚିଠିରେ ସେ ଅଧିକାରୀଙ୍କ ଉପରେ ଗମ୍ଭୀର ବେଆଇନ କାର୍ଯ୍ୟକଳାପର ଅଭିଯୋଗ ଆଣିଛନ୍ତି। ସେମାନେ ଅଲ ଇଣ୍ଡିଆ ସର୍ଭିସେସ୍‌ (ଏଏସ୍‌) ଆଚରଣ ବିଧି ଉଲ୍ଲଂଘନ କରିବା ସହ ଶାସକ ବ୍ୟବସ୍ଥାର ଭୁଲ୍‌ କାର୍ଯ୍ୟରେ ସହଯୋଗୀ ଭାବରେ କାର୍ଯ୍ୟ କରିଥିବା ଦର୍ଶାଇଛନ୍ତି । ସୂତ୍ରରୁ ପ୍ରକାଶ, ଗୋୟଲ ଏବଂ ମୁଖାର୍ଜୀଙ୍କ ବିରୋଧରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅଧିକାରୀମାନେ ବିଶେଷକରି ମୁଖ୍ୟ ଶାସନ ସଚିବ ଗୋପାଳିକା କିପରି ଖୋଲାଖୋଲି ସମ୍ବିଧାନ ଏବଂ ବ୍ୟବସ୍ଥାର ନିୟମକୁ ଅବମାନନା କରିଛନ୍ତି ସେ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଗୋପାଳିକା ଦୁର୍ନୀତିରେ ସହାୟତା ଓ ପ୍ରୋତ୍ସାହିତ କରିଛନ୍ତି ବୋଲି ରାଜ୍ୟପାଳ ଅଭିଯୋଗ ଆଣିବା ସହ ନିଯୁକ୍ତିରେ ଦୁର୍ନୀତି ଓ ରାଜ୍ୟରେ ଅରାଜକତା ଉପରେ ଆଲୋକପାତ କରିଥିଲେ। ସୂତ୍ରରୁ ଜଣାପଡ଼ିଛି, ବୋଷଙ୍କ ଚିଠିର ଅମଲାତାନ୍ତ୍ରିକ ତଦନ୍ତ ଆରମ୍ଭ ହୋଇସାରିଛି। ରାଜ୍ୟପାଳ ଭାବରେ ବୋଷଙ୍କ କାର୍ଯ୍ୟକାଳ ଆରମ୍ଭ ହେବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାଗତ କରିଥିଲେ। ଭାଜପା ସହ ତାଙ୍କର ବୁଝାମଣା ହେତୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଶୀଘ୍ର ଖରାପ ହୋଇଯାଇଥିଲା। ବିଶେଷକରି ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ତୃଣମୂଳ କଂଗ୍ରେସ ତାଙ୍କୁ କେନ୍ଦ୍ର ସରକାରଙ୍କ କୁକୁର ବୋଲି ଅଭିହିତ କରିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଦୃଢ଼ ବିରୋଧ କରିବା ସମ୍ଭାବନା ରହିଥିବାରୁ ଏହି ଡ୍ରାମା ବଢ଼ିଚାଲିବ।
ନ୍ୟାୟିକ ଲଢ଼େଇରେ ପୂର୍ଣ୍ଣଚ୍ଛେଦ
ତାମିଲନାଡୁରୁ ନିଜ ରାଜ୍ୟ ଗୁଜରାଟକୁ ବଦଳି ହେବାକୁ ହିତେଶ କୁମାର ମକ୍‌ୱାନା (୧୯୯୫ ବ୍ୟାଚ୍‌ ଆଇଏଏସ୍‌ : ତାମିଲନାଡୁ ) ଚାର୍ହିଁଥିଲେ। ତାଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ଦର୍ଶାଇଛନ୍ତି, ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଏପରି ପରିବର୍ତ୍ତନ କ୍ୟାଡର ମଧ୍ୟରେ ଥିବା ଅନ୍ୟ ସବୁ ନିଯୁକ୍ତି ଉପରେ ଖରାପ ପ୍ରଭାବ ପକାଇବ। ମକ୍‌ୱାନାଙ୍କୁ କ୍ୟାଡର ବଣ୍ଟନ ହେବାର ଠିକ୍‌ ପରେ ୧୯୯୬ ମସିହାରୁ ସେ ଆଇନଗତ ଭାବରେ ଏହି ପ୍ରସଙ୍ଗରେ ଲଢ଼େଇ କରିଆସୁଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି, ରାଜ୍ୟ ବାହାର ଓ ଭିତର ଅଧିକାରୀଙ୍କ ପକ୍ଷରେ ଥିବା କ୍ୟାଡର ଆବଣ୍ଟନର ୨:୧ ଅନୁପାତକୁ ଆଧାରକରି ଗୁଜରାଟରେ ଜଣେ ବ୍ୟକ୍ତି ଭାବରେ ତାଙ୍କୁ ସ୍ଥାନିତ କରାଯିବା ଉଚିିତ। ଏଭଳି ଦାବିକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିବା ପରେ ସେ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (କ୍ୟାଟ୍‌)ର ଦ୍ୱାରସ୍ଥ ହୋଇଥିଲେ ଓ ପରେ ହାଇକୋର୍ଟରେ ପହଞ୍ଚତ୍ଥିଲେ। ଅବଶ୍ୟ, କେନ୍ଦ୍ର ଏହି ମାମଲାରେ ଦୃଢ଼ ରହିଛି ଓ କହିଛି ଯେ, ମକ୍‌ୱାନାଙ୍କୁ ତାଙ୍କ ନିଜ ରାଜ୍ୟ କ୍ୟାଡରରେ ନିଯୁକ୍ତ କରାଯିବାର କୌଣସି ଅଧିକାର ନାହିଁ। ସରକାର ଗୁରୁତ୍ୱାରୋପ କରିଛନ୍ତି ଯେ କ୍ୟାଡର ଆବଣ୍ଟନ ଏକ ପ୍ରଶାସନିକ ବିଷୟ ଏବଂ ଯଦି ଏଥିରେ ବାଛବିଚାର ହୋଇଥିବା ସ୍ପଷ୍ଟ ହୁଏ ତେବେ ସେହି ମାମଲାରେ ନ୍ୟାୟିକ ସମୀକ୍ଷା ହୋଇପାରିବ। ତେଣୁ ଲମ୍ବା ଆଇନଗତ ବିବାଦ ପରେ କୋର୍ଟଙ୍କ ନିଷ୍ପତ୍ତି ଏକ ଦୀର୍ଘ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପକାଇଛି। ଏହା ସ୍ମରଣଯୋଗ୍ୟ, କ୍ୟାଡର ଆବଣ୍ଟନ ଯଦିଓ ଅମଲାତାନ୍ତ୍ରିକ ମନେହୁଏ, ତଥାପି ଏହାର ବ୍ୟାପକ ପ୍ରଭାବ ରହିଛି ଏବଂ ସହଜରେ ଏପାଖସେପାଖ କରିହୁଏ ନାହିଁ ।

  • ଦିଲୀପ ଚେରିଏନ
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri