ଶିମିଳିପାଳ ପ୍ରାଣୀଙ୍କୁ ସୁରକ୍ଷା ଦେବ ଡଗ୍‌ ସ୍କ୍ବାଡ୍‌

ବାରିପଦା ଅଫିସ,୩୧।୧୨-ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଘ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ ବନ୍ୟଜନ୍ତୁ ଓ ଶିକାରୀମାନଙ୍କ ଚଳପ୍ରଚଳକୁ ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଜଙ୍ଗଲ ସୁରକ୍ଷା କମିଟି ଓ ବିଭାଗୀୟ ଅଧିକାରୀଙ୍କ ମିଳିତ ସହଯୋଗରେ ଜନସଚେତନତା ସୃଷ୍ଟି କରାଯାଇ ଶିମିଳିପାଳକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରହିଛି ା
ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ମଧ୍ୟ ଭାଗରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳ। ୨୭୫୦ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ ହେଉଛି ଏସିଆ ମହାଦେଶରେ ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଏକାଧାରରେ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ବିଶ୍ୱ ପରିଚିତ। ଶୋଭାରେ ଭଣ୍ଡାର ଶିମିଳିପାଳ ଅଭୟାରଣ୍ୟକୁ ୟୁନିସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା। ଏହାରି ମଧ୍ୟରେ ବନ୍ଧୁକ ଗୁଳି, ନିଅଁା, ଜାଲ, ଫାଶ ଓ ଶବ୍ଦ ପ୍ରଦୂଷଣକୁ ନେଇ ବନ୍ୟଜନ୍ତୁମାନେ ନିରାପଦରେ ରହିପାରୁ ନାହାନ୍ତି ା ଫଳରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି ା ମାୟା ଓ ଦ୍ରୋଣ ନାମକ ଦୁଇଟି କୁକୁର ଓ ୪ ଅଧିକାରୀ ଚଣ୍ଡିଗଡ଼ରେ ୭ମାସ ତାଲିମ ଗ୍ରହଣ କରିଛନ୍ତି। ବାଟବଣା ହୋଇ ଜଙ୍ଗଲରୁ ସହର ଓ ଗଁା ମୁହଁା ହେଉଥିବା ଜୀବଜନ୍ତୁଙ୍କ ପାଦ ଚିହ୍ନକୁ ଆଘ୍ରାଣ କରି ତାଲିମପ୍ରାପ୍ତ କୁକୁର ସେମାନଙ୍କ ପାଖରେ ପହଞ୍ଚିିପାରିବେ। ସେହିପରି ଜଙ୍ଗଲ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଉଥିବା ଶିକାରୀମାନଙ୍କ ପାଦ ଚିହ୍ନ ଓ ଜଙ୍ଗଲରେ ପଡ଼ିଥିବା ବାରୁଦର ବାସ୍ନା ନେଇ ବନ୍ଧୁକ ଓ ଶିକାରୀମାନଙ୍କୁ ଠାବ କରିବାରେ ମାୟା ଓ ଦ୍ରୋଣ ସାହାଯ୍ୟ କରିବେ।
ବାଘ ସଂଖ୍ୟା ବୃଦ୍ଧି ପାଇଁ ଖାଦ୍ୟ ନିରାପତ୍ତା ଅତ୍ୟନ୍ତ ଜରୁରୀ। ସେମାନଙ୍କ ପାଇଁ ତୃଣଭୋଜି ପ୍ରାଣୀଙ୍କ ଆବଶ୍ୟକତା ରହିଛି। ତୃଣଭୋଜିଙ୍କ ପାଇଁ ଆବଶ୍ୟକ ଚାରଣ ଭୂଇଁ ସହିତ ବ୍ୟାପକ ପରିମାଣର ସବୁଜ ଘାସ ସୃଷ୍ଟି କରିବା ନିମନ୍ତେ ବିଭାଗ ପକ୍ଷରୁ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌.ଜଗଜୟାନନ୍ଦ ପ୍ରକାଶ କରିଛନ୍ତି। ଶିମିଳିପାଳରେ ବହୁ ପରିମାଣରେ ଶାଳ ବୃକ୍ଷ ରହିଛି। ମାତ୍ର ଏକ ପ୍ରତିଶତ ଚାରଣ ଭୂଇଁ ରହିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ଜାନୁଆରୀ ଶେଷ ସୁଦ୍ଧା ସ୍ଥାନାନ୍ତର କରାଯାଇ ବ୍ୟାପକ ଚାରଣ ଭୂଇଁ ସୃଷ୍ଟି କରାଯିବ। ଫଳରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେହିପରି ହାତୀଙ୍କ ଖାଦ୍ୟ ଓ ସୁରକ୍ଷା ସହିତ ହାତୀ-ମଣିଷ ଲଢ଼େଇ ରୋକିବାକୁ ବନବିଭାଗ ପକ୍ଷରୁ ୱାର୍ଣ୍ଣି ଲାଇଟର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶିମିଳିପାଳ ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆସୁଥିବା ହାତୀମାନଙ୍କର ଚଳପ୍ରଚଳ ସମ୍ପର୍କରେ ଗଁାଲୋକଙ୍କୁ ସଚେତନ କରାଯାଇ ପାରିବ। ଗଁାରେ ହାତୀ ପ୍ରବେଶ କରିବା ପରେ ସେନସର ମାଧ୍ୟମରେ ୱାର୍ଣ୍ଣି ଲାଇଟ ଅଟୋମେଟିକ ଜଳିବ। ବନବିଭାଗ ଖବର ପାଇବା ମାତ୍ରେ ୱାର୍ଣ୍ଣିଂ ଟାୱାରକୁ ବାର୍ତ୍ତା ପହଞ୍ଚିିବ। ଏହି ଟାୱାର ମଧ୍ୟରେ ଥିବା ମେଶିନରେ ସିମ କାର୍ଡ ଯୋଗେ ସମ୍ପୃକ୍ତ ଗ୍ରାମର ଲୋକମାନଙ୍କ ମୋବାଇଲ ନମ୍ବରକୁ ସୂଚନା ପହଞ୍ଚିିଯିବ। ଫଳରେ ଗ୍ରାମରେ ରେଡ୍‌ ଲାଇଟ ଜଳାଇ ହାତୀର ଆଗମନକୁ ନେଇ ଲୋକଙ୍କୁ ସଚେତନ କରାଯିବ। ତେବେ ଶିମିଳିପାଳରେ ହାତୀମାନଙ୍କ ଖାଦ୍ୟ ବ୍ୟବସ୍ଥାରେ ବାଉଁଶ ଜଙ୍ଗଲ ସୃଷ୍ଟି କରାଗଲେ ହାତୀଙ୍କ ସହିତ ବାଘ ସଂଖ୍ୟା ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri