ଶିମିଳିପାଳ ପ୍ରାଣୀଙ୍କୁ ସୁରକ୍ଷା ଦେବ ଡଗ୍‌ ସ୍କ୍ବାଡ୍‌

ବାରିପଦା ଅଫିସ,୩୧।୧୨-ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଘ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ ବନ୍ୟଜନ୍ତୁ ଓ ଶିକାରୀମାନଙ୍କ ଚଳପ୍ରଚଳକୁ ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଜଙ୍ଗଲ ସୁରକ୍ଷା କମିଟି ଓ ବିଭାଗୀୟ ଅଧିକାରୀଙ୍କ ମିଳିତ ସହଯୋଗରେ ଜନସଚେତନତା ସୃଷ୍ଟି କରାଯାଇ ଶିମିଳିପାଳକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରହିଛି ା
ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ମଧ୍ୟ ଭାଗରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳ। ୨୭୫୦ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ ହେଉଛି ଏସିଆ ମହାଦେଶରେ ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଏକାଧାରରେ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ବିଶ୍ୱ ପରିଚିତ। ଶୋଭାରେ ଭଣ୍ଡାର ଶିମିଳିପାଳ ଅଭୟାରଣ୍ୟକୁ ୟୁନିସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା। ଏହାରି ମଧ୍ୟରେ ବନ୍ଧୁକ ଗୁଳି, ନିଅଁା, ଜାଲ, ଫାଶ ଓ ଶବ୍ଦ ପ୍ରଦୂଷଣକୁ ନେଇ ବନ୍ୟଜନ୍ତୁମାନେ ନିରାପଦରେ ରହିପାରୁ ନାହାନ୍ତି ା ଫଳରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି ା ମାୟା ଓ ଦ୍ରୋଣ ନାମକ ଦୁଇଟି କୁକୁର ଓ ୪ ଅଧିକାରୀ ଚଣ୍ଡିଗଡ଼ରେ ୭ମାସ ତାଲିମ ଗ୍ରହଣ କରିଛନ୍ତି। ବାଟବଣା ହୋଇ ଜଙ୍ଗଲରୁ ସହର ଓ ଗଁା ମୁହଁା ହେଉଥିବା ଜୀବଜନ୍ତୁଙ୍କ ପାଦ ଚିହ୍ନକୁ ଆଘ୍ରାଣ କରି ତାଲିମପ୍ରାପ୍ତ କୁକୁର ସେମାନଙ୍କ ପାଖରେ ପହଞ୍ଚିିପାରିବେ। ସେହିପରି ଜଙ୍ଗଲ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଉଥିବା ଶିକାରୀମାନଙ୍କ ପାଦ ଚିହ୍ନ ଓ ଜଙ୍ଗଲରେ ପଡ଼ିଥିବା ବାରୁଦର ବାସ୍ନା ନେଇ ବନ୍ଧୁକ ଓ ଶିକାରୀମାନଙ୍କୁ ଠାବ କରିବାରେ ମାୟା ଓ ଦ୍ରୋଣ ସାହାଯ୍ୟ କରିବେ।
ବାଘ ସଂଖ୍ୟା ବୃଦ୍ଧି ପାଇଁ ଖାଦ୍ୟ ନିରାପତ୍ତା ଅତ୍ୟନ୍ତ ଜରୁରୀ। ସେମାନଙ୍କ ପାଇଁ ତୃଣଭୋଜି ପ୍ରାଣୀଙ୍କ ଆବଶ୍ୟକତା ରହିଛି। ତୃଣଭୋଜିଙ୍କ ପାଇଁ ଆବଶ୍ୟକ ଚାରଣ ଭୂଇଁ ସହିତ ବ୍ୟାପକ ପରିମାଣର ସବୁଜ ଘାସ ସୃଷ୍ଟି କରିବା ନିମନ୍ତେ ବିଭାଗ ପକ୍ଷରୁ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌.ଜଗଜୟାନନ୍ଦ ପ୍ରକାଶ କରିଛନ୍ତି। ଶିମିଳିପାଳରେ ବହୁ ପରିମାଣରେ ଶାଳ ବୃକ୍ଷ ରହିଛି। ମାତ୍ର ଏକ ପ୍ରତିଶତ ଚାରଣ ଭୂଇଁ ରହିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ଜାନୁଆରୀ ଶେଷ ସୁଦ୍ଧା ସ୍ଥାନାନ୍ତର କରାଯାଇ ବ୍ୟାପକ ଚାରଣ ଭୂଇଁ ସୃଷ୍ଟି କରାଯିବ। ଫଳରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେହିପରି ହାତୀଙ୍କ ଖାଦ୍ୟ ଓ ସୁରକ୍ଷା ସହିତ ହାତୀ-ମଣିଷ ଲଢ଼େଇ ରୋକିବାକୁ ବନବିଭାଗ ପକ୍ଷରୁ ୱାର୍ଣ୍ଣି ଲାଇଟର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶିମିଳିପାଳ ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆସୁଥିବା ହାତୀମାନଙ୍କର ଚଳପ୍ରଚଳ ସମ୍ପର୍କରେ ଗଁାଲୋକଙ୍କୁ ସଚେତନ କରାଯାଇ ପାରିବ। ଗଁାରେ ହାତୀ ପ୍ରବେଶ କରିବା ପରେ ସେନସର ମାଧ୍ୟମରେ ୱାର୍ଣ୍ଣି ଲାଇଟ ଅଟୋମେଟିକ ଜଳିବ। ବନବିଭାଗ ଖବର ପାଇବା ମାତ୍ରେ ୱାର୍ଣ୍ଣିଂ ଟାୱାରକୁ ବାର୍ତ୍ତା ପହଞ୍ଚିିବ। ଏହି ଟାୱାର ମଧ୍ୟରେ ଥିବା ମେଶିନରେ ସିମ କାର୍ଡ ଯୋଗେ ସମ୍ପୃକ୍ତ ଗ୍ରାମର ଲୋକମାନଙ୍କ ମୋବାଇଲ ନମ୍ବରକୁ ସୂଚନା ପହଞ୍ଚିିଯିବ। ଫଳରେ ଗ୍ରାମରେ ରେଡ୍‌ ଲାଇଟ ଜଳାଇ ହାତୀର ଆଗମନକୁ ନେଇ ଲୋକଙ୍କୁ ସଚେତନ କରାଯିବ। ତେବେ ଶିମିଳିପାଳରେ ହାତୀମାନଙ୍କ ଖାଦ୍ୟ ବ୍ୟବସ୍ଥାରେ ବାଉଁଶ ଜଙ୍ଗଲ ସୃଷ୍ଟି କରାଗଲେ ହାତୀଙ୍କ ସହିତ ବାଘ ସଂଖ୍ୟା ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri