Posted inଜାତୀୟ

ଇଞ୍ଜିନିୟରରୁ ଡଗ୍‌ ବ୍ରିଡର

ଚେନ୍ନାଇ,୪।୧: ଘରେ ବିଦେଶୀ ବ୍ରିଡ୍‌ର କୁକୁର ରଖିବା ଏବେ ଟ୍ରେଣ୍ଡ୍‌ ପାଲଟିଛି। ଯେଉଁଥିଲାଗି ଏ ପ୍ରକାର କୁକୁରଙ୍କ ଚାହିଦା ବଢ଼ୁଥିବାବେଳେ ଦେଶୀ କୁକୁରଙ୍କୁ କେହି ପସନ୍ଦ କରୁନାହାନ୍ତି। ହେଲେ ଦେଶୀ କୁକୁର ପାଇଁ ତାମିଲନାଡ଼ୁର ସତିଶ ଏବେ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ପେସାରେ ଇଞ୍ଜିନିୟର ସତିଶ ଏବେ ପାଲଟିଛନ୍ତି ଡଗ୍‌ ବ୍ରିଡ୍‌ର। ଏଥିଲାଗି ଡିସେମ୍ବରରେ ତାଙ୍କୁ ‘ବ୍ରିଡ୍‌ କନ୍‌ଜରଭେଶନ୍‌ ଆଓ୍ବାର୍ଡ ୨୦୨୨’ରେ ସମ୍ମାନିତ କରାଯାଇଛି।
ମଦୁରାଇର ଉସିଲାମପାଟ୍ଟିରେ ସତିଶ ଡଲିଜ୍‌ କେନ୍ନେଲ ନାମରେ ଏକ ଫାର୍ମ ହାଉସ୍‌ ଚଳାଉଛନ୍ତି। ଏକରରୁ ଊର୍ଦ୍ଧ୍ୱ ପରିମିତ ଜାଗାରେ ସେ ବନାଇଥିବା ଡଗ୍‌ ଫାର୍ମ ହାଉସ୍‌ରେ ୧୦୦ ପ୍ରଜାତିର ଦେଶୀ କୁକୁର ରହୁଛନ୍ତି। ଅରୁଲ ଏବଂ ପଦ୍ମାବତୀଙ୍କ ସାନ ପୁଅ ସତିଶ। ଉସିଲାମପାଟ୍ଟି ଟକୁଲ ଥାନାରେ ଅରୁଲ କାର୍ଯ୍ୟ କରନ୍ତି। ସତିଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ। ମହାମାରୀ କୋଭିଡ୍‌ ଯୋଗୁ କମ୍ପାନୀ ଓ୍ବାର୍କ ଫର୍ମ ହୋମ୍‌ ଲାଗୁ କରିବାରୁ ସତିଶ ମଦୁରାଇସ୍ଥିତ ତାଙ୍କ ଗାଁକୁ ଚାଲିଆସିଥିଲେ। ବ୍ରିଡ୍‌ (ପଶୁ ପ୍ରଜନନ) ବିଷୟରେ ସେ ଆଗରୁ ଅବଗତ ଥିବାବେଳେ ଘରେ ରହି ଅବସର ସମୟରେ କୁକୁର ବ୍ରିଡ୍‌ ଉପରେ କାମ କରିବା ଆରମ୍ଭ କଲେ। ବିଦେଶୀ କୁକୁର ବଦଳରେ ଦେଶୀ କୁକୁରଙ୍କୁ ନେଇ ସତିଶ ବ୍ରିଡିଂ କରିବା ପରେ ଏ ନେଇ ସେ ନିଜସ୍ବ ଏକ ଫାର୍ମ ହାଉସ୍‌ ତିଆରି କଲେ।
ସତିଶଙ୍କ ପାଖରେ ରାଜାପାଲାୟମ୍‌, ଛିପ୍ପିପରାଇ, କାନ୍ନି, କୋମ୍ବାଇ (ତାମିଲନାଡୁର ଦେଶୀ ପ୍ରଜାତି କୁକୁର) ଭଳି ଅନେକ ପ୍ରଜାତି ଉପଲବ୍ଧ। ଫାର୍ମରେ ପ୍ରତ୍ୟେକ କୁକୁର ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ସୁବିଧା ରହିଛି। ଇଞ୍ଜିନିୟରିଂ ତାଙ୍କ ପେସା ହୋଇଥିବାବେଳେ ଡଗ୍‌ ବ୍ରିଡ୍‌ କରିବା ତାଙ୍କୁ ଆତ୍ମସନ୍ତୋଷ ଦେଉଥିବା ସତିଶ କହିଛନ୍ତି। ଇଞ୍ଜିନିୟରିଂ ଡିଗ୍ରୀ ସାରିବା ପରେ ସେ ରାଜାପଲାୟମ୍‌, କୋମ୍ବାଇ ଏବଂ ଛିପ୍ପିପରାଇ ପ୍ରଜାତି କୁକୁର ଆଣି ଘରେ ପ୍ରଥମେ ବ୍ରିଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଘରେ ଏତେ ସଂଖ୍ୟକ କୁକୁର ରଖିବା ସମ୍ଭବପର ହୋଇ ନ ଥିବାବେଳେ ଏ ନେଇ ତାଙ୍କୁ ଏକ ଫାର୍ମ ହାଉସ୍‌ ତିଆରି ପାଇଁ ଘରଲୋକ ପ୍ରସ୍ତାବ ଦେଇଥିଲେ। ଫାର୍ମ ହାଉସ୍‌ ଦେଖାଶୁଣା କରିବା ଲାଗି ସତିଶ ୪ ଜଣଙ୍କୁ ରଖିଥିବାବେଳେ କୁକୁରଙ୍କ ପିଛା ମାସିକ ୫୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଦେଶୀ କୁକୁର ୬,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି କରାଯାଉଛି। ବିଦେଶୀ କୁକୁର ବଦଳରେ ଦେଶୀ କୁକୁର ଚାହିଦା ବଢ଼ାଇବା ଲାଗି ସତିଶ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri