Posted inଖେଳ

ନାରିନ୍‌ଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ

ଆବୁଧାବି, ୧୨ା୧୦ (ପି.ଟି.)- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଓ୍ବେଷ୍ଟଇଣ୍ଡିଆନ ସ୍ପିନର ସୁନୀଲ ନାରିନ୍‌ଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ କରାଯାଇଛି। ଏଠାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ତାଙ୍କ ଦଳର ଆଇପିଏଲ୍‌ ମୁକାବିଲା ବେଳେ ସେ ନଜରକୁ ଆସିଛନ୍ତି। ଏହାର ପୁନରାବୃତ୍ତି ହେଲେ ଲିଗ୍‌ରେ ତାଙ୍କୁ ବୋଲିଂରୁ ବାରଣ କରାଯାଇପାରେ। ଶନିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ୩୨ ବର୍ଷୀୟ ନାରିନ ତାଙ୍କ ୪ ଓଭର ବୋଲିଂରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। କେକେଆର୍‌ ଦୁଇ ଉଇକେଟରେ ବିଜୟ ଲାଭ କରିଥିଲା। ଆଇପିଏଲ୍‌ର ସସ୍‌ପେକ୍ଟେଡ୍‌ ବୋଲିଂ ଆକ୍ସଶନ ପଲିସି ଅନୁସାରେ ନାରିନଙ୍କ ବିରୋଧରେ ଅନ୍‌-ଫିଲ୍ଡ ଅମ୍ପାୟର ରିପୋର୍ଟ କରିଛନ୍ତି। ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କ ନାମ ଚେତାବନୀ ତାଲିକାରେ ସ୍ଥାନ ପାଇବ ଏବଂ ଟୁର୍ନାମେଣ୍ଟରେ ବୋଲିଂ ପାଇଁ ଅନୁମତି ମିଳିବ। ନାରିନଙ୍କ ବିରୋଧରେ ଯଦି ଆଉଥରେ ରିପୋର୍ଟ ହୁଏ ତେବେ ବିସିସିଆଇ ସସ୍‌ପେକ୍ଟ ବୋଲିଂ ଆକ୍ସନ କମିଟି ଦ୍ୱାରା କ୍ଲିୟର ନ ହେବା ପର୍ଯ୍ୟନ୍ତ ସେ ଚଳିତ ଡ୍ରିମ୍‌ ୧୧ ଆଇପିଏଲ୍‌ ୨୦୨୦ରେ ବୋଲିଂ କରିବାରୁ ବଞ୍ଚତ୍ତ ହେବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୫ରେ ନାରିନ୍‌ଙ୍କ ବେଆଇନ ବୋଲିଂ ଆକ୍ସନ ପାଇଁ ଆଇସିସି ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ କରିଥିଲା। କିନ୍ତୁ ବୋଲିଂ ଆକ୍ସନରେ ସୁଧାର ଆଣିବା ପରେ ୨୦୧୬ରେ ତାଙ୍କୁ ସମସ୍ତ ଫର୍ମାଟ୍‌ରେ ବୋଲିଂ କରିବା ଲାଗି ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri