ହାତୀ ମୃତ୍ୟୁ ନେଇ ସନ୍ଦେହ

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଠର୍ଲି ଗ୍ରାମ ନିକଟ ମୁଣ୍ଡେର-ଡୁମ୍ବେରଚୁଅଁା ସଂରକ୍ଷିତ ଜଙ୍ଗଲ ଶାଗୁଆନ ବଣରେ ବନ୍ୟପ୍ରାଣୀକୁ ମାରି ପୋତି ଦେଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅଞ୍ଚଳରେ ପ୍ରାୟ ଏକସପ୍ତାହ ହେଲା ହାତୀପଲ ଉପଦ୍ରବ କରୁଛନ୍ତି। ତେଣୁ ଦାନ୍ତ ପାଇଁ ହାତୀ ଶିକାର କରାଯାଇଥିବା ଚର୍ଚ୍ଚା ହେଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ହାତୀକୁ ଗୁଳିକରି ଶିକାର କରାଯାଇଛି। ଦାନ୍ତ ନେବା ପରେ ଗାତ ଖୋଳି ତାହାକୁ ପୋତି ଦିଆଯାଇଛି। ଦୁର୍ଗନ୍ଧ ନ ହେବା ପାଇଁ କିରୋସିନ ଢାଳି ପୋଡିଦେବା ପରେ ପୋତି ଦିଆଯାଇଥିବା ଆଲୋଚନା ହେଉଛି। ଏହି ଖବର ବନ ବିଭାଗ ପାଖରେ ପହଞ୍ଚତ୍ବା ପରେ ଡିଏଫ୍‌ଓ ତଦନ୍ତ କରିବାକୁ ସ୍ଥାନୀୟ ରେଞ୍ଜ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।