ବନ୍ୟପ୍ରାଣୀ ଆଇନ ସଂଶୋଧନ ନେଇ ସନ୍ଦେହ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ କିପରି କଡ଼ାକଡ଼ି କରାଯାଇପାରିବ ସେନେଇ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବାବେଳେ ଏବେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନା କରିବାକୁ ଯାଉଛନ୍ତି ବନ୍ୟଜୀବ (ସଂରକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୧ ବିଲ୍‌। ସଂସଦର ଉଭୟ ସଦନରେ ସରକାରୀ ଦଳ ଭାଜପା ଓ ଏହାର ସହଯୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ବିଲ୍‌ ଯେ ବିନା ବାଧାବିଘ୍ନରେ ପାରିତ ହୋଇଯିବ, ଏଥିରେ କାହାର ସନ୍ଦେହ ନାହିଁ। ହେଲେ ଏହାକୁ ନେଇ ପରିବେଶବିତ ଓ ବନ୍ୟପ୍ରାଣୀପ୍ରେମୀ ସନ୍ଦିହାନ ହୋଇପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ରାଜ୍ୟରୁ ଏନେଇ ପ୍ରତିବାଦର ସ୍ବର ମଧ୍ୟ ଉଠିଲାଣି। ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୭ବର୍ଷ ଭିତରେ କେନ୍ଦ୍ରୀୟ ଓ୍ବାଇଲ୍ଡଲାଇଫ୍‌ ବୋର୍ଡର ଥରେ ହେଲେ ବି ବୈଠକ ବସିନାହିଁ। ବିନା ବୈଠକରେ ବନ୍ୟପ୍ରାଣୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ଜମିରେ ପ୍ରକଳ୍ପ କାମ ପାଇଁ ପରିବେଶ ମଞ୍ଜୁରୀ କରିନେଉଛନ୍ତି। ସଂଶୋଧନ ଅଧିନିୟମ ବିଲ୍‌ରେ କେଉଁ ସିଡ୍ୟୁଲରେ କ’ଣ ରହିବ ତାହା ପ୍ରଥମେ ସାର୍ବଜନୀନ କରିବାର ଥିଲା ବୋଲି ସେମାନେ କହିଛନ୍ତି।
ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଡ୍ରାଫ୍ଟ ଅନୁଯାୟୀ, ଏହି ନୂତନ ଅଧିନିୟମରେ ଅନେକ ସଂଶୋଧନ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଧାରା ୮ରେ ରାଜ୍ୟ ବନ୍ୟଜୀବ ବୋର୍ଡର ଷ୍ଟାଣ୍ଡିଂ କମିଟି ଗଠନ ପ୍ରସ୍ତାବ ରହିଛି। ପୂର୍ବରୁ ଥିବା ରାଜ୍ୟ ବନ୍ୟଜୀବ ବୋର୍ଡ ସହ ଏକ ନୂଆ ଷ୍ଟାଣ୍ଡିଂ କମିଟି ରହିବ। ଏଥିରେ ଭାଇସ ଚେୟାରମ୍ୟାନ, ମେମ୍ବର ସେକ୍ରେଟାରି ଏବଂ ସର୍ବାଧିକ ୧୦ଜଣ ସଦସ୍ୟ ରହିବେ। ସେହିପରି ଧାରା ୩୪କୁ ସଂଶୋଧନ କରାଯାଇ ଅଭୟାରଣ୍ୟର ୧୦ କି.ମି. ପରିସରରେ ରହୁଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ଶେଷ ହେବା ପରେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ବିନା ଅନୁମତିରେ ନବୀକରଣ କରାଯିବ ନାହିଁ। ଧାରା ‘୪୨ ଏ’ ଏକ ନୂତନ ଧାରା, ଯେଉଁଥିରେ ୪ଟି ଉପନିୟମ ରହିଛି। ଏଥିରେ ଯେଉଁ ବ୍ୟକ୍ତି ବନ୍ୟପ୍ରାଣୀ ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ(ଟ୍ରଫି) ରଖିଥିବେ ସେମାନେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ନିକଟରେ ୭ ଦିନର ନୋଟିସ ଦେଇ ତାହାକୁ ସରେଣ୍ଡର କରିପାରିବେ। ତେବେ ଏଥିପାଇଁ କିଛି କ୍ଷତିପୂରଣ ମିଳିବ ନାହିଁ। ସେହିପରି ବନ୍ୟଜୀବମାନଙ୍କର ସିଡ୍ୟୁଲ ତାଲିକାରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଗରୁ ମୋଟ ୧ ରୁ ୬ ସିଡ୍ୟୁଲରେ ବନ୍ୟପ୍ରାଣୀଙ୍କୁ ବିଭକ୍ତ କରାଯାଇଥିଲା। ୧ ରୁ ୪ ସିଡ୍ୟୁଲରେ ତାଲିକାଭୁକ୍ତ ହୋଇଥିବା ପ୍ରାଣୀମାନଙ୍କୁ ଶିକାର କଲେ ଦଣ୍ଡନୀୟ ଥିଲା। ସିଡ୍ୟୁଲ ୫ରେ ମୂଷା, ବାଦୁଡ଼ି, କାଉ ଆଦି ଜୀବଙ୍କୁ ଭର୍‌ମିନ ତାଲିକାରେ ରଖାଯାଇଥିଲା, ଯାହାଙ୍କୁ ଶିକାର କଲେ ଦଣ୍ଡନୀୟ ନ ଥିଲା। ସେହିପରି ସିଡ୍ୟୁଲ ୬ରେ କିଛି ଉଦ୍ଭିଦଙ୍କୁ ରଖାଯାଇଥିଲା। ନୂତନ ସଂଶୋଧନରେ ମାତ୍ର ୨ଟି ସିଡ୍ୟୁଲରେ ପ୍ରାଣୀମାନଙ୍କୁ ବିଭକ୍ତ କରାଯାଇଛି। ସିଡ୍ୟୁଲ-୩ ରେ ଏଥର ଉଦ୍ଭିଦମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହେଉଛି। ସିଡ୍ୟୁଲ ୪ରେ ନୂଆ କରି କନ୍‌ଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେଞ୍ଜର୍‌ଡ ସ୍ପେସିସ୍‌ (ସିଆଇଟିଇଏସ୍‌) ଅନ୍ତର୍ଭୁକ୍ତ ପ୍ରଜାତିମାନଙ୍କୁ ରଖାଯିବ। ଏହି ସିଡ୍ୟୁଲରେ ବିଦେଶୀ ବା ଏକ୍‌ଜୋଟିକ୍‌ ଜୀବମାନଙ୍କୁ ରଖାଯିବ ବୋଲି ଆପାତତଃ ସ୍ଥିର ହୋଇଛି। କେଉଁ ପ୍ରଜାତିର ଜୀବକୁ କେଉଁ ସିଡ୍ୟୁଲରେ ରଖାଯିବ ଏନେଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ତର୍ଜମା କରି ତାଲିକା ପ୍ରସ୍ତୁତ କରିବା ପାଇଁ ଦିଆଯାଇଛି।

ଜେଲ୍‌ ଦଣ୍ଡ ୧୦ବର୍ଷରୁ ଅଧିକ ରହୁ : ଶୁଭେନ୍ଦୁ

ବନ୍ୟପ୍ରାଣୀ ଅପରାଧ ରୋକିବାରେ ସବୁଠାରୁ ଗୁରୁତ୍ୱପୂର୍ଣ ଥିବା ଦଣ୍ଡବିଧାନକୁ ଏହି ନୂତନ ସଂଶୋଧନ ଅଧିନିୟମ ଡ୍ରାଫ୍ଟରେ କେନ୍ଦ୍ର ସରକାର ନ ବଢ଼ାଇବା ନିଶ୍ଚୟ ଚିନ୍ତାର ବିଷୟ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ତାଙ୍କ ମତରେ ପୁରୁଣା ଆଇନରେ ସର୍ବାଧିକ ଜେଲ ଦଣ୍ଡ ଯେଉଁ ୭ବର୍ଷ ଥିଲା, ନୂତନ ସଂଶୋଧନ ଅଧିନିୟମ ଡ୍ରାଫ୍ଟରେ ସେୟା ହିଁ ରହିଛି। ଦଣ୍ଡବିଧାନ ଅଧିକ ନ ହେଲେ ଅପରାଧୀମାନେ ଏବେ ଯେମିତି ଅପରାଧ କରି ଜାମିନରେ ଆସିବା ପରେ ପୁଣି ସେହି କାମରେ ଲିପ୍ତ ରହୁଛନ୍ତି, ନୂଆ ଆଇନ ହେଲେ ମଧ୍ୟ ତାଙ୍କ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ତେଣୁ ଜେଲଦଣ୍ଡ ଅତିକମ୍‌ରେ ୧୦ ବର୍ଷରୁ ଅଧିକ ରହିବା ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri