ସନ୍ଦେହରେ ନିଯୁକ୍ତି

Dillip Cherian

ନିକଟରେ କର୍ନାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରୂପକ କୁମାର ଦତ୍ତଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଇପିଏସ୍‌ ଅଧିକାରୀ ଭାବେ ଦତ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ରହିବା ସହ ଅନ୍ୟ କେତେକ ସଂସ୍ଥାରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ତେବେ ପଶ୍ଚିମବଙ୍ଗରେ ନିଯୁକ୍ତି ପଛରେ ତାଙ୍କର ନୂତନ ଭୂମିକା କ’ଣ ତାହା ସହଜରେ ବୁଝି ହେଉନାହିଁ। ସୂତ୍ରରୁ ଜଣାପଡ଼ିଛି, ଦତ୍ତଙ୍କ ପ୍ରଭାବଶାଳୀ ଦକ୍ଷତା ଓ ଯୋଗ୍ୟତା ଥିଲେ ବି ଏବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିପର୍ଯ୍ୟସ୍ତ ସୁରକ୍ଷାକୁ ଦେଖିଲେ ଏହି ନିଯୁକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ନେଉଥିବା ଏବଂ ଅନେକ ସୁରକ୍ଷା ଏଜେନ୍ସିର ନକଲି ପରିଚୟପତ୍ର ରଖିଥିବା ଜଣେ ବ୍ୟକ୍ତି ଗିରଫ ହେବା ପଶ୍ଚିମବଙ୍ଗରେ ସୁରକ୍ଷା ପ୍ରସ୍ତୁତିର ସ୍ଥିତିରେ ଥିବା ସମସ୍ୟାକୁ ପଦାକୁ ଆଣିଛି । ତେବେ ଦତ୍ତଙ୍କ ନିଯୁକ୍ତିକୁ କେତେଜଣ ସମାଲୋଚକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ସିବିଆଇ ନିର୍ଦ୍ଦେଶକ ଚୟନ ହେବାର ଠିକ୍‌ ପୂର୍ବରୁ ସ୍ବତନ୍ତ୍ର ସଚିବ ଭାବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ବଦଳି ହେବା ଏବଂ ପରେ କର୍ନାଟକରେ ଡିଜିପି ଦାୟିତ୍ୱ ଗ୍ରହଣ କରିବାକୁ ଲକ୍ଷ୍ୟକରି ସେମାନେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଏକ ସମ୍ଭାବିତ ରାଜନୈତିକ ପ୍ରେରଣାର ଦିଗକୁ ସୂଚିତ କରୁଛି। ଦତ୍ତ ଯଦିଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କୁ ସୁରକ୍ଷା ପରାମର୍ଶ ଦେଇଆସୁଥିଲେ, ତଥାପି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କୁ ଔପଚାରିକ ଭାବେ ନିଯୁକ୍ତ କରାଯାଇଛି। ସିବିଆଇରେ ଦତ୍ତଙ୍କ ବ୍ୟାପକ ପୃଷ୍ଠଭୂମିକୁ ଦେଖିଲେ ଆଶା କରାଯାଉଛି ଯେ ସେ ନିଆରା ଦୃଷ୍ଟିକୋଣ ଗ୍ରହଣ କରିବେ, ଯାହା ସୁରକ୍ଷା ସମ୍ପର୍କିତ ସମସ୍ୟାଗୁଡ଼ିକୁ ପ୍ରଭାବୀ ଶୈଳୀରେ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସକ୍ଷମ ହେବେ।
ନିଲମ୍ବନ ବାର୍ତ୍ତା
ଇଣ୍ଟର୍‌ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ପପୁଲେଶନ ସାଇନ୍ସ (ଆଇଆଇପିଏସ୍‌)ର ନିର୍ଦ୍ଦେଶକ ପଦରୁ କେ.ଏସ୍‌.ଜେମ୍ସଙ୍କୁ ନିଲମ୍ବନ କରାଯାଇଛି। ଅନଧିକୃତ ଗବେଷଣା କାର୍ଯ୍ୟକଳାପ ଏବଂ ଆଇଆଇପିଏସ୍‌ରେ ଆର୍ଥିକ ଅନିୟମିତତାରେ ଜଡ଼ିତ ଅଭିଯୋଗ କାରଣରୁ ଜେମ୍ସଙ୍କୁ ନିଲମ୍ବନ କରାଯାଇଥିବା ଔପଚାରିକ ଭାବେ ଦର୍ଶାଯାଇଛି। କିନ୍ତୁ କୁହାଯାଉଛି ଯେ, ଆରମ୍ଭରୁ ନିନ୍ଦିତ କରିବା ଭଳି ତଥ୍ୟକୁ ନେଇ ଜେମ୍ସ ସରକାରଙ୍କ କ୍ରୋଧର ଶିକାର ହୋଇସାରିଥିଲେ। ଜେମ୍ସଙ୍କ ଦାୟିତ୍ୱରେ ଆଇଆଇପିଏସ୍‌ ଦ୍ୱାରା ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ଏବଂ ଅନ୍ୟ ସମ୍ବେଦନଶୀଳ ପ୍ରସଙ୍ଗ ଯଥା ଜନସଂଖ୍ୟା ଗତିଶୀଳତାରେ ସରକାରୀ ଯୋଜନାର ପ୍ରଭାବ, ସାର୍ବଜନୀନ ସ୍ବାସ୍ଥ୍ୟ ଓ ସାମାଜିକ-ଆର୍ଥିକ ଅସମାନତା ଉପରେ ସର୍ଭେ କରାଯାଇଛି। ଏହି ଏନ୍‌ଏଫ୍‌ଏଚ୍‌ଏସ୍‌-୫ ସର୍ଭେ ହିଁ ଜେମ୍ସଙ୍କ ନିଲମ୍ବନର କାରଣ। ରକ୍ତହୀନତା ବଢ଼ିବା ଏବଂ ସ୍ବଚ୍ଛ ଭାରତ ଅଭିଯାନ ଉପରେ ଜୋର୍‌ ଦିଆଯାଉଥିଲେ ବି ସବୁ ରାଜ୍ୟରେ ବାହାରେ ମଳତ୍ୟାଗ କରୁଥିବା ବିଷୟ ଏନ୍‌ଏଫ୍‌ଏଚ୍‌ଏସ୍‌ ସର୍ଭେ-୫ ଦର୍ଶାଇଥିଲା। ଏହା ସ୍ପଷ୍ଟ କରିଥିଲା ଯେ, ୪୦%ରୁ ଅଧିକ ପରିବାର ପାଖରେ ସ୍ବଚ୍ଛ ଇନ୍ଧନ ନାହିଁ, ଯାହା ଉଜ୍ଜଳା ଯୋଜନା ସଫଳ ହୋଇଛି ବୋଲି ଯେଉଁ ଦାବି କରାଯାଉଛି ତାହା ଉପରେ ପ୍ରଶ୍ନ ଉଠାଇଛି। ଏହା ସ୍ପଷ୍ଟ ଯେ, ସର୍ଭେ ନିର୍ଦ୍ଦିଷ୍ଟ ଭାବେ ଅସୁବିଧାରେ ପକାଇବା ଭଳି ସତ୍ୟ ପଦାକୁ ଆଣିବା ଯୋଗୁ ଏହା କେନ୍ଦ୍ର ସରକାରଙ୍କୁ ଖୁସି କରି ନଥିବ। ସରକାର ଆଗାମୀ ଏନ୍‌ଏଫ୍‌ଏଚ୍‌ଏସ୍‌-୬ ପାଇଁ ରକ୍ତହୀନତା ସୂଚକାଙ୍କକୁ ବନ୍ଦ କରିବାକୁ ଚାହଁୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି, ଯାହା ସରକାରଙ୍କ ଅସନ୍ତୋଷକୁ ସହଜରେ ଆକଳନ କରିହୁଏ। ସରକାର ବର୍ଣ୍ଣନା କରୁଥିବା ନିଜ କାହାଣୀକୁ ଚ୍ୟାଲେଞ୍ଜ କରିବା ପାଇଁ ଯେଉଁମାନେ ଚାହଁୁଛନ୍ତି ସେମାନଙ୍କ ସକାଶେ ଜେମ୍ସଙ୍କ ନିଲମ୍ବନ ଏକ ବାର୍ତ୍ତା ବୋଲି ଅନେକେ ବିଚାର କରୁଛନ୍ତି।
ମିଶ୍ରଙ୍କ ଗୁରୁତ୍ୱ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ଭାବେ ସଞ୍ଜୟ କୁମାର ମିଶ୍ରଙ୍କୁ ପାଇବା ଲାଗି ମୋଦି ସରକାର ଏଭଳି ଏକ ସ୍ତର ଯାଏ ଯାଇଛନ୍ତି, ଯାହା ଅତୀତରେ କେବେ ଦେଖାଯାଇନାହିଁ। ସରକାର ସୁପ୍ରିମକୋର୍ଟରେ ଏକ ସ୍ବତନ୍ତ୍ର ଆବେଦନ କରିଥିଲେ ଏବଂ ସ୍ଥିତିକୁ ‘ଅସାଧାରଣ ଓ ଅସାମାନ୍ୟ’ଦର୍ଶାଇ ତାଙ୍କୁ ପଦବୀରେ ରହିବା ଲାଗି ଅନୁମତି ଦେବାକୁ ଅନୁରୋଧ କରିଥିଲେ। ତେବେ ଏବେ ଚାଲୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ସମୀକ୍ଷା ପାଇଁ ମିଶ୍ର ପଦବୀରେ ରହିବା ଦରକାର ମନେକରି ସୁପ୍ରିମକୋର୍ଟ ବାଧ୍ୟହୋଇ ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି କେତେଜଣ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି। ଏପରିକି ପୂର୍ବରୁ ମିଶ୍ରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ କୋର୍ଟ ବେଆଇନ ସୂଚିତ କରିଥିଲେ ମଧ୍ୟ ଏବେ ‘ସାର୍ବଜନୀନ ଓ ଜାତୀୟ ସ୍ବାର୍ଥ’ କଥା ଦର୍ଶାଇ ତାହାକୁ ସମ୍ପ୍ରସାରଣ କରିଛନ୍ତି। ମିଶ୍ରଙ୍କ କଡ଼ା ନିୟନ୍ତ୍ରଣରେ ଇଡି ଅଧିକ ଶକ୍ତିଶାଳୀ ହୋଇଛି। ଅନ୍ୟପଟେ ବିରୋଧୀ ନେତା ଓ ସରକାରଙ୍କ ସମାଲୋଚକଙ୍କ ବିରୋଧରେ ଇଡିର ତଦନ୍ତକୁ ନେଇ ଅଭିଯୋଗ ଉଠିଛି। ସରକାର ତାଙ୍କ ବିରୋଧୀଙ୍କ ବିରୋଧରେ ଇଡିକୁ ଅତ୍ୟଧିକ ବ୍ୟବହାର କରୁଛନ୍ତି ବୋଲି କୁହାଯାଉଛି। ସମ୍ଭବତଃ, ଶାସକ ଦଳ ଦୃଷ୍ଟିରେ ମିଶ୍ର ଜଣେ ‘ଆଦର୍ଶ’ବାବୁ ହେବାର କାରଣ ହେଉଛି ସେ ଲୋ ପ୍ରୋଫାଇଲ ବଜାୟ ରଖିଛନ୍ତି। ୟୁପିଏ ସମୟରେ ଅଫିସରେ ଏହି ଧାରା ବଜାୟ ରଖିଥିଲେ, ଯେଉଁଥିପାଇଁ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ପ୍ରଣବ ମୁଖାର୍ଜୀଙ୍କର ଖୁବ୍‌ ନକଟତର ହୋଇପାରିଥିଲେ। ପ୍ରକାଶ ଥାଉକି, ପ୍ରଣବ ଅର୍ଥମନ୍ତ୍ରୀ ଥିବା ସମୟରେ ମିଶ୍ର ତତ୍କାଳୀନ ରାଜସ୍ବ ସଚିବଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri