ସନ୍ଦେହ ଘେରରେ ସ୍ପୁଟ୍‌ନିକ୍‌ ଭି

ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ ଉଠିବାରେ ଲାଗିଛି। ମସ୍କୋର ଗାମଲେୟା ଇନ୍‌ଷ୍ଟିଚ୍ୟୁଟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ‘ସ୍ପୁଟ୍‌ନିକ ଭି’ ନାମକ ଏହି ଟିକାର ବିକାଶ କରିଥିବାବେଳେ ମାତ୍ର ୨ ମାସର ପରୀକ୍ଷା ପରେ ଏହାକୁ ବ୍ୟବହାର ଲାଗି ଅନୁମତି ମିଳିଛି। ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଉତ୍ପାଦନକାରୀ ଭାବେ ଦାବି କରିବା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷା ପୂର୍ବରୁ ରୁଷିଆ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଥିବା ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଏହି ଟିକାର ନିରାପତ୍ତା ଓ ପ୍ରଭାବକୁ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ବ୍ୟାପକ ପରିମାଣର ଟିକା ଉତ୍ପାଦନ କରିବା କ୍ଷମତା ଭାରତର ରହିଛି ବୋଲି ସେ କହିଛନ୍ତି। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିବା ଉଚିତ ନୁହେଁ। ଏହା ଉତ୍ତମ ରୋଗ ପ୍ରତିରୋଧ କ୍ଷମତା ପ୍ରଦାନ କରିବା ସହ ସୁରକ୍ଷା ଦେବା ଆବଶ୍ୟକ।
ରୁଷିଆ ଆଡେନୋଭାଇରସ୍‌ ଆଧାରିତ ଭାଇରାଲ ଭେକ୍ଟର ଟିକା ପ୍ରସ୍ତୁତ କରିଛି। ଏହା ସାଧାରଣ ଥଣ୍ଡା ରୋଗ ଭୂତାଣୁ। ଗାମାଲେୟା ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଲେକ୍‌ଜାଣ୍ଡାର ଗିଣ୍ଟ୍‌ସବର୍ଗଙ୍କ ମତରେ ଟିକାରେ ଥିବା କରୋନା ଭୂତାଣୁ କଣିକା ବଂଶବିସ୍ତାର କରିପାରୁ ନ ଥିବାରୁ ଏହା ଶରୀରର କୌଣସି କ୍ଷତି କରିବ ନାହିଁ। କରୋନା ସଂକ୍ରମଣ ବିରୋଧରେ ଶରୀରରେ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହି ଟିକାର ଦୁଇଟି ଡୋଜ୍‌ ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ଟିକା ଦିଆଯିବା ପରେ ଅକ୍ଟୋବରରେ ସାରା ଦେଶରେ ଟିକାକରଣ ପାଇଁ ରୁଷିଆ ଯୋଜନା କରିଛି। ତେବେ ଟିକାର ମାନବ ପରୀକ୍ଷା ଫଳାଫଳ ସମ୍ପର୍କରେ ରୁଷିଆ ଏପର୍ଯ୍ୟନ୍ତ କୌଣସି ଦସ୍ତାବିଜ୍‌ ପ୍ରକାଶନ କରିନାହିଁ।
ସ୍ପୁଟ୍‌ନିକ ଭି ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଜୁନ୍‌ ୧୭ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୭୬ ସ୍ବେଚ୍ଛାସେବୀ ଭାଗ ନେଇଥିଲେ। ପ୍ରଥମ ଡୋଜ୍‌ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ଏହା ରୋଗ ପ୍ରତିରୋଧକ କ୍ଷମତା ଦୁଇଗୁଣ ବଢ଼ାଇଥିବା ରୁଷିଆ ବିଶେଷଜ୍ଞ ଦାବି କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଜୁଲାଇ ୧୩ରେ ଆରମ୍ଭ ହୋଇଥିବାବେଳେ ବିଶ୍ୱର ପ୍ରଥମ ଟିକା ସଫଳ ହୋଇଛି ବୋଲି ଅଗଷ୍ଟ ୩ରେ ରୁଷିଆ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ତେବେ କେଉଁ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି, ସେ ନେଇ ରୁଷିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଅନୁମୋଦନ ମିଳିବା ପରେ ଟିକାର ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ହେବ ବୋଲି ଖବର ପ୍ରକାଶ ପାଇଛି। ଟିକାର ଉପଯୁକ୍ତ ନିରାପତ୍ତା ଓ ସାମର୍ଥ୍ୟ ପରୀକ୍ଷା ହୋଇ ନ ଥିବା ଆମେରିକୀୟ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଟିକାର ନିରାପତ୍ତା ଓ ପ୍ରଭାବକୁ ସାବଧାନତାର ସହିତ ମୂଲ୍ୟାୟନ କରାଯିବା ଆବଶ୍ୟକ ବୋଲି ଉକ୍ତ ସଂଗଠନର ଉପନିର୍ଦ୍ଦେଶକ ଜାରବାସ ବାର୍ବୋସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri