ଆମ ବସ୍‌ଷ୍ଟାଣ୍ଡ, ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ

ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍‌ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍‌ ମାଲିକ ସଂଘ ଏପରିକି ନୂତନ ଭାବେ ଓଏସ୍‌ଆର୍‌ଟିସି ପକ୍ଷରୁ ନିଯୁକ୍ତ ଜିଲା ମ୍ୟାନେଜରଙ୍କ ନିକଟରେ କୌଣସି ଠିକ୍‌ ସୂଚନା ନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସହରବାସୀ ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଯେ, ଢେଙ୍କାନାଳ ସହର ପୁରୁଣା ବସ୍‌ଷ୍ଟାଣ୍ଡକୁ ନୂଆ ରୂପ ଦିଆଯାଇ ଆମ ବସ୍‌ଷ୍ଟାଣ୍ଡ ଭାବେ ନିର୍ମାଣ କରାଯାଉଛି। ଏଥିପାଇଁ ଓଏସ୍‌ଆର୍‌ଟିସି ପକ୍ଷରୁ ୮ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡରେ ୨୦ରୁ ଊର୍ଦ୍ଧ୍ୱ ବସ୍‌ ପାର୍କିଂ କରିବା ସହିତ ଯାତ୍ରୀ, ବସ୍‌ ଚାଳକ ଓ କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ମାର୍କେଟ କମ୍ପ୍ଲେକ୍ସ, କାର୍ଯ୍ୟାଳୟ ଗୃହ ଆଦିର ବ୍ୟବସ୍ଥା କରାଯାଉଛି। ବସ୍‌ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ମଧ୍ୟ ତିଆରି ହୋଇଛି। ତେବେ ପ୍ରବେଶ ଦ୍ୱାର ପାଇଁ ୯ ମିଟର ସ୍ଥାନ ଆବଶ୍ୟକ ଥିବାବେଳେ ନିର୍ମାଣ ହୋଇଥିବା ପ୍ରବେଶ ଦ୍ୱାରର ଚଉଡ଼ା ମାତ୍ର ୫ ମିଟର ରହିଛି। ଏଥିସହ ପ୍ରବେଶ ରାସ୍ତାରେ ପାନୀୟଜଳ, ଷ୍ଟୋରେଜ୍‌ ପଏଣ୍ଟ, କର୍ମଜୀବୀ ମହିଳାଙ୍କ ନିମନ୍ତେ ହଷ୍ଟେଲ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ପୂର୍ତ୍ତ ବିଭାଗର କ୍ୱାର୍ଟର୍ସ, ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଏବଂ ଲୋକମାନଙ୍କ ଘର ରହିଛି। ତେଣୁ ଏସବୁ ମଧ୍ୟଦେଇ କିଭଳି ବସ୍‌ ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ବ୍ଲକରୁ ପଞ୍ଚାୟତ ଏବଂ ଜିଲା ସଦର ମହକୁମାକୁ ମୋ ବସ୍‌ ଯୋଜନାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି। ସେହିପରି ଢେଙ୍କାନାଳରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ହେବ ବୋଲି ମହିଷାପାଟ ପଡିଆକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ପଟ୍ଟା କରାଯାଇଥିଲା। ଏହି ୫ଏକର ଜାଗାରେ ଓଏସ୍‌ଆର୍‌ଟିସି ପକ୍ଷରୁ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୨୧ ଡିସେମ୍ବର ୨୩ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ଦେଢବର୍ଷ ଭିତରେ ପଡ଼ିଆ ଚତୁଃପାର୍ଶ୍ୱରେ କେବଳ ପାଚେରି କାମ ବ୍ୟତୀତ ଅନ୍ୟ କିଛି କରାଯାଇ ନାହିଁ। ତେଣୁ ଏହା କେବେ ନିର୍ମାଣ ହେବ ଓ କାର୍ଯ୍ୟକ୍ଷମ କରାଯିବ ତାହାକୁ ନେଇ ସାଧାରଣରେ ସନ୍ଦେହ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଏଠାରେ ବସ୍‌ ଟର୍ମିନାଲ ପରିବର୍ତ୍ତେ ମୋ ବସ୍‌ ରହିବା ପାଇଁ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ଏକ ଡିପୋ କରାଯିବ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଢେଙ୍କାନାଳରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଓଏସ୍‌ଆର୍‌ଟିସି ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ବିଭାଗ, ବସ୍‌ ମାଲିକ ସଂଘ ଏବଂ ନିକଟରେ ନିଯୁକ୍ତି ପାଇଥିବା ବିଭାଗୀୟ ଜିଲା ମ୍ୟାନେଜରଙ୍କୁ ଅବଗତ କରାଯାଇନାହିଁ।
ଏ ସମ୍ପର୍କରେ ଜିଲା ବସ୍‌ ମାଲିକ ସଂଘ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ତ୍ରିପାଠୀ କହିଛନ୍ତି, ଆମ ବସ୍‌ଷ୍ଟାଣ୍ଡର ନିର୍ଦ୍ଧାରିତ ପ୍ରବେଶ ଦ୍ୱାର ରାସ୍ତା ଠିକ୍‌ ନାହିଁ। ବସ୍‌ ଏହି ରାସ୍ତାଦେଇ ଯାଇପାରିବ ନାହିଁ। ରାସ୍ତା ଚଉଡା ଓ ବସ୍‌ ଯିବାଭଳି ଅନୁଭବ କଲେ ବସ୍‌ଷ୍ଟାଣ୍ଡ ଭିତରକୁ ଗାଡ଼ି ନିଆଯିବ। ନଚେତ୍‌ ପୂର୍ବସ୍ଥିତି ବଜାୟ ରହିବ। ବସ୍‌ ଟର୍ମିନାଲ ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଛନ୍ତି, ବସ୍‌ ଟର୍ମିନାଲ ପାଇଁ ନିଷ୍ପତ୍ତି ହୋଇଥିବା ଜାଗାର ପଟ୍ଟା ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ରହିଛି। କିନ୍ତୁ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ମହିଷାପାଟ ପଡିଆକୁ ପାଚେରି ପକାଇଲେଣି। ତେଣୁ ସେଠାରେ କ’ଣ ହେବ ତାହା ଜଣାନାହିଁ। ଓଏସ୍‌ଆର୍‌ଟିସି ପକ୍ଷରୁ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲା ମ୍ୟାନେଜର ରଶ୍ମି ପ୍ରିୟଦର୍ଶିନୀ କହିଛନ୍ତି, ଅଳ୍ପଦିନ ହେବ ନିଯୁକ୍ତି ମିଳିଛି। କିନ୍ତୁ ପ୍ରଥମେ ଆମ ବସ୍‌ଷ୍ଟାଣ୍ଡରେ କିଭଳି ବସ୍‌ ଯିବାଆସିବା କରିବ ଏବଂ ମହିଷାପାଟ ଠାରେ କ’ଣ ପ୍ରକଳ୍ପ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ସଦର ତହସିଲଦାର ସୁଧାଂଶୁ କୁମାର ସାଓ କହିଛନ୍ତି, ନିର୍ମାଣାଧୀନ ଆମ ବସଷ୍ଟାଣ୍ଡରେ ବସ୍‌ ପ୍ରବେଶ ପଥକୁ ଅଧିକ ଚଉଡା କରାଯିବ। ଏଥିପାଇଁ ଜବର ଦଖଲ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri