ଆମ ବସ୍‌ଷ୍ଟାଣ୍ଡ, ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ

ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍‌ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍‌ ମାଲିକ ସଂଘ ଏପରିକି ନୂତନ ଭାବେ ଓଏସ୍‌ଆର୍‌ଟିସି ପକ୍ଷରୁ ନିଯୁକ୍ତ ଜିଲା ମ୍ୟାନେଜରଙ୍କ ନିକଟରେ କୌଣସି ଠିକ୍‌ ସୂଚନା ନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସହରବାସୀ ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଯେ, ଢେଙ୍କାନାଳ ସହର ପୁରୁଣା ବସ୍‌ଷ୍ଟାଣ୍ଡକୁ ନୂଆ ରୂପ ଦିଆଯାଇ ଆମ ବସ୍‌ଷ୍ଟାଣ୍ଡ ଭାବେ ନିର୍ମାଣ କରାଯାଉଛି। ଏଥିପାଇଁ ଓଏସ୍‌ଆର୍‌ଟିସି ପକ୍ଷରୁ ୮ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡରେ ୨୦ରୁ ଊର୍ଦ୍ଧ୍ୱ ବସ୍‌ ପାର୍କିଂ କରିବା ସହିତ ଯାତ୍ରୀ, ବସ୍‌ ଚାଳକ ଓ କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ମାର୍କେଟ କମ୍ପ୍ଲେକ୍ସ, କାର୍ଯ୍ୟାଳୟ ଗୃହ ଆଦିର ବ୍ୟବସ୍ଥା କରାଯାଉଛି। ବସ୍‌ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ମଧ୍ୟ ତିଆରି ହୋଇଛି। ତେବେ ପ୍ରବେଶ ଦ୍ୱାର ପାଇଁ ୯ ମିଟର ସ୍ଥାନ ଆବଶ୍ୟକ ଥିବାବେଳେ ନିର୍ମାଣ ହୋଇଥିବା ପ୍ରବେଶ ଦ୍ୱାରର ଚଉଡ଼ା ମାତ୍ର ୫ ମିଟର ରହିଛି। ଏଥିସହ ପ୍ରବେଶ ରାସ୍ତାରେ ପାନୀୟଜଳ, ଷ୍ଟୋରେଜ୍‌ ପଏଣ୍ଟ, କର୍ମଜୀବୀ ମହିଳାଙ୍କ ନିମନ୍ତେ ହଷ୍ଟେଲ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ପୂର୍ତ୍ତ ବିଭାଗର କ୍ୱାର୍ଟର୍ସ, ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଏବଂ ଲୋକମାନଙ୍କ ଘର ରହିଛି। ତେଣୁ ଏସବୁ ମଧ୍ୟଦେଇ କିଭଳି ବସ୍‌ ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ବ୍ଲକରୁ ପଞ୍ଚାୟତ ଏବଂ ଜିଲା ସଦର ମହକୁମାକୁ ମୋ ବସ୍‌ ଯୋଜନାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି। ସେହିପରି ଢେଙ୍କାନାଳରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ହେବ ବୋଲି ମହିଷାପାଟ ପଡିଆକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ପଟ୍ଟା କରାଯାଇଥିଲା। ଏହି ୫ଏକର ଜାଗାରେ ଓଏସ୍‌ଆର୍‌ଟିସି ପକ୍ଷରୁ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୨୧ ଡିସେମ୍ବର ୨୩ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ଦେଢବର୍ଷ ଭିତରେ ପଡ଼ିଆ ଚତୁଃପାର୍ଶ୍ୱରେ କେବଳ ପାଚେରି କାମ ବ୍ୟତୀତ ଅନ୍ୟ କିଛି କରାଯାଇ ନାହିଁ। ତେଣୁ ଏହା କେବେ ନିର୍ମାଣ ହେବ ଓ କାର୍ଯ୍ୟକ୍ଷମ କରାଯିବ ତାହାକୁ ନେଇ ସାଧାରଣରେ ସନ୍ଦେହ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଏଠାରେ ବସ୍‌ ଟର୍ମିନାଲ ପରିବର୍ତ୍ତେ ମୋ ବସ୍‌ ରହିବା ପାଇଁ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ଏକ ଡିପୋ କରାଯିବ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଢେଙ୍କାନାଳରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଓଏସ୍‌ଆର୍‌ଟିସି ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ବିଭାଗ, ବସ୍‌ ମାଲିକ ସଂଘ ଏବଂ ନିକଟରେ ନିଯୁକ୍ତି ପାଇଥିବା ବିଭାଗୀୟ ଜିଲା ମ୍ୟାନେଜରଙ୍କୁ ଅବଗତ କରାଯାଇନାହିଁ।
ଏ ସମ୍ପର୍କରେ ଜିଲା ବସ୍‌ ମାଲିକ ସଂଘ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ତ୍ରିପାଠୀ କହିଛନ୍ତି, ଆମ ବସ୍‌ଷ୍ଟାଣ୍ଡର ନିର୍ଦ୍ଧାରିତ ପ୍ରବେଶ ଦ୍ୱାର ରାସ୍ତା ଠିକ୍‌ ନାହିଁ। ବସ୍‌ ଏହି ରାସ୍ତାଦେଇ ଯାଇପାରିବ ନାହିଁ। ରାସ୍ତା ଚଉଡା ଓ ବସ୍‌ ଯିବାଭଳି ଅନୁଭବ କଲେ ବସ୍‌ଷ୍ଟାଣ୍ଡ ଭିତରକୁ ଗାଡ଼ି ନିଆଯିବ। ନଚେତ୍‌ ପୂର୍ବସ୍ଥିତି ବଜାୟ ରହିବ। ବସ୍‌ ଟର୍ମିନାଲ ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଛନ୍ତି, ବସ୍‌ ଟର୍ମିନାଲ ପାଇଁ ନିଷ୍ପତ୍ତି ହୋଇଥିବା ଜାଗାର ପଟ୍ଟା ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ରହିଛି। କିନ୍ତୁ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ମହିଷାପାଟ ପଡିଆକୁ ପାଚେରି ପକାଇଲେଣି। ତେଣୁ ସେଠାରେ କ’ଣ ହେବ ତାହା ଜଣାନାହିଁ। ଓଏସ୍‌ଆର୍‌ଟିସି ପକ୍ଷରୁ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲା ମ୍ୟାନେଜର ରଶ୍ମି ପ୍ରିୟଦର୍ଶିନୀ କହିଛନ୍ତି, ଅଳ୍ପଦିନ ହେବ ନିଯୁକ୍ତି ମିଳିଛି। କିନ୍ତୁ ପ୍ରଥମେ ଆମ ବସ୍‌ଷ୍ଟାଣ୍ଡରେ କିଭଳି ବସ୍‌ ଯିବାଆସିବା କରିବ ଏବଂ ମହିଷାପାଟ ଠାରେ କ’ଣ ପ୍ରକଳ୍ପ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ସଦର ତହସିଲଦାର ସୁଧାଂଶୁ କୁମାର ସାଓ କହିଛନ୍ତି, ନିର୍ମାଣାଧୀନ ଆମ ବସଷ୍ଟାଣ୍ଡରେ ବସ୍‌ ପ୍ରବେଶ ପଥକୁ ଅଧିକ ଚଉଡା କରାଯିବ। ଏଥିପାଇଁ ଜବର ଦଖଲ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri