ଚାଇନାକୁ ଡବଲ ଝଟ୍‌କା: କେନିଆ ରଦ୍ଦ କଲା ରେଲଓ୍ବେ ପ୍ରୋଜେକ୍ଟ

ନାଇରୋବି,୨୫।୬: ଆମେରିକା, ଅଷ୍ଟ୍ରେଲିଆ ଓ ଭାରତର ଟାର୍ଗେଟରେ ଥିବା ଚାଇନାକୁ ଏବେ ଲାଗିଛି ଡବଲ ଝଟ୍‌କା। ଚାଇନାର ଗତିବିଧିକୁ ଦେଖି ଏବେ କେନିଆ ଅରବ ଡଲାରର ଏକ ରେଲଓ୍ବେ ପ୍ରୋଜେକ୍ଟକୁ ରଦ୍ଦ କରିଦେଇଥିବା ଜଣାପଡିଛି। କେନିଆ ଅଦାଲତରେ ଏହି ପ୍ରୋଜେକ୍ଟକୁ ବେଆଇନ ବୋଲି ଦର୍ଶାଯାଇଥିବା ବେଳେ ଚାଇନାର କମ୍ପାନୀକୁ ମଧ୍ୟ କଡା ସମାଲୋଚନା କରାଯାଇଛି। ଏହି ରେଲଓ୍ବେ ପ୍ରୋଜେକ୍ଟ ଚାଇନା ପାଇଁ ବହୁ ଗୁରୁତ୍ୱ ରଖୁଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜେ ଏହାର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ସୂଚନାଯୋଗ୍ୟ, ଜିନପିଙ୍ଗ ଚାଇନା ଆଫ୍ରିକା ଶିଖର ସମ୍ମିଳନୀରେ କେନିଆ ସହ ଏକ ଷ୍ଟାଣ୍ଡାର୍ଡ ଗେଜ ରେଲ ଲାଇନ ବିଛାଇବାକୁ ଚୁକ୍ତି କରିଥିଲା। ଏହାସହ ଜିନପିଙ୍ଗ କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟାଙ୍କୁ ମୋମ୍ବାସା ପୋର୍ଟ ପର୍ଯ୍ୟନ୍ତ ମାଲ ପରିବହନକୁ ନେଇ ଶୁଭେଚ୍ଛା ଜଣାଇଥିଲେ। ହେଲେ ଏବେ କେନିଆ ଅଦାଲତ ଚାଇନାକୁ ବଡ ଝଟ୍‌କା ଦେଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ, କେନିଆ ସହ ଚାଇନା ରେଲଓ୍ବେ ଲାଇନକୁ ନେଇ ୨୦୧୭ରେ ଚୁକ୍ତି କରିଥିଲା। ଅନ୍ୟପଟେ ନେପାଳ କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ଦେଶର ପାଖାପାଖି ୧୦ ସ୍ଥାନରେ ଚାଇନା କବ୍‌ଜା କରିଥିବା ଦର୍ଶାଯାଇଛି। ଏହାସହ ୩୩ ହେକ୍ଟର ନେପାଳ ଜମିରେ ନଦୀର ଧାରାକୁ ବଦଳାଇ ଦେଇଛି ଚାଇନା। ଏବେ ଏହାକୁ ନେଇ ନେପାଳରେ ଚାଇନା ବିରୋଧରେ ସ୍ବର ଉତ୍ତୋଳନ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Operation Hawkeye: ଆମେରିକୀୟ ନାଗରିକଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ଏୟାରଷ୍ଟ୍ରାଇକରେ ISIS ଆଡ୍ଡା ଧ୍ବସଂ

ନୂଆଦିଲ୍ଲୀ,୨୦ା୧୨: ଆମେରିକା ପୁଣି ଥରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ପାଲମିରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri