ପାଣିମଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର: ୫ ଅଟକ

ବଲାଙ୍ଗୀର ଅଫିସ,୨୪।୧: ଜରାସିଂହା ଗାଁରେ ଶନିବାର ସନ୍ଧ୍ୟାରେ ଜମିରେ ପାଣିମଡ଼ାକୁ କେନ୍ଦ୍ର କରି ସଂଘଟିତ ଡବଲ ମର୍ଡର ଘଟଣାରେ ପୋଲିସ ଅନୁସନ୍ଧାନ ଆରମ୍ଭ ପରେ ୫ ଜଣଙ୍କୁ ଅଟକ ରଖିଛି। ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ କରିଛନ୍ତି। ପୋଲିସ ଉପସ୍ଥିତିରେ ମୃତ ଧନମତ ରାଉତଙ୍କ ମୃତଦେହ ଜବତ କରାଯାଇଛି। ପ୍ରଥମେ ଗଣ୍ଡଗୋଳ ଘଟିଥିବା ହରଡ଼ କ୍ଷେତକୁ ମଧ୍ୟ ଏସ୍‌ଡିପିଓ ବାରିକ ଓ ଟିମ୍‌ ଅନୁସନ୍ଧାନ କରିଛନ୍ତି। ଜରାସିଂହାରେ ଅଧିକ ତଦନ୍ତ ଜାରି ରହିଛି।