ପାଣିକୋଇଲିରେ ଡବଲ ମର୍ଡର

ଯାଜପୁର ଅଫିସ/ ପାଣିକୋଇଲି(ଡି.ଏନ.ଏ.),୪।୯: ଯାଜପୁର ଜିଲା ପାଣିକୋଇଲ ଅଞ୍ଚଳରେ ଘଟିଛି ଡବଲ ମର୍ଡର। ଶୁକ୍ରବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ ଏକ ନିମର୍ର୍ାଣାଧୀନ ପୋଲ ଉପରୁ ୨ ମୃତଦେହ ମିଳିଛି। ମୃତକ ଦ୍ୱୟ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ (୨୨) ଓ ତାଙ୍କ ସାଙ୍ଗ ସେହି ଗ୍ରାମର ନୀଳମଣି ଦାସଙ୍କ ପୁଅ ମାନସ (୨୭) ବୋଲି ସୂଚନା ମିଳିଛି। ଉଭୟେ ଗୁରୁବାର ସନ୍ଧ୍ୟାରୁ ଘରୁ ଯାଇ ଆଉ ଫେରି ନ ଥିଲେ। ପାଣିକୋଇଲି ପୋଲିସ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଏହା ଏକ ପ୍ରେମଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜୟଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ତଦନ୍ତକୁ ସନ୍ଦେହ କରି ଅଞ୍ଚଳବାସୀ ନ୍ୟାୟ ଦାବିରେ ପାଣିକୋଇଲି ଥାନା ଘେରାଉ କରିବା ସହିତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଗୋଲେଇଛକଠାରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ ଦୁଇ ଯୁବକଙ୍କ ମୃତଦେହ ପୋଲ ଉପରେ ଏବଂ ଏକ ହିରୋ ବାଇକ (ଓଡି୦୪ ସି ୮୩୦୮) ପୋଲ ତଳେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବାଇକ ନିକଟରୁ ଏକ ପଲିଥିନରେ ଟିଫିନ ବକ୍ସ ସହିତ ମୋବାଇଲ ଚାର୍ଜର ଓ କିଛି ସିନ୍ଦୂର ପ୍ୟାକେଟକୁ ମଧ୍ୟ ପୋଲିସ ଜବତ କରିଛି। ପରିବାର ଲୋକଙ୍କ କହିବାନୁଯାୟୀ ବିଜୟ ଜଣେ ୱେଲ୍‌ଡିଂ ମେକାନିକ ହୋଇଥିବା ବେଳେ ଜଣେ ଯୁବତୀଙ୍କ ସହିତ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା। ବିଜୟ ଗୁରୁବାର ସନ୍ଧ୍ୟାରେ କାମ ଅଛି ବୋଲି କହି ଘରୁ ବାହାରି ଆସିଥିଲେ। ପରେ ବିଜୟ ଓ ତାଙ୍କ ସାଙ୍ଗ ମାନସଙ୍କ ମୃତଦେହ ଶୁକ୍ରବାର ସକାଳୁ ପାଣିକୋଇଲିରୁ ମିଳିଥିଲା। ଝିଅଘର ଲୋକେ ଉଭୟଙ୍କୁ ହତ୍ୟା କରିଛନ୍ତି ବୋଲି ବିଜୟଙ୍କ ଦାଦା ଅଭିଯୋଗ କରିଛନ୍ତି। ତେବେ ପୋଲିସ ସନ୍ଧାନୀ କୁକୁର କିମ୍ବା ସାଇଣ୍ଟିଫିକ ଟିମ୍‌ର ସହାୟତା ନ ନେଇ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେବା ସନ୍ଦେହ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଉଭୟପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ୟାସନଗର ତହସିଲଦାର ଓ କୋରେଇ ଥାନାଧିକାରୀଙ୍କ ସମେତ ପୋଲିସ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଏତଲା ଗ୍ରହଣ କରିବା ସହ ଉଭୟ ପରିବାରଙ୍କୁ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଥିଲେ। ଘଟଣାର ତଦନ୍ତ ଠିକ ଭାବେ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri