ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି କୁହାଯାଉଛି। ସେମାନେ ହେଲେ ମା’ ଉର୍ମିଳା ପାତ୍ର(୬୦) ଓ ଝିଅ ଲିଳିମା କୁଦେଇ(୩୫)। ମିଳିଥିବା ସୂଚନା ଅନୁଯାୟୀ, ଗରମ ଯୋଗୁ ଉଭୟ ମା’ ଓ ଝିଅ ଘର ବାହାରେ ଶୋଇଥିବା ସମୟରେ କେତେଜଣ ପଡ଼ୋଶୀ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକର ଚେନ କ୍ରାଙ୍କ ସାହାଯ୍ୟରେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତ ମହିଳାମାନଙ୍କର ସେଭଳି କେହି ସମ୍ପର୍କୀୟ ନଥିବା ବେଳେ ପୂର୍ବରୁ ରହିଥିବା କୌଣସି ବିବାଦ ଯୋଗୁ ଏହି ଡବଲ ମର୍ଡର ଘଟିଛି। ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ମୃତଦେହ ପଡ଼ି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

Dharitri – Odisha’s No.1 Odia Daily

Share