Odisha Elections 2024
Posted inଜାତୀୟ

ବଦାୟୁ ଡବଲ ମର୍ଡର ଅଭିଯୁକ୍ତଙ୍କ ମା’ କହିଲେ, ସାଜିଦଙ୍କ ଏନକାଉଣ୍ଟର ସମ୍ପୂର୍ଣ୍ଣ ଠିକ ହୋଇଛି…

ବଦାୟୁ,୨୦।୩: ଉତ୍ତରପ୍ରଦେଶର ବଦାୟୁ ଜିଲାର ଦୁଇ ନିରୀହ ଭାଇଙ୍କ ହତ୍ୟାକାରୀଙ୍କ ମାତା ନାଜରିନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହତ୍ୟାକାରୀ ସାଜିଦଙ୍କ ଏନକାଉଣ୍ଟରକୁ ମାଆ ନାଜରିନ ଠିକ ବୋଲି କହିଛନ୍ତି। ସେ କହିଛନ୍ତି ସାଜିଦ ଯେମିତି କରିଛନ୍ତି ଏହାର ଫଳ ପୋଲିସ ତାଙ୍କୁ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ ଶିଶୁଙ୍କ ମୃତ୍ୟୁରେ ସେ ଦୁଃଖିତ। ସୂଚନାଯୋଗ୍ୟ, ଏହି ହତ୍ୟା କାଣ୍ଡର କିଛି ଘଣ୍ଟା ପରେ ସାଜିଦଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରାଯାଇଥିବାବେଳେ ତାଙ୍କ ଭାଇ ଜାଭେଦ ଏବେ ମଧ୍ୟ ଫେରାର ଅଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସାଜିଦ ଏବଂ ଜାଭେଦଙ୍କ ମା କହିଥିଲେ ଯେ ସେ ଦୀର୍ଘ ଦିନ ଧରି ଏକ ସେଲୁନ ଚଳାଉଥିଲେ। ସେ ଶାଖାନୁରୁ ବଦାୟୁକୁ ସକାଳ ପ୍ରାୟ ୭ଟାରୁ କେଶ କାଟିବା କାମ କରିବାକୁ ଆସୁଥିଲେ। ତାଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା। ଘରେ କୌଣସି ଅସୁବିଧା ନଥିଲା, ହେଲେ ସେ କାହିଁକି ଏପରି କଲେ ମୁଁ ଜାଣେ ନାହିଁ। ପୋଲିସ ଯାହା କରିଛି ତାହା ଠିକ ବୋଲି ନାଜରିନ କହିଛନ୍ତି। ସାଜିଦ କରିଥିବା ଭୁଲର ପରିଣାମ ପାଇଛନ୍ତି। ଏଥି ସହିତ, ସେମାନଙ୍କର ଦ୍ୱିତୀୟ ପୁଅ ଜାଭେଦ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ।
ଅନ୍ୟପକ୍ଷରେ ମୃତ ଦୁଇ ଶିଶୁଙ୍କ ମା’ଙ୍କ ଅବସ୍ଥା ଖରାପ ହୋଇପଡିଛି। ସେ କହିଛନ୍ତି ଯେ ସାଜିଦଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଜାଭେଦ ଏପର୍ଯ୍ୟନ୍ତ ଧରାପଡି ନାହାଁନ୍ତି। ମାଆ ପୋଲିସଠାରୁ ଦାବି କରିଛନ୍ତି ଯେ ଜାଭେଦଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଉ ତା’ହେଲେ ଯାଇ ନ୍ୟାୟ ମିଳିବ। ଏହି ସମୟରେ ଜାଭେଦଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ପଠାଇଛି। ହତ୍ୟାକାଣ୍ଡର କାରଣ କେବଳ ଜାଭେଦଙ୍କ ଗିରଫଦାରୀ ପରେ ଜଣା ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ଚେତାବନୀ, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କର ଓଲଟା ଲଟକେଇ..

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବିହାରର ମଧୁବନୀରେ ଏକ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ...

ଏ ମୋଦି ତ ବହୁତ ସୁନ୍ଦର… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଜୈନପୁର,୧୬।୫: ଉତ୍ତରପ୍ରଦେଶର ଜୈନପୁରରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସୁନ୍ଦର ପିଲାଙ୍କୁ ଦେଖି ପ୍ରଶଂସା କରିଛନ୍ତି। ଏହି ଦୁଇ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅମିତ ଶାହା କହିଲେ-”କେଜ୍‌ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ୍‌”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍‌ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍‌ରିଓ୍ବାଲଙ୍କୁ ବେଲ୍‌...

କେଜ୍‌ରିଓ୍ବାଲ୍‌ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି...

ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ

ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ...

‘୫୬ ଇଞ୍ଚ ଛାତିରେ ସାହସ ନାହିଁ’, ଖୋଲା ବିତର୍କ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୬।୫: ନିକଟରେ ଏକ ଚିଠିରେ ଦୁଇଜଣ ପୂର୍ବତନ ବିଚାରପତି ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସାଧାରଣରେ ବିତର୍କ କରିବାକୁ କହିଥିଲେ। ଯାହା ଉପରେ ପ୍ରତିକ୍ରିୟା...

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳରେ ମୌସୁମୀର ଏଣ୍ଟ୍ରି, IMD ଦେଲା ସୂଚନା

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri