Posted inଜାତୀୟ

ବଦାୟୁ ଡବଲ ମର୍ଡର ଅଭିଯୁକ୍ତଙ୍କ ମା’ କହିଲେ, ସାଜିଦଙ୍କ ଏନକାଉଣ୍ଟର ସମ୍ପୂର୍ଣ୍ଣ ଠିକ ହୋଇଛି…

ବଦାୟୁ,୨୦।୩: ଉତ୍ତରପ୍ରଦେଶର ବଦାୟୁ ଜିଲାର ଦୁଇ ନିରୀହ ଭାଇଙ୍କ ହତ୍ୟାକାରୀଙ୍କ ମାତା ନାଜରିନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହତ୍ୟାକାରୀ ସାଜିଦଙ୍କ ଏନକାଉଣ୍ଟରକୁ ମାଆ ନାଜରିନ ଠିକ ବୋଲି କହିଛନ୍ତି। ସେ କହିଛନ୍ତି ସାଜିଦ ଯେମିତି କରିଛନ୍ତି ଏହାର ଫଳ ପୋଲିସ ତାଙ୍କୁ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ ଶିଶୁଙ୍କ ମୃତ୍ୟୁରେ ସେ ଦୁଃଖିତ। ସୂଚନାଯୋଗ୍ୟ, ଏହି ହତ୍ୟା କାଣ୍ଡର କିଛି ଘଣ୍ଟା ପରେ ସାଜିଦଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରାଯାଇଥିବାବେଳେ ତାଙ୍କ ଭାଇ ଜାଭେଦ ଏବେ ମଧ୍ୟ ଫେରାର ଅଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସାଜିଦ ଏବଂ ଜାଭେଦଙ୍କ ମା କହିଥିଲେ ଯେ ସେ ଦୀର୍ଘ ଦିନ ଧରି ଏକ ସେଲୁନ ଚଳାଉଥିଲେ। ସେ ଶାଖାନୁରୁ ବଦାୟୁକୁ ସକାଳ ପ୍ରାୟ ୭ଟାରୁ କେଶ କାଟିବା କାମ କରିବାକୁ ଆସୁଥିଲେ। ତାଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା। ଘରେ କୌଣସି ଅସୁବିଧା ନଥିଲା, ହେଲେ ସେ କାହିଁକି ଏପରି କଲେ ମୁଁ ଜାଣେ ନାହିଁ। ପୋଲିସ ଯାହା କରିଛି ତାହା ଠିକ ବୋଲି ନାଜରିନ କହିଛନ୍ତି। ସାଜିଦ କରିଥିବା ଭୁଲର ପରିଣାମ ପାଇଛନ୍ତି। ଏଥି ସହିତ, ସେମାନଙ୍କର ଦ୍ୱିତୀୟ ପୁଅ ଜାଭେଦ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ।
ଅନ୍ୟପକ୍ଷରେ ମୃତ ଦୁଇ ଶିଶୁଙ୍କ ମା’ଙ୍କ ଅବସ୍ଥା ଖରାପ ହୋଇପଡିଛି। ସେ କହିଛନ୍ତି ଯେ ସାଜିଦଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଜାଭେଦ ଏପର୍ଯ୍ୟନ୍ତ ଧରାପଡି ନାହାଁନ୍ତି। ମାଆ ପୋଲିସଠାରୁ ଦାବି କରିଛନ୍ତି ଯେ ଜାଭେଦଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଉ ତା’ହେଲେ ଯାଇ ନ୍ୟାୟ ମିଳିବ। ଏହି ସମୟରେ ଜାଭେଦଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ପଠାଇଛି। ହତ୍ୟାକାଣ୍ଡର କାରଣ କେବଳ ଜାଭେଦଙ୍କ ଗିରଫଦାରୀ ପରେ ଜଣା ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri