Categories: ଜାତୀୟ

ଆସାମରେ ପୁଣିଥରେ ଡବଲ ଇଞ୍ଜିନ ସରକାର: ମୋଦି

ବୋକାଖାଟ,୨୧।୩: ଆସାମରେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ରାଜ୍ୟର ଲୋକଙ୍କୁ ମିଳିଥିବା ସୁବିଧା ସୁଯୋଗରେ ଅଧିକ ବିକାଶ ମଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ରବିବାର ଏଭଳି କହିଛନ୍ତି। ମୋଦି କଂଗ୍ରେସକୁ ଟାର୍ଗେଟ୍‌ କରିବା ସହିତ ଭାଜପାର ସରକାରଙ୍କ ୫ ବର୍ଷ ସଫଳତାର କାହାଣୀ ବଖାଣିଛନ୍ତି। ପୂର୍ବରୁ କେନ୍ଦ୍ର ତଥା ରାଜ୍ୟରେ କଂଗ୍ରେସ ସରକାର କ୍ଷମତାରେ ଥିଲେ। ସେତେବେଳେ ରାଜ୍ୟକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିଲା। ମାତ୍ର ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ଏବେ ସ୍ଥିତି ସୁଧାର ଆସିଥିବା ମୋଦି କହିଛନ୍ତି। କଂଗ୍ରେସ କେବଳ ମିଥ୍ୟା ପ୍ରତିଶ୍ରୂତି ଦେଇ ରାଜ୍ୟର ସାଧାରଣ ଲୋକଙ୍କୁ ଠକି ଚାଲିଥିବା ସେ କହିଛନ୍ତି। କଂଗ୍ରେସ କେବଳ କ୍ଷମତା ଦଖଲ କରିବାକୁ ଚାହେଁ। ରାଜ୍ୟର ବିକାଶ ପ୍ରତି କଂଗ୍ରେସର କୌଣସି ନdନ୍ତରିକତା ନାହିଁ ବୋଲି ମୋଦି ନିର୍ବାଚନୀ ରାଲିରେ ପ୍ରକାଶ କରିଛନ୍ତି।

Share