କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍‌ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ ଝୁଙ୍କିବା ଏକ ସାଧାରଣ ଦୃଶ୍ୟ ହୋଇଯାଇଛି। ଏହା ଫଳରେ ଦୁଇ ରାଜ୍ୟ ମଧ୍ୟରେ କୋଟିଆବାସୀଙ୍କ ମନ ଜିଣିବା ପାଇଁ ଏକ ଅଘୋଷିତ ପ୍ରତିଯୋଗିତା ଚାଲିଛି।

ଓଡ଼ିଶା ସରକାର କୋଟିଆରେ ରାସ୍ତାଘାଟ, ଡାକ୍ତରଖାନା, ସ୍କୁଲ, ଥାନା ଆଦି ନିର୍ମାଣ କରି ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କଥା ହେଲା, ଆଧାର କାର୍ଡ ନଥିଲେ ବି କୋଟିଆବାସୀ ‘ସୁଭଦ୍ରା’ ଭଳି ଯୋଜନାରେ ସାମିଲ ହେଉଛନ୍ତି। ଇ-କେୱାଇସି ବିନା ମଧ୍ୟ ସମସ୍ତ ହିତାଧିକାରୀ ପିଡିଏସ୍‌ ସୁବିଧା ପାଉଛନ୍ତି। ଏପରିକି ଦୁଇ ରାଜ୍ୟରେ ଭୋଟ୍‌ ଦେବାରେ କୌଣସି କଟକଣା ନାହିଁ।

ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ମଧ୍ୟ କୋଟିଆବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛି। ଗତକାଲି ରେଡିବାଲସା କେନ୍ଦ୍ରରେ ଆନ୍ଧ୍ର ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ୫ କିଲୋ ଚାଉଳ, ଖାଇବା ତେଲ, କାବୁଲି ଚଣା, ଦିଆସିଲି ଆଦି ମାଗଣାରେ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ଆନ୍ଧ୍ର ସରକାର ଭଡ଼ା ଘରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ସହ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରୁଛନ୍ତି।

ତେବେ ଓଡ଼ିଶା ସରକାରଙ୍କ ପିଡିଏସ୍‌ ବ୍ୟବସ୍ଥାରେ କେବଳ ଚାଉଳ ମିଳୁଥିବା ଅଭିଯୋଗ କରିଛନ୍ତି କୋଟିଆବାସୀ। ଏହା ଫଳରେ ଅନେକ ସମୟରେ ଆନ୍ଧ୍ରର ମାଗଣା ସାମଗ୍ରୀ ଆଡ଼କୁ ଗ୍ରାମବାସୀ ଢଳୁଛନ୍ତି। ଦୁଇ ରାଜ୍ୟର ଏହି ପ୍ରତିଯୋଗିତା କୋଟିଆରେ ଏକ ଅଭିନବ ସ୍ଥିତି ସୃଷ୍ଟି କରିଛି, ଯାହା ଅଞ୍ଚଳବାସୀଙ୍କୁ ଦୁଇଆଡ଼ୁ ସୁବିଧା ଦେଉଛି। ତଥାପି, ଏହି ଦ୍ବୈତ ଶାସନର ସ୍ଥାୟୀ ସମାଧାନ ପାଇଁ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri