କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍‌ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ ଝୁଙ୍କିବା ଏକ ସାଧାରଣ ଦୃଶ୍ୟ ହୋଇଯାଇଛି। ଏହା ଫଳରେ ଦୁଇ ରାଜ୍ୟ ମଧ୍ୟରେ କୋଟିଆବାସୀଙ୍କ ମନ ଜିଣିବା ପାଇଁ ଏକ ଅଘୋଷିତ ପ୍ରତିଯୋଗିତା ଚାଲିଛି।

ଓଡ଼ିଶା ସରକାର କୋଟିଆରେ ରାସ୍ତାଘାଟ, ଡାକ୍ତରଖାନା, ସ୍କୁଲ, ଥାନା ଆଦି ନିର୍ମାଣ କରି ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କଥା ହେଲା, ଆଧାର କାର୍ଡ ନଥିଲେ ବି କୋଟିଆବାସୀ ‘ସୁଭଦ୍ରା’ ଭଳି ଯୋଜନାରେ ସାମିଲ ହେଉଛନ୍ତି। ଇ-କେୱାଇସି ବିନା ମଧ୍ୟ ସମସ୍ତ ହିତାଧିକାରୀ ପିଡିଏସ୍‌ ସୁବିଧା ପାଉଛନ୍ତି। ଏପରିକି ଦୁଇ ରାଜ୍ୟରେ ଭୋଟ୍‌ ଦେବାରେ କୌଣସି କଟକଣା ନାହିଁ।

ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ମଧ୍ୟ କୋଟିଆବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛି। ଗତକାଲି ରେଡିବାଲସା କେନ୍ଦ୍ରରେ ଆନ୍ଧ୍ର ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ୫ କିଲୋ ଚାଉଳ, ଖାଇବା ତେଲ, କାବୁଲି ଚଣା, ଦିଆସିଲି ଆଦି ମାଗଣାରେ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ଆନ୍ଧ୍ର ସରକାର ଭଡ଼ା ଘରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ସହ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରୁଛନ୍ତି।

ତେବେ ଓଡ଼ିଶା ସରକାରଙ୍କ ପିଡିଏସ୍‌ ବ୍ୟବସ୍ଥାରେ କେବଳ ଚାଉଳ ମିଳୁଥିବା ଅଭିଯୋଗ କରିଛନ୍ତି କୋଟିଆବାସୀ। ଏହା ଫଳରେ ଅନେକ ସମୟରେ ଆନ୍ଧ୍ରର ମାଗଣା ସାମଗ୍ରୀ ଆଡ଼କୁ ଗ୍ରାମବାସୀ ଢଳୁଛନ୍ତି। ଦୁଇ ରାଜ୍ୟର ଏହି ପ୍ରତିଯୋଗିତା କୋଟିଆରେ ଏକ ଅଭିନବ ସ୍ଥିତି ସୃଷ୍ଟି କରିଛି, ଯାହା ଅଞ୍ଚଳବାସୀଙ୍କୁ ଦୁଇଆଡ଼ୁ ସୁବିଧା ଦେଉଛି। ତଥାପି, ଏହି ଦ୍ବୈତ ଶାସନର ସ୍ଥାୟୀ ସମାଧାନ ପାଇଁ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri