ପାକିସ୍ତାନକୁ ଡବଲ୍‌ ଆଟାକ୍‌: ପାକ୍‌ ବିରୋଧରେ ବାହାରିଲା ତାଲିବାନ

ଇସଲାମବାଦ, ୨୯।୪: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାବେଳେ ଆଫଗାନିସ୍ତାନ ସୀମାରେ ବିବାଦ ଦେଖାଦେଇଛି। ପାକ୍‌ ସେନା ଦାବି କରିଛି ଯେ, ଆଫଗାନିସ୍ତାନ ସୀମା ଦେଇ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୫୪ ଆତଙ୍କବାଦୀଙ୍କୁ ସେନା ହତ୍ୟା କରିଛିି। ଏହି ଘଟଣା ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପାଖତୁନଖୱା ପ୍ରାନ୍ତର ଉତ୍ତର ୱାଜିରିସ୍ତାନ ଜିଲ୍ଲାର ହାସନ ଖେଲ ଅଞ୍ଚଳରେ ଶୁକ୍ରବାର ଓ ରବିବାର ମଧ୍ୟରେ ଘଟିଛି। ସେନା କହିଛି ଯେ, ଏହି ଆତଙ୍କବାଦୀମାନେ “group of jihadists” (ପାକିସ୍ତାନୀ ତାଲିବାନ) ସଦସ୍ୟ ଥିଲେ ଏବଂ ସେମାନଙ୍କୁ “foreign masters”ଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ବଡ଼ ଆତଙ୍କବାଦ ଆକ୍ରମଣ ପାଇଁ ପଠାଯାଇଥିଲା।

Pakistan-Taliban ପାକିସ୍ତାନ ସେନାର ବିବୃତି ଅନୁସାରେ, ଗୁପ୍ତଚର ସୂଚନା ଆଧାରରେ ଏହି ଆତଙ୍କବାଦୀ ଗୋଷ୍ଠୀର ଗତିବିଧି ଚିହ୍ନଟ କରାଯାଇଥିଲା। ସୁରକ୍ଷା ବାହିନୀ ତିନିଦିଗରୁ ଆକ୍ରମଣ କରି ୫୪ ଆତଙ୍କୀଙ୍କୁ ହତ୍ୟା କରିଥିଲେ। ଏହି ଅପରେଶନରେ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ଜବତ କରାଯାଇଛି। ଜଣେ ସେନା ଅଧିକାରୀ କହିଛନ୍ତି, ଏହି ଅପରେଶନରେ ବଡ଼ ସଫଳତା ହାସଲ କରିଛୁ। ଏତେ ବଡ଼ ସଂଖ୍ୟାରେ ଆତଙ୍କୀ ପୂର୍ବରୁ କେବେ ନିପାତ ହୋଇନାହାନ୍ତି।”
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଅପରେସନ ପାଇଁ ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ପ୍ରବେଶ ରୋକିବାରେ ସେନାର ଏହି କାର୍ଯ୍ୟ ପ୍ରଶଂସନୀୟ।

Pakistan-Taliban ଏହି ଘଟଣା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନାକୁ ଆହୁରି ବଢାଇଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ପାକିସ୍ତାନ ଅଭିଯୋଗ କରିଛି ଯେ, ଆଫଗାନିସ୍ତାନରୁ ଆତଙ୍କବାଦୀମାନେ ସୀମା ପାର ହୋଇ ଆକ୍ରମଣ କରୁଛନ୍ତି। ଇସଲାମାବାଦସ୍ଥିତ ସେଣ୍ଟର ଫର ରିସର୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ ଅନୁସାରେ, ୨୦୨୪ ଥିଲା ପାକିସ୍ତାନ ପାଇଁ ଗତ ଦଶନ୍ଧିରେ ସବୁଠାରୁ ମାରାତ୍ମକ ବର୍ଷ, ଯେଉଁଠାରେ ଅଧିକାଂଶ ଆକ୍ରମଣ ଆଫଗାନ ସୀମା ନିକଟରେ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri