‘ଡଟ୍‌ ପେନ୍‌’: ସାଇକୋ କିଲରର ସତ କାହାଣୀ

ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ: ଏଥର ଫିଲ୍ମ ଫ୍ରାଇଡେ’ରେ ଓଡ଼ିଆରେ ‘ଡଟ୍‌ ପେନ୍‌’ ଓ ହିନ୍ଦୀରେ ‘ଧକ୍‌ ଧକ୍‌’ ସିନେମା ମୁକ୍ତିଲାଭ କରୁଛି। ଫିଲ୍ମ ‘ଡଟ୍‌ ପେନ୍‌’ ଭଉଣୀ, ଭାଇ ଓ ଏକ ଡଟ୍‌ପେନ୍‌ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି। ହେଲେ କାହିଁକି ଓ ଡଟ୍‌ ପେନ୍‌ ସହ କ’ଣ ସମ୍ପର୍କ ଏହି ଦୁଇ ଜଣଙ୍କର? ଏଭଳି ଏକ ସସ୍‌ପେନ୍ସ ସହ ଜଣେ ସାଇକୋ କିଲର୍‌ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ କାମାକ୍ଷାନଗରରେ ଶୁଟିଂ ହୋଇଛି। ଅଶ୍ୱିନୀ ତ୍ରିପାଠୀ ଓ ବୀର୍‌ବଲ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ଜ୍ୟୋତିରଞ୍ଜନ। ଆଉ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଅଙ୍କିତ କୁମାର। ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ, ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁଙ୍କ ପରି କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି। ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ଭୂମିକାରେ ନଜରକୁ ଆସିବେ। ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ। କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର। ସୋମେଶ ଶତପଥୀଙ୍କ ସ୍ବର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ବୟଂ ପାଢ଼ୀ ଓ ଅର୍ପିତା।
ଅନ୍ୟପକ୍ଷେ ବଲିଉଡ୍‌ ଫିଲ୍ମ ‘ଧକ୍‌ ଧକ୍‌’ର ଥିମ୍‌ ଏହାର ଟାଇଟଲ୍‌ରୁ ହିଁ ବାରିହୋଇପଡୁଛି। ମହିଳାମାନେ ଏକ ରୋଡ୍‌ ଟ୍ରିପ୍‌ରେ ଯାଇ କିଭଳି ଏକ ଏକ୍ସଟ୍ରା ଅର୍ଡିନାରି ଯାତ୍ରା ଶେଷ କରିଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ରତ୍ନା ପାଠକ୍‌ ଶାହା, ଦିୟା ମିର୍ଜା, ସଞ୍ଜନା ସଙ୍ଘି, ଫତିମା ସାନା ଶେଖ୍‌ ରହିଛନ୍ତି। ଫିଲ୍ମଟି ଭାୟାକମ୍‌ ୧୮ ଓ ଜି ମ୍ୟୁଜିକ୍‌ ପକ୍ଷରୁ ମୁକ୍ତିଲାଭ କରୁଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ଡୁଡେଜା। ପ୍ରଯୋଜନା ଦାୟିତ୍ୱରେ ଅଭିନେତ୍ରୀ ତାପସୀ ପନ୍ନୁ, ଅଜିତ୍‌ ଅନ୍ଧାରେ, ପ୍ରାଞ୍ଜଳ ଖାନ୍ଦିୟା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri