Categories: ଫୁରସତ

ନିମିଷକ ମଧ୍ୟରେ ଖାଇବା ଟେବୁଲରେ ପହଞ୍ଚିବ ମେଶିନ ଦୋସା

ଦୋସା ଖାଇଥିବେ ନିଶ୍ଚିତ। ମାତ୍ର ଦୋସା ପ୍ରିଣ୍ଟର ମେଶିନ କେବେ ଦେଖିଛନ୍ତି ନା ଏହା ବିଷୟରେ ଜାଣିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏହି ମେଶିନର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ନିମିଷକ ମଧ୍ୟରେ ଏହି ମେଶିନ ଜରିଆରେ ଆପଣଙ୍କ ଖାଇବା ଟେବୁଲରେ ପହଞ୍ଚିଯିବ ଗରମାଗରମ ଦୋସା।

ଆଜିର ଯୁଗ ସମ୍ପୂର୍ଣ୍ଣ ଡିଜିଟାଲ କହିବା ଭୁଲ୍‌ ହେବ ନାହିଁ। ଏହି ଟେକ୍ନୋଲୋଜି ଦୁନିଆରେ ସବୁକିଛି ସମ୍ଭବ। ସମସ୍ତ ଆବଶ୍ୟକତା ସଙ୍ଗେ ସଙ୍ଗେ ପୂରଣ ହୋଇଯାଉଛି। ଯେଉଁଥିପାଇଁ କାର୍ଯ୍ୟ ବହୁତ ସହଜ ହୋଇଯାଇଛି। ଏବେ ଏହି ଟେକ୍ନୋଲୋଜିର ଏକ ଭିଡିଓ ଭାଇରାଲ ହେଉଛି। ଅନେକ ଗରମ ଦୋସା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଦରକାର ପଡ଼େ। ଏବେ ଏମିତି ଏକ ମେଶିନ ଆସିଛି, ଯେଉଁଥିରେ ନିମିଷକ ମଧ୍ୟରେ ଦୋସା ପ୍ରସ୍ତୁତି ହେଉଛି।

ଭିଡିଓରେ ଦେଖିବେ ଏହି ମେଶିନ ମାଧ୍ୟମରେ ପୂରା କାଗଜ ପରି ପତଳା ଦୋସା ତିଆରି କରି ହେଉଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଭଲ ବ୍ୟାଟର୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ପରେ ଦୋସା ବ୍ୟାଟର୍‌ ମେଶିନ ଦୋସା ପ୍ରିଣ୍ଟିଂ ମେଶିନର ଗୋଟିଏ ପାର୍ଶ୍ୱରେ ଥିବା ପାତ୍ରରେ ରଖିବେ। ବର୍ତ୍ତମାନ ଦୋସାର ଘନତା ପାଇଁ, ମେଶିନରେ ଟାଇମର୍‌ ସେଟ୍‌ କରିବାକୁ ପଡ଼ିବ। ଏହା ପରେ କାଗଜ ପ୍ରିଣ୍ଟ୍‌ ପରି ଦୋସା ବାହାରକୁ ବାହାରି ଆସିବ।

ଭିଡିଓଟି ସାମନ୍ଥା ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି ‘ଦୋସା ପ୍ରିଣ୍ଟର୍‌’।  ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧.୧ ମିଲିୟନ ଅର୍ଥାତ୍‌ ୧୦ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏଥିରେ ୨୦ ହଜାରରୁ ଅଧିକ ଲାଇକ୍‌ ଆସିଛି। ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Share