ଦାଦନ ପିଲାଙ୍କ ଶିକ୍ଷାରେ ଡୋରି

ଲାଠୋର, ୨୦।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚାଲିଥିବା ଋତୁକାଳୀନ ଆବାସିକ ଛାତ୍ରାବାସ ଏବେ ବନ୍ଦ ରହିଛି। ବକେୟା ଟଙ୍କା ମିଳି ନ ଥିବାରୁ ଶିକ୍ଷକମାନେ ଛାତ୍ରାବାସ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଅଞ୍ଚଳର ଦାଦନ ପରିବାରର ଶହ ଶହ ପିଲାଙ୍କ ଶିକ୍ଷାରେ ଡୋରି ବନ୍ଧା ହୋଇଛି। ଅଦ୍ୟାବଧି ଛାତ୍ରାବାସ ଖୋଲି ନ ଥିବାରୁ ଏହି ପିଲାମାନେ ସେମାନଙ୍କ ମା’ ବାପାଙ୍କ ସହିତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି।
ଖପ୍ରାଖୋଲ ଏକ ଦାଦନ ପ୍ରବଣ ବ୍ଲକ। ପ୍ରତିବର୍ଷ ଏଠାକାର ଅଧିକାଂଶ ପରିବାର ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନଙ୍କ ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ସରକାର ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ୬ ମାସ ପାଇଁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରାବାସ ଖୋଲିଥାନ୍ତି। ଏହି ପିଲାଙ୍କ ଖାଦ୍ୟପେୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ସେହି କ୍ରମରେ ଗତ ୨୦୧୮-୧୯ରେ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୫ଟି ଛାତ୍ରାବାସ ଖୋଲି ୬ରୁ ୧୪ ବର୍ଷର ୭୧୫ଜଣ ଛାତ୍ରୀଛାତ୍ରଙ୍କୁ ରଖାଯାଇଥିଲା ଏବଂ ସେମାନଙ୍କ ଖାଦ୍ୟପେୟ ବାବଦରେ ୭୦ ଲକ୍ଷ ୨୭ ହଜାର ୧୬୨ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ସୂଚନାରୁ ଜଣାପଡିଛି। ସେଥିମଧ୍ୟରୁ ୫୩ ଲକ୍ଷ ୮୨ ହଜାର ଟଙ୍କା ଛାତ୍ରାବାସ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୬ ଲକ୍ଷ ୪୫ ହଜାର ୧୬୨ ଟଙ୍କା ବକେୟା ରହିଛି। ସେହିପରି ୨୦୧୯-୨୦ରେ ଉକ୍ତ ବ୍ଲକର ୧୬ଟି ବିଦ୍ୟାଳୟରେ ଛାତ୍ରାବାସ ଖୋଲି ୭୫୪ଜଣ ଛାତ୍ରୀଛାତ୍ରଙ୍କୁ ରଖି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଶେଷ କିସ୍ତି ଟଙ୍କା ପ୍ରଦାନ କରାଯାଇନାହିଁ। ୨୦୧୮-୧୯ ବର୍ଷର ବକେୟା ଟଙ୍କା ଏଯାବତ୍‌ ଦିଆଯାଇ ନ ଥିବାରୁ ଶିକ୍ଷକମାନେ ଛାତ୍ରାବାସ ଖୋଲିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ନିଜ ନାମ ଗୋପନ ରଖି କେତେକ ଶିକ୍ଷକ କହିଛନ୍ତି, ଛାତ୍ରାବାସ ପାଇଁ ଆମେ ଦୋକାନ ବଜାରରୁ ଟଙ୍କା ଧାର କରିଛୁ। ଟଙ୍କା ପ୍ରଦାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏପରି ସ୍ଥିତିରେ କେଉଁ ଶିକ୍ଷକ ଛାତ୍ରାବାସ ଖୋଲି ହଇରାଣରେ ପଡିବ ବୋଲି ସେମାନେ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଭାଗୀୟ ଅବହେଳା ଯୋଗୁ ଛାତ୍ରାବାସ ଖୋଲିବାରେ ବାଧା ସୃଷ୍ଟି ହେଉଛି। ଯାହାର ପ୍ରଭାବ ସିଧାସଳଖ ଦାଦନ ଶ୍ରମିକ ପରିବାରର ପିଲାଙ୍କ ଉପରେ ପଡ଼ୁଛି। ଏ ନେଇ ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଷଷ୍ଠୀ ପ୍ରସାଦ ଝାଙ୍କରଙ୍କୁ ପଚାରିବାରୁ ଟଙ୍କା ବକେୟା ଥିବା ବିଷୟରେ ଜାଣିନାହିଁ ବୋଲି କହିଥିଲେ।

-ଭୁବନେଶ୍ୱର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri