Posted inଫୁରସତ

ଉଡ଼ନ୍ତା ବିମାନରୁ ବାହାରିଗଲା ଡୋର୍‌, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ

ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିବା ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମାକ୍ସ ବିମାନରୁ ଉଡ଼ନ୍ତା ଅବସ୍ଥାରେ ଗୋଟିଏ ଡୋର ସମ୍ପୂର୍ଣ୍ଣ ବାହାରିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏଭଳି ଅଘଟଣ ଘଟିଥିଲା। ବିମାନରେ ୧୭୧ ଯାତ୍ରୀ ଏବଂ ୬ ଜଣ କ୍ରିଉ ସଦସ୍ୟ ଥିଲେ। ସେତେବେଳକୁ ବିମାନ ୧୬,୩୨୫ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା। ଏହାକୁ ଫେରାଇ ଅଣାଯାଇ ପୋର୍ଟଲାଣ୍ଡ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ଫଳରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ତେବେ କ’ଣ ପାଇଁ ଏଭଳି ଅଘଟଣ ଘଟିଲା ତା’ର ତଦନ୍ତ କରାଯାଉଥିବା ଆଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଆମେରିକା ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନ୍‌ଟିଏସ୍‌ବି) ମଧ୍ୟ ଘଟଣାର ତଦନ୍ତ କରୁଛି। ଆଲାସ୍କା ଏୟାରଲାଇନ୍ସ ବୋଇଂ ୭୩୭-୯ ବିମାନଗୁଡ଼ିକର ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଡୋର ବାହାରିଯିବା ଯୋଗୁ ଯାତ୍ରୀ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ନେଇ ଏୟାରଲାଇନ୍ସ ସିଇଓ ବେନ୍‌ ମିନିକୁସି ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ ପରେ ଆତ୍ମାହୁତି ଚେତାବନୀ, ପ୍ରଶାସନର ତତ୍ପରତା

ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri