Posted inଜାତୀୟ

ମାଡ଼ିଆସୁଛି ଭୟଙ୍କର ବିପର୍ଯ୍ୟୟ: ଭାରତରେ ଦେଖାଗଲା ଏମିତି ସଙ୍କେତ

ଚେନ୍ନାଇ,୧୨।୬: ଓରଫିସ ପରି ରହସ୍ୟମୟ ମାଛ ଆମକୁ ମନେ ପକାଇ ଦିଏ ଯେ ପ୍ରାକୃତିକ ଜଗତ ଏବେ ବି ଅନେକ ରହସ୍ୟରେ ପରିପୂର୍ଣ୍ଣ।

ଓରଫିସ, ଯାହାର ବୈଜ୍ଞାନିକ ନାମ ରେଗାଲେକସ ଗ୍ଲେସ୍ନେ(Regalecus glesne), ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ବୋନଫିସ୍‌ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ମାଛ ପ୍ରାୟତଃ ୨୦୦ ରୁ ୧,୦୦୦ ମିଟର ଗଭୀରତାରେ ରହିଥାଏ ଏବଂ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ।

ଓରଫିସର ଶରୀର ଚମକଦାର ରୂପା ଏବଂ ରିବନ ପରି । ଏହାର ମୁଣ୍ଡ ଉପରେ ଏକ ଲାଲ ରଙ୍ଗର ଆସ୍ଥରଣ ଥାଏ। ଏହାର ସମୁଦ୍ର ତଟକୁକୁ ଆସିବାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ବିବେଚନା କରାଯାଏ।

ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏକ ବିଶାଳ ଓରଫିସ ଧରିଥିଲେ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ କୌତୁହଳ ସୃଷ୍ଟି କରିଥିଲା। ଏହାକୁ ଏକ ବିପର୍ଯ୍ୟୟକାରୀ ମାଛ ବୋଲି କୁହାଯାଇଥିଲା।

ଓରଫିସର ଇତିହାସ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡିତ। ଏହାର ଆର୍ବିଭାବକୁ ଅନେକ ଥର ଭୂମିକମ୍ପ କିମ୍ବା ସୁନାମିର ପୂର୍ବନୁମାନ ଭାବରେ ଦେଖାଯାଇଛି।

ଜାପାନର ଫୁକୁସିମାରେ ୨୦୧୧ ଭୂମିକମ୍ପ ଏବଂ ସୁନାମି ପୂର୍ବରୁ କୂଳରେ ଅନେକ ଓରଫିସ ଦେଖାଯାଇଥିଲା। ମେକ୍ସିକୋରେ ଏକ ବଡ଼ ଭୂମିକମ୍ପ ପୂର୍ବରୁ ଓରଫିସ ସମୁଦ୍ରରେ ପହଁରୁଥିବାର ଦେଖାଯାଇଥିଲା। ୨୦୨୦ ମସିହାରେ ଫିଲିପାଇନ୍ସରେ ଦୁଇଟି ଓରଫିସ ଦେଖାଯାଇଥିଲା ଏବଂ କିଛି ଦିନ ପରେ ଏକ ଭୂମିକମ୍ପ ହୋଇଥିଲା।

ଜାପାନୀ ପରମ୍ପରାରେ, ଓରଫିସକୁ ‘ରୟୁଗୁ ନୋ ସାକାନା’ ଅର୍ଥାତ୍‌ ‘ସମୁଦ୍ର ଦେବତାର ଦୂତ’ ବୋଲି ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ, ଯେତେବେଳେ ଏହି ମାଛ ସମୁଦ୍ର ତଟକୁ ଆସେ, ଏହା ଭୂକମ୍ପୀୟ କାର୍ଯ୍ୟକଳାପକୁ ସୂଚିତ କରେ।

ବିଜ୍ଞାନ ଏହି ଧାରଣାକୁ ଭିତ୍ତିହୀନ ବୋଲି ବିବେଚନା କରେ ଯେ. ଓରଫିସ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବ। ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ଅନୁସାରେ, ପାଣିର ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ଓରଫିସ ସମୁଦ୍ର ତଟକୁ ଆସେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri