Posted inଜାତୀୟ

ମାଡ଼ିଆସୁଛି ଭୟଙ୍କର ବିପର୍ଯ୍ୟୟ: ଭାରତରେ ଦେଖାଗଲା ଏମିତି ସଙ୍କେତ

ଚେନ୍ନାଇ,୧୨।୬: ଓରଫିସ ପରି ରହସ୍ୟମୟ ମାଛ ଆମକୁ ମନେ ପକାଇ ଦିଏ ଯେ ପ୍ରାକୃତିକ ଜଗତ ଏବେ ବି ଅନେକ ରହସ୍ୟରେ ପରିପୂର୍ଣ୍ଣ।

ଓରଫିସ, ଯାହାର ବୈଜ୍ଞାନିକ ନାମ ରେଗାଲେକସ ଗ୍ଲେସ୍ନେ(Regalecus glesne), ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ବୋନଫିସ୍‌ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ମାଛ ପ୍ରାୟତଃ ୨୦୦ ରୁ ୧,୦୦୦ ମିଟର ଗଭୀରତାରେ ରହିଥାଏ ଏବଂ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ।

ଓରଫିସର ଶରୀର ଚମକଦାର ରୂପା ଏବଂ ରିବନ ପରି । ଏହାର ମୁଣ୍ଡ ଉପରେ ଏକ ଲାଲ ରଙ୍ଗର ଆସ୍ଥରଣ ଥାଏ। ଏହାର ସମୁଦ୍ର ତଟକୁକୁ ଆସିବାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ବିବେଚନା କରାଯାଏ।

ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏକ ବିଶାଳ ଓରଫିସ ଧରିଥିଲେ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ କୌତୁହଳ ସୃଷ୍ଟି କରିଥିଲା। ଏହାକୁ ଏକ ବିପର୍ଯ୍ୟୟକାରୀ ମାଛ ବୋଲି କୁହାଯାଇଥିଲା।

ଓରଫିସର ଇତିହାସ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡିତ। ଏହାର ଆର୍ବିଭାବକୁ ଅନେକ ଥର ଭୂମିକମ୍ପ କିମ୍ବା ସୁନାମିର ପୂର୍ବନୁମାନ ଭାବରେ ଦେଖାଯାଇଛି।

ଜାପାନର ଫୁକୁସିମାରେ ୨୦୧୧ ଭୂମିକମ୍ପ ଏବଂ ସୁନାମି ପୂର୍ବରୁ କୂଳରେ ଅନେକ ଓରଫିସ ଦେଖାଯାଇଥିଲା। ମେକ୍ସିକୋରେ ଏକ ବଡ଼ ଭୂମିକମ୍ପ ପୂର୍ବରୁ ଓରଫିସ ସମୁଦ୍ରରେ ପହଁରୁଥିବାର ଦେଖାଯାଇଥିଲା। ୨୦୨୦ ମସିହାରେ ଫିଲିପାଇନ୍ସରେ ଦୁଇଟି ଓରଫିସ ଦେଖାଯାଇଥିଲା ଏବଂ କିଛି ଦିନ ପରେ ଏକ ଭୂମିକମ୍ପ ହୋଇଥିଲା।

ଜାପାନୀ ପରମ୍ପରାରେ, ଓରଫିସକୁ ‘ରୟୁଗୁ ନୋ ସାକାନା’ ଅର୍ଥାତ୍‌ ‘ସମୁଦ୍ର ଦେବତାର ଦୂତ’ ବୋଲି ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ, ଯେତେବେଳେ ଏହି ମାଛ ସମୁଦ୍ର ତଟକୁ ଆସେ, ଏହା ଭୂକମ୍ପୀୟ କାର୍ଯ୍ୟକଳାପକୁ ସୂଚିତ କରେ।

ବିଜ୍ଞାନ ଏହି ଧାରଣାକୁ ଭିତ୍ତିହୀନ ବୋଲି ବିବେଚନା କରେ ଯେ. ଓରଫିସ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବ। ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ଅନୁସାରେ, ପାଣିର ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ଓରଫିସ ସମୁଦ୍ର ତଟକୁ ଆସେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri