Categories: ଖେଳ

ସିଏସ୍‌କେ, ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ, ୮ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସ୍‌କେ ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ୟାନଙ୍କୁ ମିଳିଛି ଖୁସି ଖବର। ଚଳିତ ବର୍ଷ ଆଇପିଏଲରୁ ଅବସର ନେଉ ନାହାନ୍ତି କ୍ୟାପଟେନ କୁଲ୍‌। ଏହା ସ୍ପଷ୍ଟ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସିଇଓ କାସି ବିଶ୍ୱନାଥନ। ଚଳିତ ବର୍ଷ ସିଏସ୍‌କେ ସହ ଧୋନୀଙ୍କ ଅନ୍ତିମ ବର୍ଷ ନୁହେଁ। ଗତବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା ଧୋନୀ ଆଗକୁ ମଧ୍ୟ ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ରହିବେ। ମୁଁ ଭାବୁଛି, ଏହା ଧୋନୀଙ୍କ ଅନ୍ତିମ ବର୍ଷ ନୁହେଁ। ଏହା ମୋ ବ୍ୟକ୍ତିଗତ ମତ। ତାଙ୍କ ଯାଗାରେ ଆମେ ଅନ୍ୟ କାହାକୁ ଦେଖୁ ନାହୁଁ ବୋଲି ବିଶ୍ୱନାଥନ କହିଛନ୍ତି।

ଆଇପିଏଲ ଆରମ୍ଭରୁ ଧୋନୀ ସିଏସ୍‌କେ ଦଳର ନେତୃତ୍ୱ ନେଇ ଆସୁଛନ୍ତି। ଫ୍ରାଞ୍ଚାଇଜକୁ ବାସନ୍ଦ କରାଯିବାରୁ ୨୦୧୬ ଓ ୨୦୧୭ରେ ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ ଧୋନୀ। ୨୦୧୮ରେ ଦଳ ଆଇପିଏଲକୁ ଫେରିବା ସହ ହାତେଇଥିଲା ଟ୍ରଫି। ଆଇପିଏଲ ଇତିହାସର ଅନ୍ୟତମ ସଫଳତମ ଦଳ ସିଏସ୍‌କେ ପ୍ରଥମ ଥର ପାଇଁ ପ୍ଲେଅପ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିଲା।

Share