‘ଓମିକ୍ରନ୍‌କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’

ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍‌ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ କରୋନା ମହାମାରୀରୁ ମୁକ୍ତି ପାଇପାରିନାହିଁ। ଓମିକ୍ରନକୁ ହାଲୁକା ଭାବରେ କେବେ ବି ନିଅନ୍ତୁ ନାହିଁ। ବିଶ୍ୱବ୍ୟାପୀ ଓମିକ୍ରନ ଭାରିଆଣ୍ଟ ଯୋଗୁ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭାରିଆଣ୍ଟ ମୃତ୍ୟୁର କାରଣ ମଧ୍ୟ ପାଲଟିଛି। ଓମିକ୍ରନ ଅଲଗା ଭାରିଆଣ୍ଟଠାରୁ କମ୍‌ ଗମ୍ଭୀର ହୋଇଥାଇପାରେ। ମାତ୍ର ଏହାକୁ ସାମାନ୍ୟ ଭାବିବା ଭୁଲ ଅଟେ। ଏହି ଚିନ୍ତାଧାରା ଏହାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଦୁର୍ବଳ କରିଦେବ। ଯାହାଦ୍ୱାରା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ।

Share