ଥମୁନି ଭୋଟ ଗଣ୍ଡଗୋଳ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ତାଗିଦ ସତ୍ତ୍ୱେ ନିର୍ବାଚନୀ ହିଂସା ଥମୁ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ବୁଥ୍‌ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିବା, ବୁଥ୍‌ ଜବରଦଖଲ, ଗାଡ଼ି ଭଙ୍ଗାରୁଜା, ମାରପିଟ, ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି।
ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ କନିକାପଡ଼ା ପଞ୍ଚାୟତର କନିକାପଡ଼ା ସ୍କୁଲରେ ମତଦାନ ଚାଲିଥିବା ବେଳେ କେତେକ ଦୁର୍ବୃତ୍ତ ବାଲଟ ପେପର ଛଡ଼ାଇ ନେଇଥିବା ବେଳେ ଦଶରଥପୁର ପଞ୍ଚାୟତ ୯ ନଂ. ବୁଥ୍‌ର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗି ଦେଇଛନ୍ତି। ସେହିପରି ବଡ଼ଚଣା ବ୍ଲକର ନଳିପୁର ନୋଡ଼ାଲ ବିଦ୍ୟାଳୟରେ ବୁଥ୍‌ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ହିଂସାକାଣ୍ଡ ଓ ରାସ୍ତାରୋକୋ କରାଯାଇଛି। ସେହିପରି ଉକ୍ତ ବ୍ଲକର ଭରତପୁର ପଞ୍ଚାୟତରେ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଜଗତ୍‌ସିଂହପୁର ଜିଲାରେ ମଧ୍ୟ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ଜଗତ୍‌ସିଂହପୁର ବ୍ଲକର ଢିଅପଟସରା ସ୍କୁଲ, ଢୋଲବନ୍ଧ ସ୍କୁଲରେ ହୋଇଥିବା ବୁଥ୍‌ରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। କେତେଜଣ ଅସାମାଜିକ ବ୍ୟକ୍ତି ଜୋରଜବରଦସ୍ତି ଭୋଟଗ୍ରହଣ କେନ୍ଦ୍ରରେ ପଶି ବାଲଟ ପେପର ଚିରିବା ସହ ଭୋଟ ବାକ୍ସ ନେଇ ଯାଇଥିଲେ। ଗଣ୍ଡଗୋଳରେ ୫ ଜଣ ଆହତ ହୋଇଛନ୍ତି। କଟକ ଜିଲା ବାରଙ୍ଗ ବ୍ଲକ୍‌ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡି ବୁଥ୍‌ରୁ କେତେଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଛି।
କେବଳ ସେତିକି ନୁହେଁ, ପ୍ରଜାଇଡିଂ ଅଫିସରଙ୍କ ନାମରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଛି। ନୂଆପଡ଼ା ଜିଲା କୋମନା ବ୍ଲକ୍‌ ପାଏର ଗାଁର ୩ ନମ୍ବର ବୁଥ୍‌ରେ ମତଦାନ ପରେ ପ୍ରିଜାଇଡିଂ ଅଫିସର ସରକାରୀ ଗାଡ଼ିରେ ଭୋଟ ବାକ୍ସକୁ ନ ରଖି ନିଜ ଗାଡ଼ିରେ ନେଇ ଯାଉଥିଲେ। ଏ ସମ୍ପର୍କରେ ପାଏର ଗାଁର ଲୋକମାନେ ଜାଣିପାରି ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଘେରି ଯାଇଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପ୍ରଜାଇଡିଂ ଅଫିସରଙ୍କ କାର ଭଙ୍ଗାରୁଜା କରିଥିଲେ। ମତଦାନ ସରିଥିଲେ ମଧ୍ୟ ପୋଲିଂ ପାର୍ଟିକୁ ଲୋକମାନେ ଛାଡ଼ି ନ ଥିଲେ। ସମାନ ଘଟଣା ଘଟିଛି କଟକ ସଦର ଥାନା ବାରଙ୍ଗ ବ୍ଲକ କୁରାଙ୍ଗପ୍ରଧାନ ପଞ୍ଚାୟତ ଅଧୀନ ବୁଥ୍‌ ନମ୍ବର ୧୧ରେ। ମତଦାନ ଶେଷ ପରେ ପ୍ରିଜାଇଡିଂ ଅଫିସର ପ୍ରଭାତ କୁମାର ରଥ ନିଜ ବାଇକ୍‌ରେ ଭୋଟ ବାକ୍ସ ନେଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିପରି ଖୋର୍ଦ୍ଧାର ସାରୁଅ ଏବଂ ବାଘମାରୀ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କ ପଛପଟେ ଛିଡ଼ା ହୋଇ ମତଦାନ ଦେଖୁଥିଲେ। ଏମିତିକି ବୟସ୍କ ଲୋକମାନଙ୍କ ପାଇଁ ବାଲଟ ପେପରରେ ଷ୍ଟାମ୍ପ ମାରି ବାକ୍ସରେ ପକାଉଥିବା ଅଭିଯୋଗ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକର ୧୮୬ ଜିଲା ପରିଷଦ ଜୋନର ୧୫୧୪ ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଛି। ୧୮୬ ଜିଲା ପରିଷଦ ଜୋନରେ ୭୪୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମୋଟ ୨୦,୪୩୬ ବୁଥ୍‌ରେ ପ୍ରାୟ ୬୨.୧ ଲକ୍ଷ ଭୋଟର ଅଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସକାଳୁ ମତଦାନ ସାମାନ୍ୟ ମାନ୍ଦା ଥିଲେ ମଧ୍ୟ ୧୦ଟା ବେଳକୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା। ତେବେ କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଥମିକ ସୂଚନା ଅନୁଯାୟୀ ୭୧ ପ୍ରତିଶତ ମତଦାନ ହୋଇଥିବା ସେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନର ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ଶେଷ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆଇନଶୃଙ୍ଖଳାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କମିଶନର କହିଛନ୍ତି। କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଯୋଗୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଯାଜପୁର ଓ ଜଗତ୍‌ସିଂହପୁର ଜିଲାର କିଛି ବୁଥ୍‌ରେ ନିର୍ବାଚନ ପ୍ରକି୍ରିୟା ବାଧାପ୍ରାପ୍ତ ହୋଇଛି। ଏହାଛଡ଼ା ବାଲଟ ପେପର ତ୍ରୁଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ମତଦାନ ହୋଇପାରେ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ନେଇ ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri