ଥମୁନି ଭୋଟ ଗଣ୍ଡଗୋଳ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ତାଗିଦ ସତ୍ତ୍ୱେ ନିର୍ବାଚନୀ ହିଂସା ଥମୁ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ବୁଥ୍‌ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିବା, ବୁଥ୍‌ ଜବରଦଖଲ, ଗାଡ଼ି ଭଙ୍ଗାରୁଜା, ମାରପିଟ, ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି।
ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ କନିକାପଡ଼ା ପଞ୍ଚାୟତର କନିକାପଡ଼ା ସ୍କୁଲରେ ମତଦାନ ଚାଲିଥିବା ବେଳେ କେତେକ ଦୁର୍ବୃତ୍ତ ବାଲଟ ପେପର ଛଡ଼ାଇ ନେଇଥିବା ବେଳେ ଦଶରଥପୁର ପଞ୍ଚାୟତ ୯ ନଂ. ବୁଥ୍‌ର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗି ଦେଇଛନ୍ତି। ସେହିପରି ବଡ଼ଚଣା ବ୍ଲକର ନଳିପୁର ନୋଡ଼ାଲ ବିଦ୍ୟାଳୟରେ ବୁଥ୍‌ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ହିଂସାକାଣ୍ଡ ଓ ରାସ୍ତାରୋକୋ କରାଯାଇଛି। ସେହିପରି ଉକ୍ତ ବ୍ଲକର ଭରତପୁର ପଞ୍ଚାୟତରେ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଜଗତ୍‌ସିଂହପୁର ଜିଲାରେ ମଧ୍ୟ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ଜଗତ୍‌ସିଂହପୁର ବ୍ଲକର ଢିଅପଟସରା ସ୍କୁଲ, ଢୋଲବନ୍ଧ ସ୍କୁଲରେ ହୋଇଥିବା ବୁଥ୍‌ରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। କେତେଜଣ ଅସାମାଜିକ ବ୍ୟକ୍ତି ଜୋରଜବରଦସ୍ତି ଭୋଟଗ୍ରହଣ କେନ୍ଦ୍ରରେ ପଶି ବାଲଟ ପେପର ଚିରିବା ସହ ଭୋଟ ବାକ୍ସ ନେଇ ଯାଇଥିଲେ। ଗଣ୍ଡଗୋଳରେ ୫ ଜଣ ଆହତ ହୋଇଛନ୍ତି। କଟକ ଜିଲା ବାରଙ୍ଗ ବ୍ଲକ୍‌ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡି ବୁଥ୍‌ରୁ କେତେଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଛି।
କେବଳ ସେତିକି ନୁହେଁ, ପ୍ରଜାଇଡିଂ ଅଫିସରଙ୍କ ନାମରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଛି। ନୂଆପଡ଼ା ଜିଲା କୋମନା ବ୍ଲକ୍‌ ପାଏର ଗାଁର ୩ ନମ୍ବର ବୁଥ୍‌ରେ ମତଦାନ ପରେ ପ୍ରିଜାଇଡିଂ ଅଫିସର ସରକାରୀ ଗାଡ଼ିରେ ଭୋଟ ବାକ୍ସକୁ ନ ରଖି ନିଜ ଗାଡ଼ିରେ ନେଇ ଯାଉଥିଲେ। ଏ ସମ୍ପର୍କରେ ପାଏର ଗାଁର ଲୋକମାନେ ଜାଣିପାରି ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଘେରି ଯାଇଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପ୍ରଜାଇଡିଂ ଅଫିସରଙ୍କ କାର ଭଙ୍ଗାରୁଜା କରିଥିଲେ। ମତଦାନ ସରିଥିଲେ ମଧ୍ୟ ପୋଲିଂ ପାର୍ଟିକୁ ଲୋକମାନେ ଛାଡ଼ି ନ ଥିଲେ। ସମାନ ଘଟଣା ଘଟିଛି କଟକ ସଦର ଥାନା ବାରଙ୍ଗ ବ୍ଲକ କୁରାଙ୍ଗପ୍ରଧାନ ପଞ୍ଚାୟତ ଅଧୀନ ବୁଥ୍‌ ନମ୍ବର ୧୧ରେ। ମତଦାନ ଶେଷ ପରେ ପ୍ରିଜାଇଡିଂ ଅଫିସର ପ୍ରଭାତ କୁମାର ରଥ ନିଜ ବାଇକ୍‌ରେ ଭୋଟ ବାକ୍ସ ନେଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିପରି ଖୋର୍ଦ୍ଧାର ସାରୁଅ ଏବଂ ବାଘମାରୀ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କ ପଛପଟେ ଛିଡ଼ା ହୋଇ ମତଦାନ ଦେଖୁଥିଲେ। ଏମିତିକି ବୟସ୍କ ଲୋକମାନଙ୍କ ପାଇଁ ବାଲଟ ପେପରରେ ଷ୍ଟାମ୍ପ ମାରି ବାକ୍ସରେ ପକାଉଥିବା ଅଭିଯୋଗ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକର ୧୮୬ ଜିଲା ପରିଷଦ ଜୋନର ୧୫୧୪ ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଛି। ୧୮୬ ଜିଲା ପରିଷଦ ଜୋନରେ ୭୪୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମୋଟ ୨୦,୪୩୬ ବୁଥ୍‌ରେ ପ୍ରାୟ ୬୨.୧ ଲକ୍ଷ ଭୋଟର ଅଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସକାଳୁ ମତଦାନ ସାମାନ୍ୟ ମାନ୍ଦା ଥିଲେ ମଧ୍ୟ ୧୦ଟା ବେଳକୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା। ତେବେ କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଥମିକ ସୂଚନା ଅନୁଯାୟୀ ୭୧ ପ୍ରତିଶତ ମତଦାନ ହୋଇଥିବା ସେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନର ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ଶେଷ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆଇନଶୃଙ୍ଖଳାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କମିଶନର କହିଛନ୍ତି। କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଯୋଗୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଯାଜପୁର ଓ ଜଗତ୍‌ସିଂହପୁର ଜିଲାର କିଛି ବୁଥ୍‌ରେ ନିର୍ବାଚନ ପ୍ରକି୍ରିୟା ବାଧାପ୍ରାପ୍ତ ହୋଇଛି। ଏହାଛଡ଼ା ବାଲଟ ପେପର ତ୍ରୁଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ମତଦାନ ହୋଇପାରେ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ନେଇ ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri