ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ ଏଭଳି ନିର୍ଦ୍ଦେଶନାମା ଜଣେ ଯନ୍ତ୍ରୀଙ୍କ ସମ୍ମୁଖରେ ଜାରି କରୁଛନ୍ତି ଇଡ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)। କେବଳ ଯେ ସେ ଚାପ ପକାଉଛନ୍ତି ତାହା ନୁହେଁ, କଳାମଣ୍ଡଳ ନିର୍ମାଣ କାର୍ଯ୍ୟରେ ଆଗତୁରା ବିଲ୍‌ କରାଇବା ପାଇଁ ଇଡି ଏବଂ ସିଜିଏମ୍‌ ସମ୍ପୂର୍ଣ୍ଣ ଭାବେ ଚାପ ପକାଉଛନ୍ତି। ବାରମ୍ବାର ବେଆଇନ କାର୍ଯ୍ୟ ଓ ମାନସିକ ଚାପ ଯୋଗୁ ମୋର ସ୍ବାସ୍ଥ୍ୟାବସ୍ଥା ଭଲ ରହୁନାହିଁ; ଯେଉଁଥିପାଇଁ ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟରୁ ୨ ଜଣ ଯନ୍ତ୍ରୀ ଅପସରି ଗଲେଣି, ମୁଁ ଆଉ ସହିପାରୁନି। ମୋତେ ମଧ୍ୟ ଏହି କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଜଣେ ଦିବ୍ୟାଙ୍ଗ ଯନ୍ତ୍ରୀ ମୁଖ୍ୟଶାସନ ସଚିବ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କଳାମଣ୍ଡଳ ପ୍ରକଳ୍ପକୁ ୮ବର୍ଷ ବିତିଥିଲେ ହେଁ ସେହି କାର୍ଯ୍ୟ ଏବେ ବି ଅଧପନ୍ତରିଆ ହୋଇ ପଡ଼ିରହିଛି। ଘଟଣାର ଅନୁସନ୍ଧାନ କରାଗଲେ କଳାମଣ୍ଡଳର ପ୍ରକୃତ କଳାକାହାଣୀ ଲୋକଲୋଚନକୁ ଆସିପାରନ୍ତା ବୋଲି ଇଡ୍‌କୋରେ ଚର୍ଚ୍ଚା ଜୋର୍‌ ଧରିଛି।
ସନ୍ତୋଷ କୁମାର ପଣ୍ଡା ଏ ସଂକ୍ରାନ୍ତରେ କରିଥିବା ଅଭିଯୋଗ ଅନୁଯାୟୀ, ଇଡ୍‌କୋ ଇଡିଙ୍କ ଦ୍ୱାରା ତାଙ୍କୁ ବାରମ୍ବାର ଅନୁଚିତ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏଥିଯୋଗୁ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଭୁବନେଶ୍ୱର ସୈନିକ ସ୍କୁଲ୍‌ ନିକଟସ୍ଥ କଳାମଣ୍ଡଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୭ରେ ମେସର୍ସ ଡିକେ ଇଞ୍ଜିନିୟରିଂ ଆଣ୍ଡ୍‌ କନ୍‌ଷ୍ଟ୍ରକଶନ ପ୍ରାଇଭେଟ ଲିମିଟେଡ୍‌କୁ ଦିଆଯାଇଥିଲା। ଠିକାଦାର ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଛନ୍ତି। ନିର୍ମାଣରେ ବିଳମ୍ବ ସତ୍ତ୍ୱେ ଇଡି ଏବଂ ସିଜିଏମ୍‌-୨ ଏଜେନ୍ସିକୁ ସମର୍ଥନ କରି ଚାଲିଛନ୍ତିି। ଏଥିଯୋଗୁ ଇଡ୍‌କୋର ୨ଜଣ ଇଞ୍ଜିନିୟର ସାଇଟ୍‌ ଛାଡ଼ି ଯାଇଛନ୍ତି। ସନ୍ତୋଷ ତୃତୀୟ ଇଞ୍ଜିନିୟର ଭାବେ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରୁଛନ୍ତି। ଇଡି ନିରନ୍ତର ଭାବେ ତାଙ୍କୁ ଏଜେନ୍ସି ପାଇଁ ବିଲ୍‌ ପ୍ରସ୍ତୁତ ଓ ପାସ୍‌ କରିବାକୁ ଚାପ ଦେଉଛନ୍ତି। ଓପିଡବ୍ଲ୍ୟୁଡି କୋଡ୍‌ ଅନୁସାରେ ଠିକାଦାର ମାସ ଶେଷରେ ବିଲ୍‌ ଦେବେ। କିନ୍ତୁ ଏଜେନ୍ସି ନିୟମିତ କାମ ନ କରିବାରୁ ଠିକ୍‌ ବିଲ୍‌ ଦେଇପାରୁନାହାନ୍ତି। ତଥାପି ତାଙ୍କୁ ୨୪ ଘଣ୍ଟାରେ ବିଲ୍‌ ପ୍ରସ୍ତୁତ କରିବାକୁ ବାଧ୍ୟ କରାଯାଉଛି। ତେବେ କଳାମଣ୍ଡଳର ପ୍ରକଳ୍ପ କାର୍ଯ୍ୟ ୨୦୧୭ରେ ୪୦ କୋଟି ଟଙ୍କା ଥିଲା, କିନ୍ତୁ ଏବେ ସେହି ରାଶି ପ୍ରାୟ ୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସିଜିଏମ୍‌-୨ ଓ ଇଡିଙ୍କ ନିର୍ଦ୍ଦେଶରେ ଅନେକ ଅତିରିକ୍ତ କାମ କରାଯାଉଛି। ଏହି ଅତିରିକ୍ତ କାମ ପଛରେ ବ୍ୟକ୍ତିଗତ ଲାଭ ଥିବା ସନ୍ତୋଷ ନିଜ ଅଭିଯୋଗରେ ସନ୍ଦେହ ବ୍ୟକ୍ତ କରିଛନ୍ତି।
ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୪ ମାସରେ ଏଜେନ୍ସି କେବଳ ପ୍ରକଳ୍ପର ନିର୍ମାଣ (ପ୍ରାୟ ୪୦ ମିଟର ଡ୍ରେନ୍‌ ଓ ୨.୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ଦୁଇଟି କଲମ୍‌) କରିଛନ୍ତି। ଏହି ସୀମିତ କାମର ବିଲ୍‌ ପ୍ରସ୍ତୁତ ହୋଇଛି ଏବଂ ସୋମବାର ଦାଖଲ ହେବ। ମାତ୍ର ଇଡି ଏହାକୁ ଜୋରଜବରଦସ୍ତ ତୁରନ୍ତ ବିଲ୍‌ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯଦି ପ୍ରକଳ୍ପ କାର୍ଯ୍ୟର ଠିକଣା ଭାବେ ତଦନ୍ତ କରାଯାଆନ୍ତା ତେବେ ଅନିୟମିତତା ଧରାପଡ଼ନ୍ତା ବୋଲି ଯନ୍ତ୍ରୀ ତାଙ୍କ ଗୁହାରିରେ ଦର୍ଶାଇଛନ୍ତି।
ସିଜିଏମ୍‌ ଅଶ୍ୱିନୀ ବିଶ୍ୱାଳଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ପ୍ରକଳ୍ପ ନିର୍ମାଣରେ କୌଣସି ଅନିୟମିତତା କରାଯାଉନାହିଁ। ଯଦି ଯନ୍ତ୍ରୀ କାର୍ଯ୍ୟ କରିପାରୁ ନାହାନ୍ତି ତେବେ ଛାଡ଼ିଦିଅନ୍ତୁ। ସେହିପରି ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ଥ କୁମାର ରେଡ୍ଡୀ କହିଛନ୍ତି, ଏହା ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ ଚିଫ୍‌ ଭିଜିଲାନ୍ସଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri