‘ପୂର୍ବତଟ ରେଳପଥରୁ ଓ୍ବାଲ୍‌ଟିୟର ଅଲଗା ନ ହେଉ’

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ୨୦୧୯ରେ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ଜୋନ୍‌ରୁ ଓ୍ବାଲ୍‌ଟିୟର ଡିଭିଜନ ଅଲଗା କରିନେଇ ଆନ୍ଧ୍ରପ୍ରଦେଶ ପାଇଁ ଏକ ସ୍ବତନ୍ତ୍ର ରେଳ ଜୋନ୍‌ ପ୍ରତିଷ୍ଠାର ଘୋଷଣା କରିଛି। ଏହି ନିଷ୍ପତ୍ତି ଯୋଗୁ ଇଷ୍ଟକୋଷ୍ଟ ଜୋନ୍‌ର ବଡ଼ କ୍ଷତି ହେବାକୁ ଯାଉଛି। ଏହାଦ୍ୱାରା ଇଷ୍ଟ କୋଷ୍ଟ ବାର୍ଷିକ ୫ରୁ ୧୦ ହଜାର କୋଟି ଟଙ୍କା ହରାଇବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅଭିଯୋଗ ଆଣିିଛନ୍ତି। ଏନେଇ ବୁଧବାର ଶ୍ରୀକାନ୍ତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ଶ୍ରୀକାନ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ ୧୯୯୬ରେ ତତ୍କାଳୀନ ୟୁନାଇଟେଡ୍‌ ଫ୍ରଣ୍ଟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରତିଷ୍ଠା ହୋଇଥିଲା। ଏହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ତତ୍କାଳୀନ ରେଳମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ଉତ୍ସବରେ ସେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ଦେଶର ସମସ୍ତ ରେଳଜୋନ୍‌ ମଧ୍ୟରେ ଏକ ନମ୍ବର ହୋଇପାରିଛି। ଏଠାରୁ ପ୍ରତିବର୍ଷ ୨୫ ହଜାର କୋଟି ଟଙ୍କାରୁ ଅଧିକ ଲାଭ ହେଉଛି। ଏହି ରେଳ ଜୋନ ପ୍ରତିଷ୍ଠା ଲାଗି ବହୁ ଛାତ୍ର ଓ ଯୁବନେତା ଦିଲ୍ଲୀର ତିହାର ଜେଲଠାରୁ ଆରମ୍ଭ କରି କଟକ ଓ ଖୋର୍ଦ୍ଧା ଜେଲରେ ସମୟ କଟାଇଛନ୍ତି। ତେଣୁ ଉକ୍ତ ରେଳଜୋନ୍‌କୁ ସଂକୀର୍ଣ୍ଣ କରା ନ ଯାଉ। ଏପରିକି ରେଲଓ୍ବରେ ଚାକିରି କ୍ଷେତ୍ରରେ ଓଡିଆ ପିଲାଙ୍କ ସଂଖ୍ୟା ଅତି ନଗଣ୍ୟ। ଯଦି କେନ୍ଦ୍ର ସରକାର ନୀତିଗତ ଭାବେ ରାଜ୍ୟ ଓ କେନ୍ଦ୍ରିକ ରେଳଜୋନ କରିବାକୁ ଯାଉଛନ୍ତି ତେବେ ଦକ୍ଷିଣ-ପୂର୍ବ ରେଳବାଇର ଚକ୍ରଧରପୁର ଓ ଖଡଗପୁର ଡିଭିଜନର ଓଡିଶା ଅଞ୍ଚଳକୁ ଇଷ୍ଟ କୋଷ୍ଟ ଜୋନ୍‌ରେ ମିଶାଇ ଦିଆଯାଉ ବୋଲି ସେ କହିଛନ୍ତି।
ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟ ସଭାକୁ ଯାଇ ରେଳମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଉପରେ ଚାପ ପକାଇ ଓଡ଼ିଶାର ବୃହତର ସ୍ବାର୍ଥ ଦୃଷ୍ଟିରୁ ଆଗେଇ ଆସନ୍ତୁ ବୋଲି ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri