ଅତୀତର ଭୁଲ୍‌ ଦୋହରାଅନି

ଓ୍ବାଶିଂଟନ/ବେଜିଂ,୫ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଚଳିତ ସପ୍ତାହରେ କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବେ। ଏନେଇ ହାଉସ୍‌ ସ୍ପିକରଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପରେ ତୃତୀୟ ବରିଷ୍ଠ ନେତା। ଅନ୍ୟପକ୍ଷେ ଅତୀତର ଭୁଲ୍‌କୁ ଆଉ ନ ଦୋହରାଇବା ପାଇଁ ଆମେରିକାକୁ ମଙ୍ଗଳବାର ଚାଇନା ଚେତାବନୀ ଦେଇଛି।

ଅଫିସ୍‌ ପକ୍ଷରୁ ସୋମବାର କୁହାଯାଇଛି ଯେ, ତାଇଓ୍ବାନ୍‌ ରାଷ୍ଟ୍ରପତି କେନ୍ଦ୍ରୀୟ ଆମେରିକାରୁ ସ୍ବଦେଶକୁ ଫେରିବା ପୂର୍ବରୁ କାଲିଫର୍ନିଆର ଲସ୍‌ଏଞ୍ଜେଲସ୍‌ରେ ତାଙ୍କ ସହ ସ୍ପିକର ଦ୍ୱିପାକ୍ଷିକ ବୈଠକ କରିବେ। ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସିଆଲ ଲିବର୍ଟିରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହେବ। ତେବେ ତାଇଓ୍ବାନ୍‌କୁ ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ବେଜିଂ ଏହାକୁ ଚାଇନା ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ କଡ଼ା ବିରୋଧ କରିଛି। ଗତ ଅଗଷ୍ଟରେ ଦ୍ୱୀପରାଷ୍ଟ୍ର ତାଇଓ୍ବାନ୍‌କୁ ତତ୍କାଳୀନ ହାଉସ୍‌ ସ୍ପିକର ତଥା ଡେମୋକ୍ରାଟ୍‌ ନାନ୍ସି ପେଲୋସିଙ୍କ ଗସ୍ତ ବେଳେ ମଧ୍ୟ ଚାଇନା ବିରୋଧ କରିଥିଲା।

ଲସ୍‌ଏଞ୍ଜେଲସ୍‌ସ୍ଥିତ ଚାଇନା କନ୍‌ସୁଲେଟ୍‌ ପକ୍ଷରୁ କୁହାଯାଇଛି ଯେ, ତାଇଓ୍ବାନ୍‌ ରାଷ୍ଟ୍ରପତିଙ୍କ ସହ ଆମେରିକା ହାଉସ୍‌ ସ୍ପିକର ସାକ୍ଷାତ କରିବା କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଅନୁକୂଳ ନୁହେଁ। ଏହା ଆମେରିକା ଓ ଚାଇନା ଜନସାଧାରଣଙ୍କ ହିତର ପରିପନ୍ଥୀ। ମ୍ୟାକ୍‌କାର୍ଥି ତାଙ୍କ ପୂର୍ବସୂରୀଙ୍କ ଭୁଲ୍‌ରୁ ମିଳିଥିବା ଶିକ୍ଷାକୁ ଅଣଦେଖା କରୁଛନ୍ତି। ଆମେରିକା ଏହାକୁ ଏକ ସ୍ବାଭାବିକ ପ୍ରଥା ଭାବେ ଅଭିହିତ କରିବା ସହ ଚାଇନା ଅତିଶୟ ପ୍ରତିକ୍ରିୟା ପ୍ରକାଶ କରିବା ଅନୁଚିତ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ...

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri