Categories: ଫୁରସତ

ହାରିବାନି ହରାଇବା

କର୍କଟ ପରି ସ୍ବାସ୍ଥ୍ୟ ସମସ୍ୟାକୁ ଭୟ ନ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୨ ସେପ୍ଟେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ରୋଜ ଦିବସ ସମସ୍ତ କର୍କଟ ଆକ୍ରାନ୍ତଙ୍କ ପାଇଁ ଉତ୍ସର୍ଗୀକୃତ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି କର୍କଟ ସମସ୍ୟାରେ ହାରିବାନି ବରଂ ଏହାକୁ ହରାଇବା। ଏହି ଦିନ ପାଳନ ମାଧ୍ୟମରେ ଏପରି ଆକ୍ରାନ୍ତଙ୍କ ଜୀବନରେ ସୁଖ ଏବଂ ଭରସା ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ମନେପକାଇ ଦେଇଥାଏ ଯେ ସେମାନେ ନିଷ୍ଠା ଏବଂ ସକାରାତ୍ମକ ଭାବନା ମାଧ୍ୟମରେ କର୍କଟ ବିରୋଧରେ ଲଢ଼ି ବିଜୟୀ ହୋଇପାରିବେ।
୧୯୯୬ରେ ମୃତ୍ୟୁବରଣ କରିଥିବା କାନାଡାର ୧୨ ବର୍ଷ ବୟସ୍କ କର୍କଟ ଆକ୍ରାନ୍ତ ମେଲିଣ୍ଡା ରୋଜଙ୍କ ସମ୍ମାନାର୍ଥେ ବିଶ୍ୱ ରୋଜ ଦିବସ ପାଳନ କରାଯାଇଥାଏ। ଡାକ୍ତରମାନେ କହିଥିଲେ ଯେ ସେ କେବଳ କିଛି ସପ୍ତାହ ବଞ୍ଚିବେ, ମେଲିଣ୍ଡା ରୋଜ ତିନିବର୍ଷରୁ ଅଧିକ ସମୟ ଧରି ଲଢ଼େଇ ଜାରି ରଖିଥିଲେ।
ରୋଜ ଦିବସରେ ଲୋକମାନେ କର୍କଟ ଆକ୍ରାନ୍ତ ଏବଂ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଗୋଲାପ, କାର୍ଡ ଏବଂ ଉପହାର ପ୍ରଦାନ କରିଥାନ୍ତି।

Share