ପସନ୍ଦ କରନ୍ତି ନାହିଁ ଜନ୍‌

ଜନ୍‌ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍‌ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ ସାଧାସିଧା ଜୀବନଯାପନ କରିବାକୁ ଚାହାନ୍ତି । ଅଭିନୟ ପୂର୍ବରୁ ସେ ଜଣେ ଆଥେଲେଟ୍‌ ଥିଲେ। ଏପରି କି ଅନେକ ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଆଉ ଏକ କଥାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ତାହା ହେଲା ନିଶାଦ୍ରବ୍ୟ ସେବନ। ଏ ସମ୍ପର୍କରେ ଜନ୍‌ କହନ୍ତି, ‘ଆଜିକାଲି ଅନେକ ଯୁବକ-ଯୁବତୀ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସେମାନେ ଏସବୁଠାରୁ ନିଜକୁ ଦୂରେଇ ରଖିବା ଦରକାର। ମୁଁ ବିଶେଷଭାବରେ ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମ ଆଟେଣ୍ଡ କରେନାହିଁ। କାରଣ ନିଜକୁ ସବୁବେଳେ ଏକ ଶାନ୍ତ ପରିବେଶରେ ମୁଁ ରଖିବାକୁ ଚାହିଁଥାଏ।’ ‘ଭିକି ଡୋନର’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ପ୍ରଯୋଜକ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ମିଳିଥିଲା। ଏବେ ସେ ଅଭିନୟ ସହ ଫିଲ୍ମ ପ୍ରଯୋଜନାରେ ବ୍ୟସ୍ତ ଅଛନ୍ତି।

Share