Posted inଜାତୀୟ

ତଦନ୍ତ ବାଟବଣା ନ ହେଉ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମଙ୍ଗଳବାର ଆନ୍ଦୋଳନର ସ୍ବରକୁ ଯୁବକଂଗ୍ରେସ ଅଧିକ ତେଜିଛି। ଅର୍ଚ୍ଚନାଙ୍କ ସମ୍ପର୍କରେ ରହିଥିବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପ୍ରଭାବଶାଳୀ ଅଧିକାରୀଙ୍କ ପର୍ଦ୍ଦାଫାଶ ହେବା ଦରକାର। ଏହାସହ ଅର୍ଚ୍ଚନାଙ୍କୁ ମିଳିଥିବା ସରକାରୀ ଆନୁଗତ୍ୟ ଓ ତାଙ୍କ ପଛରେ ଖର୍ଚ୍ଚ କରାଯାଇଥିବା ବିପୁଳ କଳାଧନର ତଥ୍ୟ ମଧ୍ୟ ଉନ୍ମୋଚନ କରାଯାଉ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଦାବି କରିଛନ୍ତି।
ପୋଲିସ ଏସବୁ ଦିଗକୁ ନେଇ ନିରପେକ୍ଷ ତଦନ୍ତ ଦାବିରେ ଯୁବକଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପୋଲିସ କମିଶନର(ସିପି)ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି। ଯୁବକଂଗ୍ରେସ କର୍ମୀମାନେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ପ୍ରଥମେ ପ୍ଲାକାର୍ଡ ଧରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏନେଇ ସ୍ମୃତିରଞ୍ଜନ କହିଛନ୍ତି, ଅର୍ଚ୍ଚନା ନାଗ ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ବହୁ ନେତା, ମନ୍ତ୍ରୀ, ବିଧାୟକ, ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅର୍ଚ୍ଚନାଙ୍କ ସମ୍ପର୍କ ରହିଥିବା ସୂଚନା ମିଳୁଛି। ଅର୍ଚ୍ଚନାଙ୍କ ପଛରେ ସରକାରୀ କଳର ଅପବ୍ୟବହାର ସହ ବହୁ କଳାଧନ ବିନିଯୋଗ ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ରହିଛି। ରାଜ୍ୟରେ ଗରିବ ଜନସାଧାରଣ ପେଟପାଟଣା ପାଇଁ ପ୍ରତିଦିନ ସଂଘର୍ଷ କରୁଥିବାବେଳେ ଜନପ୍ରତିନିଧିମାନେ ଅର୍ଚ୍ଚନା ନାଗଙ୍କ ଭଳି ମହିଳାଙ୍କ ପଛରେ କୋଟି କୋଟି ଟଙ୍କା ଦୁରୁପଯୋଗ କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ତେଣୁ ପୋଲିସ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଏହାର ଉପଯୁକ୍ତ ତଦନ୍ତକରି ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ମୃତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୯: ମୁମ୍ବାଇ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଦେଶର ବଡ ଶିଳ୍ପପତିମାନଙ୍କ ମଧ୍ୟରେ...

ଦୁବାଇ, ଥାଇଲାଣ୍ଡରେ ରହିଛି ବିକାଶଙ୍କ ସମ୍ପତ୍ତି !

କାନପୁର,୧୧।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ବି ସେ ଏବେ ରହୁଛନ୍ତି ଚର୍ଚ୍ଚାରେ। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିକାଶଙ୍କର...

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ...

ମୋଦିଙ୍କ ହାତରେ ‘ରାଜଦଣ୍ଡ’

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଅଧିନମ(ତାମିଲନାଡୁର ସାଧୁ) ମହନ୍ତଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।...

ସାଜ୍ଜିଦ୍‌ ମୀର୍‌ ଆଇଏସ୍‌ଆଇ ସୁରକ୍ଷାରେ

ନୂଆଦିଲ୍ଲୀ,୨୯ା୬(ପି.ଟି.): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧)ର ମୁଖ୍ୟ ଯୋଜନା ପ୍ରସ୍ତୁତକାରୀ ସାଜ୍ଜିଦ୍‌ ମୀର୍‌ ଓରଫ ମଜିଦ୍‌ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ...

ପାଳିତ ଚିତାବାଘକୁ ଛାଡ଼ି ଭାରତ ଆସିବାକୁ ଚାହୁନାହାନ୍ତି ଡାକ୍ତର

ବିଜୟଓ୍ବାଡ଼ା,୭।୩: ୟୁକ୍ରେନ୍‌ର ଯୁଦ୍ଧ ବିଭିଷିକାରୁ ବର୍ତ୍ତିବା ପାଇଁ ଫସି ରହିଥିବା ଭାରତୀୟ ନିଜ ଦେଶକୁ ଫେରିବା ଆକୁଳ ନିବେଦନ କରୁଥିବା ବେଳେ କେତେଜଣ ଛାତ୍ରୀଛାତ୍ର ସେମାନଙ୍କ...

୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…

ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା...

କର୍ନାଟକ ନାଟକରେ ନୂଆମୋଡ଼: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତିଙ୍କୁ ଭେଟିଲେ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୧ା୭(ପି.ଟି):  କର୍ନାଟକରେ ଚାଲିଥିବା ରାଜନୈତିକ ନାଟକରେ ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ୧୦ ବିଦ୍ରୋହୀ ବିଧାୟକ ବାଚସ୍ପତି କେ.ଆର୍‌. ରମେଶଙ୍କୁ...

Advertisement
Archives

Model This Week