ଦିଲ୍ଲୀର ପୁନରାବୃତ୍ତି ଓଡ଼ିଶା ନ ହେଉ: ମିଳିମିଶି…

ଭଞ୍ଜନଗର, ୧୩।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗାଲେରୀ ରେଞ୍ଜରେ ଶୁକ୍ରବାର ବନାଗ୍ନି ପ୍ରଶମନ ଓ ପରିଚାଳନା ନିମନ୍ତେ ଏକ ସଚେତନତା ସଭା ହୋଇଥିଲା। ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କୁ ସହାୟତା ପାଇଁ ପ୍ରତି ଗ୍ରାମରେ ଅନୁକମ୍ପା କମିଟି ଗଠନ କରାଯିବ ବୋଲି କହିଥିଲେ। ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ତାଲିମ ଦିଆଯିବ। ବିଗତ ଦିନରେ ବିଦ୍ୟୁତ ଆଘାତରେ ଏକାଧିକ ହାତୀ ଏହି ବନଖଣ୍ଡରେ ମୃତ୍ୟୁବରଣ କରିଥିଲେ। ତେଣୁ ଟାଟା ପାୱାର ଏବଂ ସ୍ନେହା ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ ସହାୟତାରେ କରାଯାଉଛି।
ମିଳିମିଶି ପ୍ରକୃତିର ସୁରକ୍ଷା କରିବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାପାଇଁ ଡିଏଫଓ ମହାନ୍ତି ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ଦିଲ୍ଲୀ, ହରିୟାଣାରେ ଲୋକେ ଫସଲ କାଟିବା ପରେ ନଡ଼ା, ପାଳ ସମେତ ଅନ୍ୟାନ୍ୟ ଜିନିଷକୁ ପୋଡ଼ି ଦେଉଛନ୍ତି। ଏହାଦ୍ବାରା ଦିଲ୍ଲୀରେ ପ୍ରଦୂଷଣ ବହୁ ପରିମାଣର ବଢ଼ିଯାଉଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଲୋକେ ଏହିଭଳି ନିଆଁ ଲଗାଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ପାଳ, ନଡ଼ାକୁ ନ ପୋଡ଼ି ତାକୁ ପୋତି ଦିଆଯାଉ। ଏହାଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ଜମିର ଉର୍ବରତା ବଢିବ। ତେଣୁ ଆମେ ସଚେତନ ହୋଇ ନିଆଁ ଲଗାଇବା ନାହିଁ। ନ ହେଲେ ଦିଲ୍ଲୀ ଭଳି ଆମ ରାଜ୍ୟରେ ମଧ୍ୟ କେତେକ ସହରରେ ଏହିଭଳି ପ୍ରଦୂଷଣ ବଢିବା ସମ୍ଭାବନା ରହିଛି। ତେଣୁ ବେଳୁ ହିଁ ସାବଧାନ ହେବାକୁ ପଡିବ। ଏନେଇ ସ୍ବତନ୍ତ୍ର ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଥିଲେ।
ରେଞ୍ଜର ବିମ୍ବାଧର ସାହୁ ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ତୁରୁମୁ ସରପଞ୍ଚ ଉଷା ରାଣୀ ପ୍ରଧାନ, ଅବସରପ୍ରାପ୍ତ ରେଞ୍ଜର ପ୍ରଶାନ୍ତ ସାହୁ,ସାମାଜିକ କର୍ମୀ ରବିନ୍ଦ୍ର ପାତ୍ର, ସୁଶାନ୍ତ ସାହୁ, ଶିବ ଶଙ୍କର ଦାସ,ବିଶ୍ବମ୍ବର ଜେନା, କାହ୍ନୁ ସ୍ବାଇଁ, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ବି ପ୍ରଧାନ, ବନ ସୁରକ୍ଷା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ବନପାଳ ଶୁଭସ୍ମିତା ପାତ୍ର ସଭାକୁ ସଂଯୋଜନା କରିଥିବା ବେଳେ ବନରକ୍ଷୀ ଧରିତ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବନପାଳ ଅମ୍ରିତା ଜେନା, ଅମର ନାୟକ, ଧନୁର୍ଦ୍ଧର ବେହେରା, ଅନୁରାଧା ଦଳବେହେରା, ବର୍ଷା ରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ:  ସଭାପତି, ସମ୍ପାଦକ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ  ଅନୁଷ୍ଠିତ ହେବ।…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା…

କ୍ରିକେଟ ଟୁର୍ନାମେଣ୍ଟ: ଧରାକୋଟ ଟିମ୍‌ ଚାମ୍ପିୟନ

ଧରାକୋଟ,୧୩ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ପକ୍ଷରୁ ଶଶିଭୂଷଣ ମିନି ଷ୍ଟାଡିୟମରେ ଚାଲିଥିବା ୧୬ତମ ଋଷିକୁଲ୍ୟା କ୍ରିକେଟ ଟର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ…

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri