Categories: ଜାତୀୟ

‘ମୋତେ କାରଗିଲ୍‌ ଯିବାକୁ ଦେଉନାହାନ୍ତି’

ଶ୍ରୀନଗର,୧।୧୧: ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଙ୍ଗଳବାର ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଅଧିକାରୀମାନେ ତାଙ୍କୁ କାଗ୍‌ଗିଲ ଯିବାକୁ ଦେଉ ନ ଥିବା ଓମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ପୂର୍ବ ଲଦାଖରେ ପ୍ରବେଶ କରୁଛି, ତାଙ୍କୁ ଅଟକାଇ ପାରିବେ ନାହିଁ। କେବଳ ଆମକୁ ରୋକାଯାଉଛି। ଲଦାଖ ଗସ୍ତ ସମୟରେ ଡ୍ରାସ ଗେଷ୍ଟହାଉସରେ ରହିବାକୁ ଅନୁମତି ଦିଆଯାଇ ନାହିଁ। ଏସଡିଏମ (ସବ ଡିଭିଜନାଲ ମାଜିଷ୍ଟ୍ରେଟ) ବ୍ୟକ୍ତିଗତ ଭାବେ ଆମର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ।
କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ସେ କହିଛନ୍ତି, ଜମ୍ମୁ କଶ୍ମୀର ଏବଂ ଲଦାଖର ଲୋକମାନଙ୍କ ମଧ୍ୟରେ ଥିବା ପୁରୁଣା ସମ୍ପର୍କକୁ ସେମାନେ ଅଟକାଇ ପାରିବେ ନାହିଁ। ଆମର ସମ୍ପର୍କ ଅତ୍ୟନ୍ତ ମଜବୁତ ଏବଂ ଏହି ନକଲି ଲାଇନ ଏହାକୁ ଦୁର୍ବଳ କରିପାରିବ ନାହିଁ।

Share