କାନି ବା ହାତ ଧରନି

ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ ଏକପାଖିଆ ଭାବେ ସମ୍ମତ ପ୍ରତ୍ୟାହାର କରିପାରିବେ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ବିବାହ ବିଚ୍ଛେଦ ପାଇଁ ବାଲେଶ୍ୱର ପରିବାର ଅଦାଲତ ୨୦୨୧ ନଭେମ୍ବର ୨୨ରେ ପ୍ରଦାନ କରିଥିବା ରାୟକୁ ରଦ୍ଦ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହା ସହ ଏହି ମାମଲାରେ ପରିବାର ଅଦାଲତ ସାନି ଶୁଣାଣି କରି ୬ ମାସ ଭିତରେ ଫଇସଲା କରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, ଆବେଦନକାରୀଙ୍କ ବିବାହ ୨୦୧୮ରେ ହୋଇଥିଲା। ସେମାନେ କିଛି ଦିନ ଭଲରେ ଚଳିଥିଲେ। ପରେ ଦୁହିଙ୍କ ମଧ୍ୟରେ ମତାନ୍ତର ଯୋଗୁ ସମ୍ପର୍କରେ ଫାଟ ଦେଖାଯାଇଥିଲା। ୨୦୨୦ରେ ପରସ୍ପର ସହମତିରେ ବାଲେଶ୍ୱର ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧୩(ଖ)ରେ ଯୁଗ୍ମ ଆବେଦନ ଦାୟର କରିଥିଲେ। ଏହି ମାମଲା ବିଚାର ଚାଲିଥଲା। ଏହା ମଧ୍ୟରେ ପତ୍ନୀ ନିଜ ସମ୍ମତି ନଭେମ୍ବର ୧୮, ୨୦୨୧ରେ ପ୍ରତ୍ୟାହାର କରି ନେବା ସହ ତାହା ଅଦାଲତଙ୍କୁ ଅବଗତ କରିଥିଲେ। ପରେ ନଭେମ୍ବର ୨୨ରେ ପରିବାର ଅଦାଲତ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ପତ୍ନୀ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ଆଦେଶ ବିରୋଧରେ ପତ୍ନୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ପରିବାର ଅଦାଲତ ଦେଇଥିବା ରାୟକୁ ରଦ୍ଦ କରିଥିଲେ।
ଭାରତରେ ବିବାହ ଏକ ସାମାଜିକ ବନ୍ଧନ। ଅନ୍ୟ ସମାଜରେ ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକରେ ବିବାହକୁ ଏକ ଚୁକ୍ତି ଆକାରରେ ଦେଖାଯାଇଥାଏ। ସେଥିପାଇଁ ଅନେକ ଦେଶରେ ବିବାହ ପୂର୍ବରୁ ଏବଂ ଦୁଇ ପକ୍ଷର ସୁସ୍ଥ ସମ୍ପର୍କ ଥିବା ସମୟରେ ‘ପ୍ରିନପ’ (ବିବାହ ପୂର୍ବରୁ ଚୁକ୍ତି ଦସ୍ତଖତ) କରାଯାଇଥାଏ। ଏହା ଆଧୁନିକ ସମାଜରେ ଏକ ସ୍ବୀକୃତିପ୍ରାପ୍ତ ଚୁକ୍ତି ଭାବେ ଗ୍ରହଣ କରିନିଆଗଲାଣି। ବ୍ରିଟେନ ଭଳି ଦେଶରେ ୪୦ ପ୍ରତିଶତରୁ ଅଧିକ ବିବାହ ବିଚ୍ଛେଦରେ ପରିଣତ ହେଉଥିବାର ତଥ୍ୟ ମିଳୁଛି। ସେଥିପାଇଁ ବିବାହ ପୂର୍ବରୁ ଚୁକ୍ତି ହୋଇଗଲେ ପରିବର୍ତ୍ତୀ ସମୟରେ ଦ୍ୱେଷ ଏବଂ କ୍ରୋଧ କିମ୍ବା ହିଂସାରେ ପରିଣତ ହେଉନାହିଁ। ଅନ୍ୟପଟେ ଭାରତରେ ହିନ୍ଦୁ ବିବାହ ଆଇନ ୧୯୫୫ରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ବିବାହକୁ ଚୁକ୍ତି ଭାବେ ଗଣାଯାଉ ନାହିଁ। ଏହାର ଫଳସ୍ବରୂପ ସ୍ବାମୀ ଦ୍ୱାରା ସ୍ତ୍ରୀର ହତ୍ୟା କିମ୍ବା ସ୍ତ୍ରୀ ତରଫରୁ ଅନ୍ୟ ଲୋକଙ୍କୁ ଜଡ଼ିତ କରି ସ୍ବାମୀର ହତ୍ୟା ଘଟାଉଥିବାର ଅନେକ ଉଦାହରଣ ଭାରତରେ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରୁ ବୁଝାପଡୁଛି ଯେ, ବିବାହ ପୂର୍ବରୁ ଏବଂ ବିବାହ ସମୟରେ ଉଭୟ ପଟରେ ସ୍ନେହ, ଶ୍ରଦ୍ଧା ଏବଂ ପ୍ରେମ ରହିଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ତିକ୍ତତା ପ୍ରବେଶ କରେ। ବିଶେଷକରି ବ୍ୟବସ୍ଥିତ ବା ପ୍ରସ୍ତାବିତ ବିବାହରେ ଉଭୟ ପଟ ପରସ୍ପରକୁ ଭଲଭାବେ ଚିହ୍ନି ନ ଥିବା ହେତୁ ଅନେକ ସମୟରେ ବିବାହ ପରେ ଖୁବ୍‌ଶୀଘ୍ର ବୁଝାମଣା ଭାଙ୍ଗିଯାଇଥାଏ। ଏହା କେବଳ ଭାରତର ଶିକ୍ଷିତ ଏବଂ ସହରାଞ୍ଚଳରେ ରହୁଥିବା ଦମ୍ପତିଙ୍କ କ୍ଷେତ୍ରରେ ସୀମିତ ନୁହେଁ। ଭାରତର ଗ୍ରାମାଞ୍ଚଳରେ ମଧ୍ୟ ବିବାହ ବିଚ୍ଛେଦର ଉଦାହରଣ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସମୟରେ ବିଧିବଦ୍ଧ ବିଚ୍ଛେଦ ପରିବର୍ତ୍ତେ ସାଧାରଣତଃ ପୁରୁଷମାନେ ସ୍ତ୍ରୀକୁ ଛାଡ଼ି ଉଭାନ ହୋଇଯାଉଛନ୍ତି। ଯେଉଁଥିପାଇଁ ପ୍ରେମରୁ ଉପୁଜୁଥିବା ବିବାହ କ୍ଷେତ୍ରରେ ୪୦ ପ୍ରତିଶତ ବିଚ୍ଛେଦ ତଥ୍ୟ ମିଳୁଥିବା ବେଳେ ପ୍ରସ୍ତାବିତ ବିବାହ ମାତ୍ର ୪ ପ୍ରତିଶତ ବିଚ୍ଛେଦ ଘଟିଥାଏ ବୋଲି ବିଭିନ୍ନ ସୂତ୍ରରୁ ତଥ୍ୟ ମିଳେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରେମରୁ ବିବାହ ବିଚ୍ଛେଦ ତଥ୍ୟ ସତ୍ୟ ହୋଇଥିବା ସମ୍ଭାବନା ଅଧିକ। ଅପରପଟେ ପ୍ରସ୍ତାବିତ ବିବାହରୁ ଘଟୁଥିବା ବିଚ୍ଛେଦ ମାତ୍ର ୪ ପ୍ରତିଶତ ହୋଇଥିବା ତଥ୍ୟ ବାସ୍ତବତାଠାରୁ ଅନେକ ଦୂରରେ ଥିବାଭଳି ମନେହୁଏ। ଭାରତରେ ସାମାଜିକ ଚାପ ଯୋଗୁ ବିଧିବଦ୍ଧ ବିଚ୍ଛେଦ ପ୍ରସ୍ତାବିତ ବିବାହଗୁଡ଼ିକରେ ଦେଖିବାକୁ ମିଳେନାହିଁ। ଏହାଫଳରେ ହତ୍ୟା କିମ୍ବା ଅତ୍ୟାଚାରର ଘଟଣା ବୃଦ୍ଧି ପାଉଛି। ସେଥିପାଇଁ ଶେଷରେ ଏହା କୁହାଯାଇପାରେ ଯେ ବିଚ୍ଛେଦକୁ ବିଳମ୍ବିତ ବା ବିରୋଧ କରିବା ପରିବର୍ତ୍ତେ ସୁବିଧାରେ ଅନୁମତି ଦିଆଯାଇପାରିଲେ ଉଭୟ ପଟ ସୁରକ୍ଷିତ ଏବଂ ଶାନ୍ତିରେ ରହିପାରିବେ। ସମ୍ପର୍କକୁ ହାତଧରିି ହେଉ କିମ୍ବା କାନି ଧରି ଅଟକାଯାଇ ପାରିବ ନାହିଁ। ଦୁହିଁଙ୍କ ମନ ଠିକ୍‌ ରହିଲେ ସମ୍ପର୍କ ମଧ୍ୟ ସମ୍ପୂର୍ଣ୍ଣ ଭଲ ରହିବ। ଆଉ ଥରେ ମନ ଫାଟିଗଲେ ସେତେବେଳେ କୌଣସି ଆଇନକୁ ବ୍ୟବହାର କରି ଅଟକାଯାଇ ପାରିବ ନାହିଁି। ସମ୍ପର୍କ ପ୍ରେମ, ସ୍ନେହ ଓ ଉତ୍ତମ ବୁଝାମଣାରେ ମଜଭୁତ ହୋଇଥାଏ । ଏହାର ଅଭାବରେ ବିଚ୍ଛେଦ ଘଟିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri