କାନି ବା ହାତ ଧରନି

ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ ଏକପାଖିଆ ଭାବେ ସମ୍ମତ ପ୍ରତ୍ୟାହାର କରିପାରିବେ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ବିବାହ ବିଚ୍ଛେଦ ପାଇଁ ବାଲେଶ୍ୱର ପରିବାର ଅଦାଲତ ୨୦୨୧ ନଭେମ୍ବର ୨୨ରେ ପ୍ରଦାନ କରିଥିବା ରାୟକୁ ରଦ୍ଦ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହା ସହ ଏହି ମାମଲାରେ ପରିବାର ଅଦାଲତ ସାନି ଶୁଣାଣି କରି ୬ ମାସ ଭିତରେ ଫଇସଲା କରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, ଆବେଦନକାରୀଙ୍କ ବିବାହ ୨୦୧୮ରେ ହୋଇଥିଲା। ସେମାନେ କିଛି ଦିନ ଭଲରେ ଚଳିଥିଲେ। ପରେ ଦୁହିଙ୍କ ମଧ୍ୟରେ ମତାନ୍ତର ଯୋଗୁ ସମ୍ପର୍କରେ ଫାଟ ଦେଖାଯାଇଥିଲା। ୨୦୨୦ରେ ପରସ୍ପର ସହମତିରେ ବାଲେଶ୍ୱର ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧୩(ଖ)ରେ ଯୁଗ୍ମ ଆବେଦନ ଦାୟର କରିଥିଲେ। ଏହି ମାମଲା ବିଚାର ଚାଲିଥଲା। ଏହା ମଧ୍ୟରେ ପତ୍ନୀ ନିଜ ସମ୍ମତି ନଭେମ୍ବର ୧୮, ୨୦୨୧ରେ ପ୍ରତ୍ୟାହାର କରି ନେବା ସହ ତାହା ଅଦାଲତଙ୍କୁ ଅବଗତ କରିଥିଲେ। ପରେ ନଭେମ୍ବର ୨୨ରେ ପରିବାର ଅଦାଲତ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ପତ୍ନୀ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ଆଦେଶ ବିରୋଧରେ ପତ୍ନୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ପରିବାର ଅଦାଲତ ଦେଇଥିବା ରାୟକୁ ରଦ୍ଦ କରିଥିଲେ।
ଭାରତରେ ବିବାହ ଏକ ସାମାଜିକ ବନ୍ଧନ। ଅନ୍ୟ ସମାଜରେ ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକରେ ବିବାହକୁ ଏକ ଚୁକ୍ତି ଆକାରରେ ଦେଖାଯାଇଥାଏ। ସେଥିପାଇଁ ଅନେକ ଦେଶରେ ବିବାହ ପୂର୍ବରୁ ଏବଂ ଦୁଇ ପକ୍ଷର ସୁସ୍ଥ ସମ୍ପର୍କ ଥିବା ସମୟରେ ‘ପ୍ରିନପ’ (ବିବାହ ପୂର୍ବରୁ ଚୁକ୍ତି ଦସ୍ତଖତ) କରାଯାଇଥାଏ। ଏହା ଆଧୁନିକ ସମାଜରେ ଏକ ସ୍ବୀକୃତିପ୍ରାପ୍ତ ଚୁକ୍ତି ଭାବେ ଗ୍ରହଣ କରିନିଆଗଲାଣି। ବ୍ରିଟେନ ଭଳି ଦେଶରେ ୪୦ ପ୍ରତିଶତରୁ ଅଧିକ ବିବାହ ବିଚ୍ଛେଦରେ ପରିଣତ ହେଉଥିବାର ତଥ୍ୟ ମିଳୁଛି। ସେଥିପାଇଁ ବିବାହ ପୂର୍ବରୁ ଚୁକ୍ତି ହୋଇଗଲେ ପରିବର୍ତ୍ତୀ ସମୟରେ ଦ୍ୱେଷ ଏବଂ କ୍ରୋଧ କିମ୍ବା ହିଂସାରେ ପରିଣତ ହେଉନାହିଁ। ଅନ୍ୟପଟେ ଭାରତରେ ହିନ୍ଦୁ ବିବାହ ଆଇନ ୧୯୫୫ରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ବିବାହକୁ ଚୁକ୍ତି ଭାବେ ଗଣାଯାଉ ନାହିଁ। ଏହାର ଫଳସ୍ବରୂପ ସ୍ବାମୀ ଦ୍ୱାରା ସ୍ତ୍ରୀର ହତ୍ୟା କିମ୍ବା ସ୍ତ୍ରୀ ତରଫରୁ ଅନ୍ୟ ଲୋକଙ୍କୁ ଜଡ଼ିତ କରି ସ୍ବାମୀର ହତ୍ୟା ଘଟାଉଥିବାର ଅନେକ ଉଦାହରଣ ଭାରତରେ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରୁ ବୁଝାପଡୁଛି ଯେ, ବିବାହ ପୂର୍ବରୁ ଏବଂ ବିବାହ ସମୟରେ ଉଭୟ ପଟରେ ସ୍ନେହ, ଶ୍ରଦ୍ଧା ଏବଂ ପ୍ରେମ ରହିଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ତିକ୍ତତା ପ୍ରବେଶ କରେ। ବିଶେଷକରି ବ୍ୟବସ୍ଥିତ ବା ପ୍ରସ୍ତାବିତ ବିବାହରେ ଉଭୟ ପଟ ପରସ୍ପରକୁ ଭଲଭାବେ ଚିହ୍ନି ନ ଥିବା ହେତୁ ଅନେକ ସମୟରେ ବିବାହ ପରେ ଖୁବ୍‌ଶୀଘ୍ର ବୁଝାମଣା ଭାଙ୍ଗିଯାଇଥାଏ। ଏହା କେବଳ ଭାରତର ଶିକ୍ଷିତ ଏବଂ ସହରାଞ୍ଚଳରେ ରହୁଥିବା ଦମ୍ପତିଙ୍କ କ୍ଷେତ୍ରରେ ସୀମିତ ନୁହେଁ। ଭାରତର ଗ୍ରାମାଞ୍ଚଳରେ ମଧ୍ୟ ବିବାହ ବିଚ୍ଛେଦର ଉଦାହରଣ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସମୟରେ ବିଧିବଦ୍ଧ ବିଚ୍ଛେଦ ପରିବର୍ତ୍ତେ ସାଧାରଣତଃ ପୁରୁଷମାନେ ସ୍ତ୍ରୀକୁ ଛାଡ଼ି ଉଭାନ ହୋଇଯାଉଛନ୍ତି। ଯେଉଁଥିପାଇଁ ପ୍ରେମରୁ ଉପୁଜୁଥିବା ବିବାହ କ୍ଷେତ୍ରରେ ୪୦ ପ୍ରତିଶତ ବିଚ୍ଛେଦ ତଥ୍ୟ ମିଳୁଥିବା ବେଳେ ପ୍ରସ୍ତାବିତ ବିବାହ ମାତ୍ର ୪ ପ୍ରତିଶତ ବିଚ୍ଛେଦ ଘଟିଥାଏ ବୋଲି ବିଭିନ୍ନ ସୂତ୍ରରୁ ତଥ୍ୟ ମିଳେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରେମରୁ ବିବାହ ବିଚ୍ଛେଦ ତଥ୍ୟ ସତ୍ୟ ହୋଇଥିବା ସମ୍ଭାବନା ଅଧିକ। ଅପରପଟେ ପ୍ରସ୍ତାବିତ ବିବାହରୁ ଘଟୁଥିବା ବିଚ୍ଛେଦ ମାତ୍ର ୪ ପ୍ରତିଶତ ହୋଇଥିବା ତଥ୍ୟ ବାସ୍ତବତାଠାରୁ ଅନେକ ଦୂରରେ ଥିବାଭଳି ମନେହୁଏ। ଭାରତରେ ସାମାଜିକ ଚାପ ଯୋଗୁ ବିଧିବଦ୍ଧ ବିଚ୍ଛେଦ ପ୍ରସ୍ତାବିତ ବିବାହଗୁଡ଼ିକରେ ଦେଖିବାକୁ ମିଳେନାହିଁ। ଏହାଫଳରେ ହତ୍ୟା କିମ୍ବା ଅତ୍ୟାଚାରର ଘଟଣା ବୃଦ୍ଧି ପାଉଛି। ସେଥିପାଇଁ ଶେଷରେ ଏହା କୁହାଯାଇପାରେ ଯେ ବିଚ୍ଛେଦକୁ ବିଳମ୍ବିତ ବା ବିରୋଧ କରିବା ପରିବର୍ତ୍ତେ ସୁବିଧାରେ ଅନୁମତି ଦିଆଯାଇପାରିଲେ ଉଭୟ ପଟ ସୁରକ୍ଷିତ ଏବଂ ଶାନ୍ତିରେ ରହିପାରିବେ। ସମ୍ପର୍କକୁ ହାତଧରିି ହେଉ କିମ୍ବା କାନି ଧରି ଅଟକାଯାଇ ପାରିବ ନାହିଁ। ଦୁହିଁଙ୍କ ମନ ଠିକ୍‌ ରହିଲେ ସମ୍ପର୍କ ମଧ୍ୟ ସମ୍ପୂର୍ଣ୍ଣ ଭଲ ରହିବ। ଆଉ ଥରେ ମନ ଫାଟିଗଲେ ସେତେବେଳେ କୌଣସି ଆଇନକୁ ବ୍ୟବହାର କରି ଅଟକାଯାଇ ପାରିବ ନାହିଁି। ସମ୍ପର୍କ ପ୍ରେମ, ସ୍ନେହ ଓ ଉତ୍ତମ ବୁଝାମଣାରେ ମଜଭୁତ ହୋଇଥାଏ । ଏହାର ଅଭାବରେ ବିଚ୍ଛେଦ ଘଟିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri