ଗୁଜରାଟ, ପଞ୍ଜାବ ଯାଅନାହିଁ

ଅଟ୍ଟାଓ୍ବା, ୨୯ା୯: ଭାରତ ଯାତ୍ରାକୁ ନେଇ କାନାଡା ଏକ ଅଜବ ଆଡଭାଇଜରି ଜାରି କରିଛି। ପାକିସ୍ତାନ ସୀମା ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକୁ ନ ଯିବା ପାଇଁ କାନାଡା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଏହି ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ପଞ୍ଜାବ ଏବଂ ରାଜସ୍ଥାନ। ସେଠାରେ ଆତଙ୍କବାଦୀ ଆକ୍ରମଣ ଭୟ ଏବଂ ଲ୍ୟାଣ୍ଡଲାଇନ ବିସ୍ଫୋରଣ ଆଶଙ୍କା ରହିଛି। ପାକିସ୍ତାନ ସୀମାଠାରୁ ୧୦ କିଲୋମିଟର ଅଞ୍ଚଳ ବିପଦପୂର୍ଣ୍ଣ। ଅତ୍ୟାବଶ୍ୟକ ନ ଥିଲେ ସେଠାକୁ କେହି ନ ଯିବାକୁ ଆଡ୍‌ଭାଇଜରିରେ କୁହାଯାଇଛି।

ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏହି ତାଲିକାରୁ ବାଦ୍‌ ପଡ଼ିଥିବାବେଳେ ଆସାମ ଏବଂ ମଣିପୁରକୁ ମଧ୍ୟ କାନାଡାବାସୀ ବୁଲିବାକୁ ମନା କରାଯାଇଛି। କାନାଡାରେ ଘୃଣା ଅପରାଧ, ହିଂସା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। କାନାଡାରେ ରହୁଥିବା ଭାରତୀୟ ନାଗରିକମାନେ ଅଟ୍ଟାଓ୍ବାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କଠାରେ ନାମ ପଞ୍ଜୀକରଣ କରିବାକୁ ପୂର୍ବରୁ କୁହାଯାଇଥିଲା।

Share