ଅସନ୍ତୁଷ୍ଟଙ୍କ ଭିତରୁ ଓହରିବେ ନାହିଁ ଅଧିକ

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ପୌର ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚତ୍ତ ହେବାପରେ ଅସନ୍ତୋଷ ଜାହିର କରୁଛନ୍ତି ଆଶାୟୀ। ଦୀର୍ଘବର୍ଷ ଧରି ଦଳ ସହିତ ରହି ବିଭିନ୍ନ କାର୍ଯ୍ୟରେ ନେତୃତ୍ୱ ନେଇଥିଲେ ମଧ୍ୟ ଏହାର ପ୍ରତିଦାନ ସ୍ବରୂପ ଦଳ ସେମାନଙ୍କ ପ୍ରତି ପ୍ରତାରଣା କରିଥିବା ସେମାନେ ଅଭିଯୋଗ କରି ଆସୁଛନ୍ତି। ଯେଉଁଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ନାମାଙ୍କନ ଦାଖଲ ସରିବା ପରେ ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ଉଭା ହୋଇଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦଳ ପକ୍ଷରୁ ଚାରିଆଡୁ ଚାପ ପଡୁଥିଲେ ମଧ୍ୟ ଅଧିକାଂଶ ଓହରିବେ ନାହିଁ ବୋଲି ସୂଚନା ମିଳିଛି। ବିଏମ୍‌ସିର ୬୭ ଓ୍ବାର୍ଡ ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରାର୍ଥତ୍ ତାଲିକା ଘୋଷଣା କରିଥିଲା। ହେଲେ ନାମାଙ୍କନପତ୍ର ଦାଖଲ ଶେଷ ପର୍ଯ୍ୟନ୍ତ କଂଗ୍ରେସ ମାତ୍ର ୪୩ ଓ୍ବାର୍ଡ ପାଇଁ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଥିବାବେଳେ ଶାସକ ବିଜେଡିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଟିକେଟ ପାଇବାକୁ ବହୁ ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଲାଗିବାରୁ ବିଜେଡି ବେଶ୍‌ ଚାଲାକ୍‌ର ସହ ଗୋଟିଚାଳନା କରିଥିଲା। କନ୍ଦଳ ଏଡାଇବା ପାଇଁ ଟାଣୁଆ ଆଶାୟୀଙ୍କୁ ନାମାଙ୍କନ ଦାଖଲ କରିବା ଲାଗି ଭିତିରି ସୂଚନା ଦିଆଯାଇଥିଲା। ଶେଷ ସମୟରେ ବିଧିବଦ୍ଧ ଘୋଷଣା ହୋଇ ଥିଲେ ମଧ୍ୟ ବହୁ ଆଶାୟୀ ଟିକଟରୁ ବଞ୍ଚତ୍ତ ହୋଇଥିଲେ। ଏବେ ୬୭ଟି ଓ୍ବାର୍ଡ ପାଇଁ ୮୭ଜଣ ପ୍ରାର୍ଥୀ ନିଜକୁ ବିଜେଡି ବୋଲି କହୁଥିବାବେଳେ ୨୦ଜଣ ସ୍ବାଧୀନ ଭାବେ ଲଢ଼ିବାକୁ ଯାଉଛନ୍ତି।
ଓ୍ବାର୍ଡ ନଂ. ୮ରୁ ଲାଲମୋହନ ଟୁଡୁ ଓ ଡିମିରୁ ମାଝି ବିଜେଡିରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ ମଧ୍ୟ ଲାଲମୋହନଙ୍କୁ ଟିକେଟ ମିଳିଛି। ସେହିପରି ଓ୍ବାର୍ଡ ନଂ. ୧୦ରେ ଏସ୍‌କେ ମୁସାରନ୍‌ଙ୍କ ଟିକେଟ ନେଇ ସ୍ପଷ୍ଟ ହୋଇଥିବାବେଳେ ଏଠାରୁ ଆଉ ୨ଜଣ ବିଜେଡ଼ି ଆଶାୟୀ ସ୍ବାଗତିକା ରାଉତ ଓ ଦିଲୀପ କୁମାର ନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓ୍ବାର୍ଡ ନଂ.୧୧ରେ ପ୍ରଭାସିନୀ ମହାନ୍ତି, ରଶ୍ମିତା ମହାନ୍ତି, ସ୍ମରଣିକା ମହାନ୍ତି, ଝୁନା କୁମାରୀ ପଟ୍ଟନାୟକ ବିଜେଡିରୁ ନାମାଙ୍କନ ଦାଖଲ କରିଥିଲେ। ଏବେ ପ୍ରଭାସିନୀଙ୍କୁ ଟିକେଟ ମିଳିବାପରେ ଅନ୍ୟ ଆଶାୟୀମାନେ ସ୍ବାଧୀନ ଭାବେ ଲଢ଼ିବାକୁ ମନସ୍ଥ କରିଛନ୍ତି। ଓ୍ବାର୍ଡ ନଂ. ୧୩, ୧୪, ୧୬, ୧୭, ୨୯, ୩୫, ୪୧, ୪୮, ୫୭, ୬୦, ୬୫, ୬୭ରେ ମଧ୍ୟ ଏକାଧିକ ଆଶାୟୀ ବିଜେଡିରୁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏଭଳି ଘଟଣାରୁ ଦଳ ମଧ୍ୟରେ ଥିବା ମତାନ୍ତର ଧୀରେ ଧୀରେ ପଦାକୁ ଆସୁଛି। ଗୋଟିଏ ଦଳରେ ଥାଇ ବି ପରସ୍ପର ବିରୋଧରେ ଆଶାୟୀମାନେ ଛିଡାହେବାକୁ ସଜବାଜ ହେଉଛନ୍ତି। ଆତ୍ମସମ୍ମାନର ପ୍ରଶ୍ନ ଉଠାଇ ନିଜର ସମର୍ଥକ ଯୋଗାଡ଼ରେ ସମସ୍ତେ ବ୍ୟସ୍ତ। ଫଳରେ ଭୋଟ ମଧ୍ୟ ଭାଗ ଭାଗ ହେବାର ସମ୍ଭାବନା ଥିବାରୁ ଏହାର ଭରପୂର ଫାଇଦା ନେବାକୁ ବିରୋଧୀ ଚାହିଁ ବସିଛନ୍ତି। ତେବେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଥିବାରୁ ଏହା ଭିତରେ ଅସନ୍ତୁଷ୍ଟଙ୍କୁ ମନାଇ ପାରିଲେ ଦଳ ପାଇଁ ନିଶ୍ଚିତ ବିଜୟର ଟିକା ପାଲଟିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ୬୦ ନଂ. ଓ୍ବାର୍ଡରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ମଲ୍ଲିଆ କୁହନ୍ତି, ଦଳ ଗଠନ ହେବାଠାରୁ ମୁଁ ଦଳ ସହିତ ରହି ସବୁ କାର୍ଯ୍ୟରେ ସହଯୋଗ କରିଛି। ଚଳିତ ନିର୍ବାଚନରେ ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମୁଁ ନାମାଙ୍କନ ଦାଖଲ କଲି। ମାତ୍ର ଶେଷ ମୁହୂର୍ତ୍ତରେ ଟିକେଟ କଟିଲା। ଏହା ନିଶ୍ଚିତ ପକ୍ଷେ ମୋ ପାଇଁ ଏବଂ ମୋ ଉପରେ ଭରସା କରି ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଅପମାନର ବିଷୟ। ଲୋକଙ୍କ ଅନୁରୋଧକ୍ରମେ ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ମନସ୍ଥ କରିଛି।
ଓ୍ବାର୍ଡ ନଂ.୩୮ର ସ୍ବାଧୀନ ପ୍ରାର୍ଥୀ ରାଜଶ୍ରୀ ମହାନ୍ତି କୁହନ୍ତି, ୧୯୯୨ରୁ ଆମ ପରିବାର ବିଜେଡି ସହିତ ରହି ଆସିଛି। ପୂର୍ବରୁ ମୋ ସ୍ବାମୀ ନିଖିଳ କୁମାର ବଳବନ୍ତରାୟ ୨ଥର କର୍ପୋରେଟର ଭାବେ ଲୋକଙ୍କ ସୁଖଦୁଃଖ ବୁଝୁଛନ୍ତି। ଲୋକେ ଆମକୁ ଚାହୁଁଛନ୍ତି। ଆମ ଉପରେ ତାଙ୍କର ଭରସା ଅଛି। ତେଣୁ ଏଥର ମୁଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛି।
ସେହିପରି ଓ୍ବାର୍ଡ ନଂ.୫୭ର ସ୍ବାଧୀନ ପ୍ରାର୍ଥୀ ବନ୍ଦନା ସାହୁ କହିଛନ୍ତି, ପୂର୍ବରୁ ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲି। ଜିତିବା ପରେ ବିଜେଡି ମୋତେ ଦଳରେ ମିଶାଇ ଥିଲା। ହେଲେ ଟିକେଟ ଦେଲା ନାହିଁ। ତଥାପି ମୁଁ ହାର ମାନିବି ନାହିଁ। ଲୋକଙ୍କ ପାଇଁ କରିଥିବା କାମ ହିଁ ମୋର ପରିଚୟ ଓ ଆଶୀର୍ବାଦ ସାଜିବ ବୋଲି ଆଶା ରଖିଛି। ଅନ୍ୟପକ୍ଷରେ ଓ୍ବାର୍ଡ ନଂ.୨୯ରୁ ସେଖ୍‌ ନିଜାମୁଦ୍ଦିନ କୁହନ୍ତି, ମୁଁ ୬ଥର କର୍ପୋଟେର ଭାବେ କାମ କରିଛି। ଏଥର ଟିକେଟ ନିଷ୍ପତ୍ତି ବିଳମ୍ବ ହେବାରୁ ମୁଁ ମଧ୍ୟ ଦଳରୁ ନାମାଙ୍କନ ଦାଖଲ କରିଥିଲି। ଅନ୍ୟ ଜଣଙ୍କୁ ଟିକେଟ ମିଳିଲା। ତେଣୁ ଶୁକ୍ରବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri