ଏବେ ଗର୍ଭଧାରଣ କରନାହିଁ

ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ କରୋନା ଭୂତାଣୁର ନୂଆ ରୂପ ଗର୍ଭବତୀ ମହିଳାମାନଙ୍କୁ ଅଧିକ ସଂକ୍ରମିତ କରୁଥିବାରୁ ମହାମାରୀ ଜନିତ ଖରାପ ସମୟ ଅତିକ୍ରାନ୍ତ ନ ହେବା ପର୍ଯ୍ୟନ୍ତ ଗର୍ଭଧାରଣ ନ କରିବାକୁ ଦେଶର ପ୍ରାଥମିକ ସ୍ବାସ୍ଥ୍ୟସେବା ସଚିବ ରାଫାଏଲ କାମାରା କହିଛନ୍ତି। ଏହି ପରାମର୍ଶ ୪୨/୪୩ ବର୍ଷୀୟଙ୍କ ପାଇଁ ନୁହେଁ, ଯୁବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ କିଛିଦିନ ଅପେକ୍ଷା କରିପାରିବେ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି। କରୋନା ମୃତ୍ୟୁରେ ଆମେରିକା ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୩୮ କୋଟିରୁ ଅଧିକ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୩,୬୮,୭୪୯ରେ ପହଞ୍ଚତ୍ଲାଣି।

Share