ବିଶ୍ୱାସୀ ବନ୍ଧଙ୍କୁ ମଧ୍ୟ ବାଣ୍ଟନ୍ତୁ ନାହିଁ ବ୍ୟବସାୟ ସହ ଜଡ଼ିତ କଥା, ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥାଏ। ବିଶେଷକରି ସେ ପାଞ୍ଚ ଜଣଙ୍କୁ ବ୍ୟବସାୟ କଥା ବାଣ୍ଟିବାକୁ ବାରଣ କରିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ …

୧. ଚାଣକ୍ୟ କହିଛନ୍ତି ଯେ, ଆପଣଙ୍କର ବ୍ୟବସାୟ ବିଷୟରେ ସମାନ ବ୍ୟବସାୟୀଙ୍କୁ କୁହନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏପରି ବ୍ୟକ୍ତି କ୍ଷତିକାରକ ହୋଇଥାନ୍ତି। ସେ କହିଛନ୍ତି, ଏହିପରି ଲୋକ କେବଳ ନାମ ପାଇଁ ସମ୍ପର୍କ ଗଠନ କରନ୍ତି।

୨. ଚାଣକ୍ୟ କହିଛନ୍ତି ଯେ, ଲୋଭୀ ମହିଳାଙ୍କୁ ନିଜ ବ୍ୟବସାୟ ବିଷୟରେ କଦାପି କହିବା ଉଚିତ ନୁହେଁ। କୁହାଯାଏ ଯେ ମହିଳାମାନେ ନିଜ କଥା ଅନ୍ୟମାନଙ୍କୁ କହିବାକୁ ଭଲ ପାଆନ୍ତି। ତେଣୁ ସେମାନଙ୍କୁ କହିବା ଉଚିତ ନୁହେଁ।

୩. ଏଥି ସହିତ,ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଘରେ କିମ୍ବା ଅଫିସରେ ଏକ ଛୋଟ ପୋଷ୍ଟରେ କାମ କରୁଛନ୍ତି, ସେମାନଙ୍କୁ ମଧ୍ୟ ବ୍ୟବସାୟ ବିଷୟରେ ଜଣାନ୍ତୁ ନାହିଁ।

୪. ସେ କହିଛନ୍ତି ଯେ, ବିଶ୍ୱାସୀ ବନ୍ଧଙ୍କୁ ମଧ୍ୟ ବ୍ୟବସାୟ ବିଷୟରେ କହିବା ଉଚିତ୍‌ ନୁହେଁ। କାରଣ ଜଣେ ନିରୀହ ବ୍ୟକ୍ତିଙ୍କଠାରୁ ବ୍ୟବସାୟ ସହ ଜଡିତ ସମସ୍ତ ତଥ୍ୟ ସହଜରେ କେହି ନେଇ ପାରିବ।

୫. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁ ମାନଙ୍କର ଇର୍ଷା କରିବାର ଅଭ୍ୟାସ ଅଛି, ସେମାନଙ୍କୁ ମଧ୍ୟ ବ୍ୟବସାୟ ସହ ଜଡିତ କଥା କହିବା ଉଚିତ ନୁହେଁ ।