Posted inଜାତୀୟ

ଦୁର୍ନୀତି ମାମଲା ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରନାହିଁ: ସିଭିସି

ନୂଆଦିଲ୍ଲୀ,୧୬।୧(ପି.ଟି.): ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ ନ କରିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବୀମା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ସଂସ୍ଥା ଦୁର୍ନୀତି ମାମଲାର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରିଥିବା ସିଭିସିଙ୍କୁ ନଜରକୁ ଆସିଥିଲା। ଏହା ଦୁଇ ଦଶନ୍ଧି ହେଲା ପ୍ରଚଳିତ ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ କରୁଛି। ଭିଜିଲାନ୍ସ ଅଧିକାରୀମାନେ କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି ଗୋପନୀୟତା, ନିଷ୍ପକ୍ଷତା ଏବଂ ସଚ୍ଚୋଟତା ସହ ସାଲିସ୍‌ କରିଥିବା ଜଣାପଡ଼େ ତେବେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।

ଯଦି ତଦନ୍ତରେ ଅବସରପ୍ରାପ୍ତ ଅଧିକାରୀ ସାମିଲ ହୋଇଥିବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବ ନୁହେଁ। ସେଥିପାଇଁ ତଦନ୍ତରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ସାମିଲ ନ କରିବା ଲାଗି କୁହାଯାଇଛି। କୌଣସି ସଂଗଠନର ଭିଜିଲାନ୍ସ ଅଧିକାରୀ ପୂର୍ଣ୍ଣକାଳୀନ କର୍ମଚାରୀ ହେବା ଆବଶ୍ୟକ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଭିଜିଲାନ୍ସ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇବା ଲାଗି ପରାମର୍ଶଦାତା ନିଯୁକ୍ତ କରାଯିବା ଉଚିତ ନୁହେଁ ବୋଲି ୨୦୦୦ ଅଗଷ୍ଟରେ ସିଭିସି ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ କେତେକ ସଂସ୍ଥା ଅବସରପ୍ରାପ୍ତ କର୍ମଚାରୀଙ୍କୁ ତଦନ୍ତକାରୀ ଅଫିସର ନିଯୁକ୍ତ କରିଥିବା ଦୃଷ୍ଟିକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri